RamTemple: ରାମ ମନ୍ଦିର ଦାନ ଚୋରି ମାମଲା: ଚୂଡ଼ାନ୍ତ ରିପୋର୍ଟ ପାଇଁ ଏସ୍ଆଇଟି ମାଗିଲା ଅଧିକ ସମୟ

1 hour ago 1
ARTICLE AD BOX

ଲକ୍ଷ୍ନୌ: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଦାନ ଅର୍ଥ ଚୋରି ଓ ହେରଫେର ମାମଲାର ତଦନ୍ତ ପ୍ରକ୍ରିୟା ଆହୁରି ଜଟିଳ ହେବାରେ ଲାଗିଛି। ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ‘ଏସ୍ଆଇଟି’ ଏହି ମାମଲାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଗୁରୁବାର ଅତିରିକ୍ତ ସମୟ ମାଗିଛି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ଏହା ଉପରେ ସିଧାସଳଖ ନଜର ରଖିଥିବା ବେଳେ ଆସନ୍ତା ସୋମବାର ସୁଦ୍ଧା ଏକ ବନ୍ଦ ଲଫାଫା ମଧ୍ୟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଏସ୍ଆଇଟିକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଚାଲିଥିବା ମାରାଥନ୍ ତଦନ୍ତରେ ଏସ୍ଆଇଟି ପ୍ରାୟ ୭୯.୮୫ ଲକ୍ଷ ଟଙ୍କାର ନଗଦ ଅର୍ଥ ଜବତ କରିବା ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଆହୁରି ପଢନ୍ତୁ: Modi: ପଞ୍ଜାବରେ ଆପ୍‌ ସରକାରକୁ ମୋଦୀଙ୍କ ତୀବ୍ର ସମାଲୋଚନା

ଏସ୍ଆଇଟିର ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଗତ କିଛି ମାସର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯିବା ପରେ ପ୍ରାୟ ୭୦ଟି ସନ୍ଦେହଜନକ ଚୋରି ଘଟଣା ସାମ୍ନାକୁ ଆସିଛି। ଏହି ସମସ୍ତ ଚୋରି ମନ୍ଦିରର ଦାନବାକ୍ସରୁ ଟଙ୍କା ଗଣତି ଓ ବ୍ୟାଙ୍କରେ ଜମା କରିବା ପ୍ରକ୍ରିୟା ସମୟରେ ହିଁ ଘଟିଛି। ରିପୋର୍ଟ ଅନୁଯାୟୀ, ଦାନ ଅର୍ଥ ପରିଚାଳନାରେ ୯ଟି ଅତ୍ୟନ୍ତ ଗମ୍ଭୀର ଆଭ୍ୟନ୍ତରୀଣ ସୁରକ୍ଷା ତ୍ରୁଟି ଓ ଟ୍ରଷ୍ଟ ପ୍ରଣାଳୀର ଚରମ ଅବହେଳା ଚିହ୍ନଟ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ସ୍ଥାନୀୟ ବ୍ୟାଙ୍କ ମ୍ୟାନେଜର ଓ କ୍ୟାସିୟର ମଧ୍ୟ ସାମିଲ ଅଛନ୍ତି।

ଆହୁରି ପଢନ୍ତୁ:Workers Join BJP ବ୍ରଜରାଜନଗର ପୂର୍ବତନ ଉପନଗରପାଳ ସମେତ ଶତାଧିକ କର୍ମୀ ବିଜେପିରେ ମିଶିଲେ

ଏହି ବଡ଼ ଧରଣର ଦାନ ଅର୍ଥ ଲୁଟ୍ ବିବାଦ ସାମ୍ନାକୁ ଆସିବା ପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟରେ ବଡ଼ ଧରଣର ହଟଚମଟ ଦେଖିବାକୁ ମିଳିଛି। ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ନିଜ ପଦବିରୁ ଇସ୍ତଫା ଦେଇଥିବା ବେଳେ ମନ୍ଦିରର ଅନ୍ୟତମ ବରିଷ୍ଠ ଟ୍ରଷ୍ଟି ଅନିଲ କୁମାର ମିଶ୍ର ମଧ୍ୟ ନିଜ ପଦ ଛାଡ଼ିଛନ୍ତି। ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ମହାରାଜ ନିଜ ପଦରୁ ଇସ୍ତଫା ଦେବାକୁ ମନା କରିଥିବା ବେଳେ ଏହି ଆର୍ଥିକ ଅନିୟମିତତା ପାଇଁ ଏସ୍‌ବିଆଇର ଚରମ ଅବହେଳାକୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଛନ୍ତି। ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଏକ ସ୍ୱତନ୍ତ୍ର ଓ ଜରୁରିକାଳୀନ ବୈଠକ ଡକାଯାଇଛି। ନଗଦ ୩ କୋଟି ଟଙ୍କାର ହେରଫେର ଅଭିଯୋଗକୁ ଏସ୍‌ଆଇଟି ବର୍ତ୍ତମାନ ଅତି ଗମ୍ଭୀରତାର ସହ ଯାଞ୍ଚ କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.