ARTICLE AD BOX
ରାଉରକେଲା: ୭ ଘଣ୍ଟାର ଅବିରତ ବର୍ଷାରେ ବେହାଲ୍ ହୋଇଯାଇଛି ସ୍ମାର୍ଟସିଟି ରାଉରକେଲା। ବହୁ ବସ୍ତି ଓ କଲୋନି ପାଣି ଘେରରେ ରହିଥିବାବେଳେ ରାସ୍ତାରେ ବର୍ଷାଜଳ ଲହଡ଼ି ମାରୁଛି। କେଉଁଠି ଆଣ୍ଠୁଏ ତ କେଉଁଠି ଛାତିଏ ପାଣି। ଘଣ୍ଟାଘଣ୍ଟା ଧରି ଠପ୍ ହୋଇଯାଇଛି ଯାତାୟାତ। ଏମିତି ବର୍ଷା ହେଲା ଯେ ଅସଜଡ଼ା ଡ୍ରେନ୍ରୁ ଜଳ ନିଷ୍କାସନ ହୋଇ ନ ପାରି ସହର ଭିତରେ ସୃଷ୍ଟି ହେଲା କୃତ୍ରିମ ବନ୍ୟା। ପ୍ରାୟ ୪ ହଜାରରୁ ଅଧିକ ଘରେ ବର୍ଷା ପାଣି ପଶିବା ଫଳରେ ଲକ୍ଷଲକ୍ଷ ଟଙ୍କାର ଆସବାବପତ୍ର ପାଣିରେ ଭାସି ନଷ୍ଟ ହୋଇଯାଇଛି। ନାଳରେ ଭାସିଯାଇ ପାନପୋଷ ଅଞ୍ଚଳର କ୍ରିଷ୍ଣାଚିକ୍ ବଡ଼ାଇକ (୪୦)ଙ୍କ ମୃତ୍ୟୁ ଘଟିଛି।
Anganwadi worker: ଅଣ୍ଡା ପାଇଁ ଦମ୍ପତିଙ୍କ ୧୫୦ କିଲୋମିଟର କଷ୍ଟକର ଯାତ୍ରା
ରେଲୱେ କଲୋନି ଇନ୍ଦିରାନଗର, ମାଲଗୋଦାମ ରେଳ ଫାଟକ ଦୁଇ ପାର୍ଶ୍ବ ବସ୍ତିରେ ପ୍ରାୟ ୧୨୦୦ରୁ ଅଧିକ ଘର ପାଣିରେ ବୁଡ଼ିଯାଇଛି। କେତେକ ଝୁମ୍ପୁଡ଼ି ଓ ଆଜ୍ବେଷ୍ଟସ୍ ଘର ସମ୍ପୂର୍ଣ୍ଣ ବୁଡ଼ିଯାଇଥିବାରୁ କ୍ଷତିଗ୍ରସ୍ତ ପରିବାର ଗୋଟିଏ ବି ଜିନିଷ ଘରୁ ବାହାର କରିବାକୁ ସମୟ ପାଇନଥିଲେ। ବେଦବ୍ୟାସ ଦାଣ୍ଡିଆପାଲି, ବିଶ୍ବକର୍ମା ବିହାରରେ ପ୍ରାୟ ୧୨୦୦ରୁ ଅଧିକ ଘରେ ବର୍ଷା ପାଣି ଲହଡ଼ି ମାରିଥିଲା। ବସ୍ତିର କିଛି ମାଟି ଘର ଭାଙ୍ଗିଯିବା ସହ ଶିକ୍ଷାନୁଷ୍ଠାନର ପାଚେରି ଭୁଶୁଡ଼ି ପଡ଼ିଛି। ଉଦିତନଗର ତେଲୁଗୁ ବସ୍ତିର ପ୍ରାୟ ୨୦୦ରୁ ଅଧିକ ପରିବାର ୮ ଘଣ୍ଟା ଧରି ଜଳବନ୍ଦି ରହିଥିଲେ। ସାରଳା ମାର୍କେଟ୍ର ଦୁଇ ବସ୍ତି, ମୀନାପଡ଼ାରେ ବି ସମାନ ସ୍ଥିତି ଉପୁଜିଥିଲା। ସହରର ମୁଖ୍ୟ ବଜାର, ବିର୍ସା ମୁଣ୍ଡା ଛକ, ଏୟାରପୋର୍ଟ ରାସ୍ତାରେ ଅଣ୍ଟାଏ ଉଚ୍ଚର ବର୍ଷା ପାଣି ପ୍ରବାହିତ ହୋଇଥିଲା। ବ୍ରାହ୍ମଣୀ ଫୁଲୁଥିବାରୁ ସହରରୁ ବର୍ଷା ପାଣି ନିଷ୍କାସନରେ ବାଧା ଉପୁଜିଛି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ଆରଏମ୍ସି କମିସନର ଦୀନା ଦସ୍ତଗିରି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ଲୋକଙ୍କ ସମସ୍ୟା ବୁଝିଥିଲେ।
Gomata suraksha: ୬ବ୍ଲକରେ ଲାଗିବ ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ଟ, ହ୍ରାସ ପାଇବ ଦୁର୍ଘଟଣା!
ବ୍ରାହ୍ମଣୀ ନଦୀକୁ ଜଳ ନିଷ୍କାସନ ପାଇଁ ଜେସିବି, ପୋକ୍ଲେନ୍ ସହାୟତାରେ ପ୍ରମୁଖ ଡ୍ରେନ୍ଗୁଡ଼ିକୁ ଖୋଳାଯାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆର୍ଏମ୍ସିର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ଜରିଆରେ ୫ ହଜାରରୁ ଅଧିକ କ୍ଷତିଗ୍ରସ୍ତଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ବିଭିନ୍ନ ବସ୍ତିରେ ଶୁଖିଲା ଓ ରନ୍ଧାଖାଦ୍ୟ ବାଣ୍ଟିଛନ୍ତି। ବ୍ରାହ୍ମଣୀ ଜଳସ୍ତର ବୃଦ୍ଧି ଯୋଗୁ ସହରତଳି ବସ୍ତି ବୁଡ଼ିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଛି।

1 day ago
4


