Rajmahal: ଭିଡ଼ରେ ଅଣନିଃଶ୍ବାସୀ ରାଜଧାନୀ: ରାଜମହଲରୁ ଏଜି ମାଡ଼ି ବସୁଛନ୍ତି ଦୁଇଚକିଆ

3 hours ago 2
ARTICLE AD BOX

ଭୁବନେଶ୍ବର: ପୂଜାର ମାହୋଲ ଯେତେ ଆଗକୁ ବଢ଼ୁଛି, ଟ୍ରାଫିକ୍‌ ଭିଡ଼ ରାଜଧାନୀବାସୀଙ୍କୁ ସେତେ ଅଣନିଃଶ୍ବାସୀ କରିପକାଉଛି। ଚାରିଚକିଆ ଗାଡ଼ି କଥା ଛାଡ଼, ଦୁଇଚକିଆ ଗାଡ଼ି ବି ଗଡ଼ିପାରୁନି। ରାଜଧାନୀର ସବୁ ପ୍ରମୁଖ ରାସ୍ତାରେ ଟ୍ରାଫିକ୍‌ ଜାମ୍‌। ରାଜମହଲରୁ ଏଜି ଛକ, ରାଜମହଲରୁ ବାଣୀବିହାର(ଜନପଥ), କଳ୍ପନାରୁ ରସୁଲଗଡ଼ (କଟକରୋଡ୍‌), ଜୟଦେବବିହାରରୁ ପଟିଆ (ନନ୍ଦନକାନନ ରାସ୍ତା), କଳ୍ପନାରୁ ସାମନ୍ତରାପୁର, ହଂସପାଳରୁ ପଳାଶୁଣୀ, ଆଚାର୍ଯ୍ୟବିହାରରୁ ଗାଡ଼କଣ ସବୁଠି ଭିଡ଼ ଆଉ ଭିଡ଼। ଗଳିକନ୍ଦି ଅବସ୍ଥା ବି କିଛି କମ୍‌ ନୁହେଁ। ୧୦ମିନିଟ୍‌ର ରାସ୍ତାକୁ ଅତିକ୍ରମ କରିବା ଲାଗି ନିହାତି ଅଧଘଣ୍ଟା ଲାଗୁଛି। ପୂଜା ପାଇଁ କିଣାକିଣି କରିବାକୁ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ଯେତିକି, ପୂଜା ମଣ୍ଡପ ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ତା’ଠୁ ବେଶି।

Fire: ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର; ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ରାଜମହଲରୁ ଏଜି ଛକ ରାସ୍ତାରେ ବେଆଇନ୍‌ ପାର୍କିଂ ଏହି ଭିଡ଼ର ମୂଳ କାରଣ। ଚଉଡ଼ା ରାସ୍ତା ବୋଲି ଯିଏ ଯେଉଁଠି ପାରିଲା ଗାଡ଼ି ପାର୍କିଂ କଲା। ବିଶେଷକରି କ୍ୟାପିଟାଲ୍‌ ଥାନାଠାରୁ ୟୁନିଟ୍‌-୧ ହାଟ ସମ୍ମୁଖ ଦେଇ ଏଜି ଛକ ଫୁଲ ଦୋକାନ ପର୍ଯ୍ୟନ୍ତ ହଜାର ହଜାର ବାଇକ୍‌ ରାସ୍ତା ଉପରେ ପାର୍କିଂ ହେଉଛି। ଅଧାରାସ୍ତାକୁ ବାଇକ୍‌ଗୁଡ଼ିକ ମାଡ଼ି ବସୁଛନ୍ତି। ଅବ୍ୟବସ୍ଥିତ ପାର୍କିଂ ପାଇଁ ଲୋକଙ୍କୁ ଟ୍ରାଫିକ୍‌ ଯନ୍ତ୍ରଣାରେ କଲବଲ ହେବାକୁ ପଡ଼ୁଛି। ଭିଡ଼ ହଟାଇବାକୁ ୫୫ଜଣ ଉଠାଦୋକାନୀଙ୍କୁ ଏଠାରେ ହଟାଗଲା ପରେ ବି ବାଇକ୍‌ଗୁଡ଼ିକର ବେଆଇନ ପାର୍କିଂ ପୂର୍ବାବସ୍ଥାକୁ ବଳେଇଯାଇଛି। ଭୁବନେଶ୍ବର କୋର୍ଟ ଓ ବିଜେବି କଲେଜ ସମ୍ମୁଖ ରାସ୍ତାର ସ୍ଥିତି ବଦଳିପାରିନି। ଏବେ ବି ହଜାର ହଜାର ଦୁଇଚକିଆ, ଚାରିଚକିଆ ରାସ୍ତା ଉପରେ ପାର୍କିଂ ହେଉଛନ୍ତି। ଭୁବନେଶ୍ବରରୁ ପୁରୀ ପାଇଁ ଏହି ପ୍ରମୁଖ ରାସ୍ତାରେ ହେଉଥିବା ବେଆଇନ୍‌ ପାର୍କିଂ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛି।

ରସୁଲଗଡ଼ ଛକରେ ଅସରନ୍ତି ଯନ୍ତ୍ରଣା

ରସୁଲଗଡ଼ ଛକରେ ଅସରନ୍ତି ଯନ୍ତ୍ରଣା। ଏବେ ସିନା ପୂଜା ପାଇଁ ଭିଡ଼। ପୂର୍ବରୁ ଏଠି ଭିଡ଼ ନିତିଦିନିଆ କଥା। ଆଜି ରସୁଲଗଡ଼, ପଳାଶୁଣୀ, କଳ୍ପନା ଓ ବାଣୀବିହାର ରାସ୍ତା ଭିଡ଼ରେ ଛନ୍ଦି ହୋଇଯାଇଥିଲା। ପଳାଶୁଣୀ ପାର୍ଶ୍ବରେ ପୁଲିସ ଠିଆ ହୋଇ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପ୍ରଚେଷ୍ଟା କରିଥିଲେ ବି ଅମାନିଆଙ୍କୁ ଅଟକାଇ ପାରିନି। ଆଜି ବି ଲୋକେ ରଙ୍ଗ୍‌ ରୁଟ୍‌ରେ ଯା’ଆସ କରି ଭିଡ଼ ବଢ଼ାଇଛନ୍ତି। ସେପଟେ ଅମାନିଆ ବସ୍‌ ଚାଳକମାନେ ମନଇଛା ଗାଡ଼ି ଅଟକାଇ ଯାତ୍ରୀ ଉଠାଉଥିବା ଓ ମାଲ୍‌ ଅନ୍‌ଲୋଡ୍‌ କରୁଥିବାରୁ ଅଯଥା ଭିଡ଼ ବଢ଼ିଛି। ରସୁଲଗଡ଼ ବ୍ରିଜ୍‌ ଶେଷ ମୁଣ୍ଡରେ ବସ୍‌ଗୁଡ଼ିକ ରାସ୍ତାକୁ ବନ୍ଦ କରି ରଖୁଛନ୍ତି।

Mohan Bhagwat: ପରିସ୍ଥିତିରୁ ପଳାୟନ କରନ୍ତୁ ନାହିଁ, ତାହାର ସମ୍ମୁଖୀନ ହୁଅନ୍ତୁ: ମୋହନ ଭାଗବତ

ଏଣୁ ପଛରୁ ଯାଉଥିବା ଗାଡ଼ି ସବୁ ସ୍ବାଭାବିକ ଭାବେ ଆଗକୁ ଗଡ଼ିପାରୁନାହାନ୍ତି। ଟ୍ରାଫିକ୍‌ ପୁଲିସ କର୍ମଚାରୀମାନଙ୍କ ଆଗରେ ଏଭଳି ଘଟୁଥିଲେ ବି ଏହାକୁ ସେମାନେ ଗୁରୁତ୍ବ ଦେଉନାହାନ୍ତି। ଆଜି ବାଣୀବିହାରରୁ ରସୁଲଗଡ଼ ଦେଇ ପଳାଶୁଣୀ, ହାଇଟେକ୍‌ ଛକ ଅତିକ୍ରମ କରିବାକୁ ଘଣ୍ଟା ଘଣ୍ଟା ଲାଗି ଯାଇଥିଲା। ସଂଧ୍ୟାରେ ଲୋକମାନେ ଏହି ରାସ୍ତାରେ ରୁନ୍ଧି ହୋଇଯାଇଥିଲେ। ଉଭୟ ଫ୍ଲାଏଓଭର୍‌ ଉପର ଓ ସର୍ଭିସ୍‌ରୋଡ୍‌ରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ଭିଡ଼ରେ ଲୋକେ ହନ୍ତସନ୍ତ ହୋଇଥିଲେ।

ପୂଜାମଣ୍ଡପରେ ସୁରକ୍ଷା ବ୍ୟବସ୍ଥା ପରଖିଲା ଅଗ୍ନିଶମ ବାହିନୀ: ‘ଶକ୍ତି ସୁରକ୍ଷା’ ଅଭିଯାନରେ ୫ହଜାରରୁ ଅଧିକ ଆଗ୍ନିକ

ଭୁବନେଶ୍ୱର: ଦୁର୍ଗାପୂଜା ପାଇଁ ସାରା ସହର ଉତ୍ସବ ମୁଖର ହୋଇଥିବା ବେଳେ ପୂଜାମଣ୍ଡପରେ ଅଗ୍ନିକାଣ୍ଡ ଓ ବିଭିନ୍ନ ଅଘଟଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ‘ଶକ୍ତି ସୁରକ୍ଷା’ ଅଭିଯାନ ଆରମ୍ଭ କରାଯାଇଛି। ପ୍ରାୟ ୫ହଜାରରୁ ଅଧିକ ଆଗ୍ନିକଙ୍କୁ ନେଇ ରାଜଧାନୀ ସମେତ ରାଜ୍ୟର ପ୍ରାୟ ୧୫ଶହରୁ ଅଧିକ ମଣ୍ଡପରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ଏହା ସହିତ ମଣ୍ଡପମାନଙ୍କରେ ଅଗ୍ନିଶମ କର୍ମଚାରୀଙ୍କ ମୁତୟନ, ଜନସମାଗମ ସ୍ଥଳରେ ସୁରକ୍ଷା ସହାୟତା, ବିସର୍ଜନ ସମୟରେ ଦୁର୍ଘଟଣାର ମୁକାବିଲା ଏବଂ ଆୟୋଜକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଗ୍ନି ସୁରକ୍ଷା ସଚେତନତା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

Pension Scheme: ନୂଆ ଭତ୍ତା ପାଇଁ ମୃତ୍ୟୁକୁ ଅପେକ୍ଷା

ସେହିପରି ମଣ୍ଡପଗୁଡ଼ିକରେ ଅଗ୍ନିକାଣ୍ଡର ଆଶଙ୍କା ହ୍ରାସ କରିବା ପାଇଁ କମିଟିମାନେ ଅଗ୍ନି ନିର୍ବାପକ ଯନ୍ତ୍ର ଉପଲବ୍ଧ ରଖିବା, ବିଦ୍ୟୁତ୍ ସଂଯୋଗ ଓ ଆଲୋକସଜ୍ଜାର ସୁରକ୍ଷା ଯାଞ୍ଚ କରିବା, ଦହନଶୀଳ ସାମଗ୍ରୀର ବ୍ୟବହାରରେ ସତର୍କତା ଅବଲମ୍ବନ କରିବା ଏବଂ ଜରୁରୀକାଳୀନ ପ୍ରସ୍ଥାନ ପଥକୁ ଅବରୋଧମୁକ୍ତ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି। ମା’ଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଜଳଜନିତ ଦୁର୍ଘଟଣାକୁ ରୋକିବା ଏବଂ ଜଳରେ ବୁଡ଼ିଯିବା ଭଳି ଘଟଣାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ଓ ଆବଶ୍ୟକ ଉପକରଣ ପ୍ରସ୍ତୁତ ରଖାଯାଇଛି। ବିସର୍ଜନ ସ୍ଥଳରେ ପ୍ରଶାସନର ନିର୍ଦ୍ଦେଶ ଓ ସୁରକ୍ଷା ନିୟମ ପାଳନ କରିବା ସହିତ ଜନସାଧାରଣଙ୍କୁ ଜଳାଶୟ ନିକଟରେ ସତର୍କ ରହିବାକୁ ଅନୁରୋଧ କରାଯାଉଛି। ଅପରପଟେ କୌଣସି ଅଗ୍ନିକାଣ୍ଡ ବା ଜରୁରୀକାଳୀନ ପରିସ୍ଥିତି ଦେଖିଲେ ତୁରନ୍ତ ୧୧୨ ନମ୍ବରରେ ଯୋଗାଯୋଗ କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.