Ram Mandir: ଚମ୍ପତ ରାୟ, ଅନିଲ ମିଶ୍ର ଓ ଗୋପାଳ ରାଓଙ୍କୁ ଦ୍ୱିତୀୟ ଥର ଜେରା

2 hours ago 1
ARTICLE AD BOX

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ର ପାଣ୍ଠି ଆତ୍ମସାତ ଓ ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି। ଏହି କ୍ରମରେ ଏସ୍‌ଆଇଟି ଟ୍ରଷ୍ଟର ପୂର୍ବତନ ସାଧାରଣ ସମ୍ପାଦକ ଚମ୍ପତ ରାୟ, ପୂର୍ବତନ ଟ୍ରଷ୍ଟି ଅନିଲ ମିଶ୍ର ଏବଂ ଗୋପାଳ ରାଓଙ୍କୁ ଦ୍ୱିତୀୟ ଥର ପାଇଁ କଠୋର ଜେରା କରିଛି। ସୂଚନାଯୋଗ୍ୟ, ମନ୍ଦିର ପାଣ୍ଠି ହେରଫେର ଅଭିଯୋଗ ସାମ୍ନାକୁ ଆସିବା ପରେ ଏହି ତିନିଜଣ ଯାକ ପଦାଧିକାରୀ ନିଜ ନିଜ ପଦବିରୁ ଇସ୍ତଫା ଦେଇସାରିଛନ୍ତି।

ଜେରା ସମୟରେ ଏସ୍‌ଆଇଟି ଏହି ତିନି ପୂର୍ବତନ ଅଧିକାରୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ଏବଂ ଆୟର ଉତ୍ସ ବାବଦରେ ପଚରାଉଚରା କରିଛି। ସେମାନଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ମଗାଯିବା ସହ ଏହା ସମ୍ପର୍କିତ ସମସ୍ତ ଆଇନଗତ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିର ନିର୍ମାଣ ଏବଂ ଜମି କିଣାବିକା ସମୟରେ ନିଆଯାଇଥିବା କମିସନ ଏବଂ କେତେକ ବ୍ୟକ୍ତିଙ୍କୁ ବେଆଇନ ଭାବେ ଅନୁଗ୍ରହ ପ୍ରଦାନ କରାଯାଇଥିବା ଅଭିଯୋଗର ମଧ୍ୟ ତଦନ୍ତ ଚାଲିଛି। ଏହି ପ୍ରସଙ୍ଗରେ ବିଶେଷ କରି ଅନିଲ ମିଶ୍ର ଏବଂ ଗୋପାଳ ରାଓଙ୍କୁ ମାରାଥନ ଜେରା ହୋଇଛି।

Ram Mandir: ଜୁଲାଇ ୬ରେ ରାମମନ୍ଦିର ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଅବିନାଶ ଶୁକ୍ଳା ପୁଲିସ ଆଗରେ ଏକ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି କରିଛି। ଅବିନାଶର କହିବା ଅନୁଯାୟୀ, ମନ୍ଦିର ପାଣ୍ଠିରୁ ଚୋରି କରାଯାଇଥିବା ଟଙ୍କାକୁ ସେ ଏବଂ ତା’ର ସହଯୋଗୀମାନେ ମନ୍ଦିର ନିକଟରେ ଥିବା ଏକ ପାର୍କରେ ଭାଗ କରିଥିଲେ। ଏହି ତଥ୍ୟ ଆଧାରରେ ଶୁକ୍ରବାର ନ ତଦନ୍ତକାରୀ ଦଳ ଅଭିଯୁକ୍ତକୁ ୧୪ କୋଶୀ ପରିକ୍ରମା ମାର୍ଗରେ ଥିବା ଭିକାପୁର ନିକଟସ୍ଥ ସେହି ନିର୍ଦ୍ଦିଷ୍ଟ ପାର୍କକୁ ନେଇ ସିନ୍ ରିକ୍ରିଏସନ୍ (ଘଟଣାର ପୁନରାବୃତ୍ତି) କରିଥିଲେ।

ଅନ୍ୟପକ୍ଷରେ, ଏସ୍‌ଆଇଟି ବ୍ୟାଙ୍କ ଅଧିକାରୀମାନଙ୍କୁ ମଧ୍ୟ କଠୋର ଜେରା କରିଛି। କେବଳ ସୁରକ୍ଷା ଦାୟିତ୍ୱ ପାଇଁ ନିୟୋଜିତ ହୋଇଥିବା ଏକ ବେସରକାରୀ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କୁ କେଉଁ ଆଧାରରେ ନଗଦ ଟଙ୍କା ଗଣିବା ଭଳି ଅତ୍ୟନ୍ତ ସ୍ପର୍ଶକାତର ତଥା ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟରେ ଲଗାଯାଇଥିଲା, ସେ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜବାବ ମଗାଯାଇଛି। ଦୁର୍ନୀତିରେ ଲିପ୍ତ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ଦୃଢ଼ ବିଭାଗୀୟ ତଥା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ଭାବନା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.