ARTICLE AD BOX
ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଏକ ‘ଲୁଙ୍ଗି’ ଟିପ୍ପଣୀକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି। ଏଥିପାଇଁ ଗୃହକୁ କିଛି ସମୟ ମୁଲତବୀ ମଧ୍ୟ ରଖିବାକୁ ପଡ଼ିଥିଲା। ସିପିଏମ୍ ସାଂସଦ ଜନ ବ୍ରିଟ୍ଟସ ବୁଧବାର ଅଭିଯୋଗ କରିଛନ୍ତି ଯେ ବିଜେପି ସାଂସଦ ସୁସ୍ମିତା ଦେବ ତାଙ୍କ ବରୋଧରେ ଅପମାନଜନକ ଟିପ୍ପଣୀ ବ୍ୟବହାର କରିଛନ୍ତି।
ସେ କହିଛନ୍ତି, ପୂର୍ବତନ ଟିଏମ୍ସି ଏବଂ କଂଗ୍ରେସ ନେତା ତାଙ୍କୁ ‘ଲୁଙ୍ଗି ୱାଲା’ କହିଛନ୍ତି। ଆଜି ଏହି ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ଜନ ବ୍ରିଟ୍ଟସ କହିଛନ୍ତି, ଅନ୍ୟ ଏକ ଦିନ ମୁଁ ଗୃହରେ କହୁଥିବାବେଳେ ସେ ମୋ ବିରୋଧରେ ‘ଲୁଙ୍ଗିୱାଲା’ ଟିପ୍ପଣୀ ଦେଇଥିଲେ। ମୁଁ ଏକ ଧୋତି ପିନ୍ଧିଥିଲି ଏବଂ ମୁଁ ଜଣେ ମାଲୟଲି ଏବଂ ଦକ୍ଷିଣ ଭାରତୀୟ ହୋଇଥିବାରୁ ଗର୍ବ ଅନୁଭବ କରେ। କିନ୍ତୁ ଲୁଙ୍ଗିକୁ ନେଇ ସେ ମୋ ବିରୋଧରେ ଅପମାନଜନକ ଭାବେ ଏଭଳି ଟିପ୍ପଣୀ ଦେବା ଅତ୍ୟନ୍ତ ଅଗ୍ରହଣୀୟ। ବ୍ରିଟ୍ଟସ ମଧ୍ୟ ତାଙ୍କ ବିରୋଧରେ ଏକ ସ୍ବାଧୀକାର ଭଙ୍ଗ ନୋଟିସ୍ ଅଣାଯାଇଥିବା କହିଛନ୍ତି।
Breakfast meeting: ରାଜ୍ୟସଭା ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜଳଖିଆ ବୈଠକ
ତେବେ ଏହାର ଜବାବରେ ବିଜେପି ସଦସ୍ୟମାନେ ଦାବି କରିଛନ୍ତି ଯେ ସୁସ୍ମିତା ଦେବଙ୍କୁ ମଧ୍ୟ ତାଙ୍କ ପକ୍ଷ ରଖିବାକୁ ଅନୁମତି ମିଳୁ। ଅଭିଯୋଗ ଉପରେ ଜବାବ ରଖି କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ବ୍ରିଟ୍ଟସଙ୍କ ଟିପ୍ପଣୀ ରେକର୍ଡରେ ରହିଲା ଏବଂ ଦେବ୍ଙ୍କୁ ମଧ୍ୟ କହିବାର ସୁଯୋଗ ମିଳିବା ଉଚିତ। ସେ କହିଛନ୍ତି, ଆମେ ଏହାକୁ ଲୁଙ୍ଗି କହୁନା, ଆମେ ଏହାକୁ ଧୋତି କହୁ। ରିଜିଜୁ ମଧ୍ୟ କହିଥିଲେ ଯେ ଅଭିଯୋଗ ଜଣେ ନିର୍ଦ୍ଦିଷ୍ଟ ସଦସ୍ୟଙ୍କ ବିରୋଧରେ ହୋଇଥିବାରୁ ଦେବଙ୍କ କଥା ମଧ୍ୟ ଶୁଣିବା ଉଚିତ। ଏହାପରେ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରୀଷ୍ଣନ ସମସ୍ତ ସଦସ୍ୟଙ୍କୁ ଗୃହର ଶୃଙ୍ଖଳା ବଜାୟ ରଖିବାପାଇଁ ଅନୁରୋଧ କରିଥିଲେ। ପରେ ରାଧାକ୍ରୀଷ୍ଣନ ଏହି ଘଟଣାର ସମାଧାନ ପାଇଁ ଉଭୟଙ୍କୁ ତାଙ୍କ ଚ୍ୟାମ୍ବରକୁ ଡାକିଥିବା ଜଣାପଡ଼ିଛି।

1 hour ago
2


