ARTICLE AD BOX
ଅଯୋଧ୍ୟା: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅନୁଦାନ ହେରଫେର ମାମଲାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମନ୍ଦିରରୁ ଚୋରି ହୋଇଥିବା ସୁନା ଓ ରୁପା ର ଅଳଙ୍କାର ଗୁଡ଼ିକର ଅସ୍ତିତ୍ୱ ଲୁଚାଇବା ପାଇଁ ଅଭିଯୁକ୍ତମାନେ ତାହାକୁ ତରଳାଇ ସୁନା ବିସ୍କୁଟ୍ରେ ପରିଣତ କରିଥିବା ସନ୍ଦେହ ବଢ଼ୁଛି। ସେ ନେଇ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ନୂଆ ଦିଗରୁ ଯାଞ୍ଚ ଆରମ୍ଭ କରିଛି। ପୁଲିସର ବାରମ୍ବାର ସର୍ଚ୍ଚ ଅପରେସନ୍ ସତ୍ତ୍ୱେ କୌଣସି ଅଳଙ୍କାର ଉଦ୍ଧାର ନହେବା ପରେ ଏହି ସନ୍ଦେହ ଆହୁରି ଦୃଢ଼ ହୋଇଛି।
ଏସ୍ଆଇଟି ଅଧିକାରୀମାନେ ଅଯୋଧ୍ୟା ରାମ ମନ୍ଦିର ଗସ୍ତ କରି ମନ୍ଦିର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅଳଙ୍କାର ଗଚ୍ଛିତ ରଖିବା ବ୍ୟବସ୍ଥା ସମ୍ପର୍କରେ ପଚରାଉଚରା କରିବା ସହ ବ୍ୟାଙ୍କଗୁଡ଼ିକୁ ପଠାଯାଇଥିବା ମୂଲ୍ୟବାନ ଧାତୁର ସମ୍ପୂର୍ଣ୍ଣ ରେକର୍ଡ ମାଗିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ, ଟ୍ରଷ୍ଟ ନିଜର ତ୍ରୈମାସିକ ବୈଠକରେ ନଗଦ ଟଙ୍କାର ହିସାବ ସମୀକ୍ଷା କରୁଥିଲେ ମଧ୍ୟ ସୁନା, ରୁପା ଓ ଅନ୍ୟାନ୍ୟ ଅଳଙ୍କାରର ମୂଲ୍ୟାୟନ ଏବଂ ଷ୍ଟକ୍ ରେକର୍ଡ ନିୟମିତ ଏଜେଣ୍ଡାର ଅଂଶ ନଥିଲା।
ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକଙ୍କ ବ୍ରେନ ହାମରେଜ
ପୂର୍ବରୁ ସାଧାରଣ ସମ୍ପାଦକ ଚମ୍ପତ ରାୟ ମନ୍ଦିରକୁ ପ୍ରାୟ ୧୩ କ୍ୱିଣ୍ଟାଲ ରୁପା ଏବଂ ୨୦ କିଲୋଗ୍ରାମ ସୁନା ଦାନ ମିଳିଥିବା ସାର୍ବଜନୀନ କରିଥିଲେ। ମାମଲାକୁ ଗମ୍ଭୀରତାର ସହ ନେଇ ଉତ୍ତର ପ୍ରଦେଶ ପୁଲିସ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଗତ ୫ ବର୍ଷର ସମସ୍ତ ଆକାଉଣ୍ଟର ପୁନଃ ଅଡିଟ୍ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ମନ୍ଦିର ନିର୍ମାଣର ଖର୍ଚ୍ଚ ସହ ସମସ୍ତ ସୁନା, ରୁପା ଓ ଗହଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ। ଗତ ଜୁନ୍ ୭ ତାରିଖରେ ଏହି ମାମଲା ସାମ୍ନାକୁ ଆସିବା ପରେ ୟୁପି ସରକାର ଏସଆଇଟି ଗଠନ କରିଥିଲେ ଏବଂ ପ୍ରାଥମିକ ରିପୋର୍ଟ ଆଧାରରେ ଜୁନ୍ ୨୫ରେ ଏଫ୍ଆଇଆର୍ ରୁଜୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଅନୁଦାନ ଗଣତି ପ୍ରକ୍ରିୟାରେ ଜଡ଼ିତ ୮ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

2 months ago
31


