ARTICLE AD BOX
ରାଇରଙ୍ଗପୁର(ତୁଷାରକାନ୍ତ ମହାନ୍ତ): ରାଇରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ଦେଵବ୍ରତ ରଥ ମହାପାତ୍ରଙ୍କ ତତ୍ତ୍ବାବଧାନରେ ମହାପ୍ରଭୁଙ୍କ ଦ୍ଵିତୀୟ ଦିନର ପବିତ୍ର ରଥଯାତ୍ରା ସମ୍ପନ ହୋଇଛି। ଦ୍ଵିତୀୟ ଦିନରେ ଚତୁର୍ଦ୍ଧାମୂର୍ତ୍ତି ମାଉସୀମା ମନ୍ଦିର ପହଞ୍ଚିବା ପରେ ସନ୍ଧ୍ୟାରେ ଧାଡ଼ି ପହଣ୍ଡି ହୋଇ ଆଡ଼ପ ମଣ୍ଡପକୁ ବିଜେ କଲେ। ଠାକୁରଙ୍କ ରୀତି, ନୀତି, ଦ୍ୱାରପାଳ ପୂଜା, ସୂର୍ଯ୍ୟ ପୂଜା ଏବଂ ଅନ୍ୟାନ୍ୟ ପୂଜାର୍ଚ୍ଚନା ସମ୍ପନ କରିବ ପରେ ଗୋଟି ପହଣ୍ଡିରେ ଚକ୍ରରାଜ ସୁଦର୍ଶନ, ପ୍ରଭୂଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ନୀତି ସମ୍ପନ୍ନ ହୋଇଥିଲା। ମହାପ୍ରଭୁ ମାଉସୀ ମା’ ମନ୍ଦିରକୁ ପ୍ରବେଶ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।
/filters:format(webp)/sambad/media/media_files/2026/07/17/rairangpur-rathyatra-2026-07-17-19-35-38.jpg)
ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ ଯୋଗଦେଇ ରଥ ଟାଣିଥିଲେ । ଡାହୁକ କୃଷ୍ନବିହାରୀ ମହାନ୍ତି ଓ ଅଭିଷେକ ମହାନ୍ତିଙ୍କ ଦ୍ବାରା ରଥ ଗଡ଼ିଥିଲା । ରଥଯାତ୍ରା କମିଟିର ଏଡିଏମ୍ ଅଜିତ୍ କୁମାର , ଉପଜିଲ୍ଲାପାଳ ଉଗ୍ରସେନ ଓରାମ, ରାଇରଙ୍ଗପୁର ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା, ମମତା ସାହୁ, ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବୀରେନ୍ଦ୍ର ସେନାପତିଙ୍କ ସମେତ ଉପଖଣ୍ଡର ସମସ୍ତ ଥାନାର ଥାନା ଅଧିକାରୀ,ନଗରପାଳ ଅଭିଷେକ ପଟ୍ଟନାୟକ,ତହସିଲଦାର ଭବାନୀ ପ୍ରସାଦ ସାହୁ,ପୂର୍ବତନ ବିଧାୟକ ରାଜକିଶୋର ଦାସଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ। ସେହିପରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଧାରା ବିବରଣୀ ଡ଼ ଦିଗମ୍ବର ଗିରି,ରଞ୍ଜନ କୁମାର ନନ୍ଦ,ବିଜୟ ରାମ, ସଚ୍ଚିକାନ୍ତ କର,ତିମିର ରଂଜନ ପଣ୍ଡା,ପୁଷ୍ପାଞ୍ଜଳି ତ୍ରିପାଠୀ, ପୁଷ୍ପଲତା ମହାନ୍ତି,ଲଳିତ ମହାନ୍ତ,ଭୀମ ଚରଣ ପାତ୍ର, ନିଗମାନନ୍ଦ ପଟ୍ଟନାୟକ, ତନ୍ମୟୀ ରଥ, ଦୁଷ୍ମନ୍ତ କୁମାର ବସା ପ୍ରମୂଖ ଧାରା ବିବରଣୀ ପ୍ରଦାନ କରିଥିଲେ ।
Rath Yatra: ରାଇରଙ୍ଗପୁରରେ ପ୍ରଥମ ଦିନର ପବିତ୍ର ରଥଯାତ୍ରା: ଆଜି କେବଳ ମହିଳା ଟାଣିବେ ରଥ
ମୀନା ବଜାରରେ ଚଳିତ ବର୍ଷ ଅଧିକ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ତେବେ ରଥଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଆଜି କେବଳ ମହିଳା ମାନେ ରଥ ଟାଣିଥିଲେ । ସେହିପରି ସନ୍ଧ୍ୟାରେ ଗତକାଲି ମାଉସିବାଡିଠାରେ ପାଲା ପରିବେଷଣ ହୋଇଥିବା ବେଳେ ସପ୍ତାହେ ବ୍ୟାପି ଆଧ୍ୟାତ୍ମିକ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ରଥ କମିଟିର ସମସ୍ତ ସଦସ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପରିଚାଳନା କରିବାରେ ସହଯୋଗ କରିଥିଲେ ।

1 hour ago
1


