Rambhadevi Seva Samman: ‘ରମ୍ଭାଦେବୀ ଥିଲେ ତ୍ୟାଗ ଓ ସେବାର ପ୍ରତୀକ’: ସ୍ମୃତିଚାରଣ ସଭାରେ ବିଶିଷ୍ଟ ବ୍ୟକ୍ତିଙ୍କ ମତପ୍ରକାଶ

4 days ago 5
ARTICLE AD BOX

କଟକ: ରମ୍ଭାଦେବୀ ଦ୍ୱିତୀୟା ଥିଲେ ସ୍ୱାଧୀନତା ସଂଗ୍ରାମୀ, ମୌଳିକ ଶିକ୍ଷା ଓ ଜନସ୍ୱାସ୍ଥ୍ୟ ସେବାରେ ଆପଣାକୁ ସମର୍ପଣ କରିଥିବା ଜଣେ ଗାନ୍ଧୀପନ୍ଥୀ ବିଶିଷ୍ଟ ସମାଜସେବୀ । ନିସ୍ୱାର୍ଥପର ଭାବେ ସେ ନିଜର ସର୍ବସ୍ୱ ଦାନ କରି ଓଡ଼ିଶାବାସୀଙ୍କର ସେ ଯେଉଁ ଉପକାର କରିଛନ୍ତି ତାହା ବିରଳ ଏବଂ ଉଦାହରଣୀୟ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଛି। ସ୍ଥାନୀୟ ଶ୍ରୀରାମଚନ୍ଦ୍ର ଭବନରେ ‘ସେବା ସମିତି’, କଟକ ଓ ହରିଦାସପୁର ପକ୍ଷରୁ ଆୟୋଜିତ ସଭାରେ ଅନୁଷ୍ଠାନର ସଭାପତି ରମାକାନ୍ତ ନାଥ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥ ଭାବେ ଯୋଗଦାନ କରି ରମ୍ଭାଦେବୀଙ୍କ କର୍ମଭୂମି ହରିଦାସପୁର ଅଞ୍ଚଳର ସମାଜସେବୀ ଦୁର୍ଗା ପ୍ରସନ୍ନ ଦାସ ରମ୍ଭାଦେବୀଙ୍କର ହରିଦାସପୁରକୁ ଆଗମନ ଏବଂ ସେଠାରେ କଦଳା ମଠ ମହନ୍ତ ଅଧିକାରୀ ଚକ୍ରଧର ଦାସ ଓ ଗ୍ରାମବାସୀଙ୍କ ସହଯୋଗରେ କିପରି ‘ସେବା ସମିତି’ ପ୍ରତିଷ୍ଠା କଲେ ଏବଂ ସେ ଅଞ୍ଚଳକୁ ଅନ୍ୟ ଏକ ନଗଡ଼ାରୁ ଉଦ୍ଧାର କରିଥିଲେ; ତାହା ପ୍ରକାଶ କରିଥିଲେ।

ରମ୍ଭାଦେବୀ ଥିଲେ ସ୍ୱାଧୀନତା ସଂଗ୍ରାମୀ

ମୁଖ୍ୟବକ୍ତା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଅଧିବକ୍ତା ସୁରେନ୍ଦ୍ର କର, ଆଜିର ଦିନରେ ରମ୍ଭାଦେବୀଙ୍କ ପ୍ରାସଙ୍ଗିକତା ରହିଛି ଏବଂ ସେ ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଯାଇଛନ୍ତି ବୋଲି କହିଥିଲେ। ସମ୍ମାନିତ ବକ୍ତା ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦଚନ୍ଦ୍ର ଚାନ୍ଦ ରମ୍ଭାଦେବୀଙ୍କ ଘଟଣାବହୁଳ ଜୀବନ ତଥା ତାଙ୍କର ଓଡ଼ିଶା ପ୍ରତି ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ। ରମ୍ଭାଦେବୀ ବିହାରରେ ଜନ୍ମଗ୍ରହଣ କରି ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଶିକ୍ଷାଲାଭ କରି ଶେଷରେ ଓଡ଼ିଶାରେ ଆସି ସେବା ନିଜକୁ ସେବାରେ ନିୟୋଜିତ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ସେ ସୁଦୂର ଗୁଜରାଟ ଛାଡ଼ି ଓଡ଼ିଶାକୁ ଚାଲି ଆସିଥିଲେ। ଅନ୍ୟତମ ବକ୍ତା ଉତ୍କଳ ଖଦୀ ମଣ୍ଡଳର ସଭାପତି ଦେବେନ୍ଦ୍ର କୁମାର ପରିଡ଼ା, ରମ୍ଭାଦେବୀ ଯାହା ଓଡ଼ିଶାରେ ଛାଡ଼ିଦେଇ ଯାଇଛନ୍ତି,  ତାହା ସେବାମୂଳକ କାମରେ ବିନିଯୋଗ ହେବା ଆବଶ୍ୟକ ବୋଲି କହିଥିଲେ।

Student Mental Health: ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟର ଯତ୍ନ ଓ ସୁରକ୍ଷା ସୁନିଶ୍ଚିତ କରାଯିବା ଉପରେ ଗୁରୁତ୍ବାରୋପ

‘ସେବା ସମିତି’ ସମ୍ପାଦିକା ମନ୍ଦାକିନୀ ଜେନା ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଚିକିତ୍ସକ ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟିଙ୍କୁ ୨୦୨୬ ବର୍ଷ ପାଇଁ ‘ରମ୍ଭାଦେବୀ ସେବା ସମ୍ମାନ’ ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ବିକ୍ରମ କେଶରୀ ମହାନ୍ତି ଓ ରେଣୁବାଳା ସାହୁ ଶ୍ରଦ୍ଧାଜ୍ଞଳି ଜଣାଇଥିଲେ। ସଭା ପ୍ରାରମ୍ଭରେ ସର୍ବୋଦୟ କର୍ମୀ ଇନ୍ଦୁମତି ସାହୁ ଓ ମାଳତୀ ପାତ୍ର ସର୍ବଧର୍ମ ପ୍ରାର୍ଥନା ଗାନ କରିଥିଲାବେଳେ ମନ୍ଦାକିନୀ ଜେମା ଧନ୍ୟବାଦ ଅର୍ପଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.