Rain: ପାଣି କମିନି, ପୁଣି ଛେଚିବ: ଆଜି ଅବପାତ, ରେଡ୍‌ ଆଲର୍ଟରେ ଓଡ଼ିଶା

1 hour ago 2
ARTICLE AD BOX

ଭୁବନେଶ୍ବର: ଓଡ଼ିଶାବାସୀଙ୍କୁ ଏବେ ବର୍ଷାରୁ ନିସ୍ତାର ମିଳିବ ନାହିଁ। ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଅଧା ଓଡ଼ିଶାରେ ବର୍ଷା ଛେଚିବ। ଉତ୍ତର ଓଡ଼ିଶାରେ ଅତ୍ୟଧିକ ବର୍ଷା ହେବାକୁ ଥିବାରୁ ଏକାଧିକ ଜିଲ୍ଲା ପୁଣିଥରେ ବନ୍ୟାର ସାମନା କରିବାକୁ ଯାଉଛି। ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଏକପ୍ରକାର ଥୟ। ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସାରା ରାଜ୍ୟକୁ ରେଡ୍‌ ଆଲର୍ଟ ଜାରି କରି ମୁକାବିଲା ପାଇଁ ପ୍ରଶାସନକୁ ସଜାଗ କରିଛି। ରାତି ସୁଦ୍ଧା ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇଥିବାରୁ ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଆହୁରି ୩୬ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାକୁ ଥିବାରୁ ପରିସ୍ଥିତି ଭୟଙ୍କର ହେବା ନେଇ ଆକଳନ କରାଯାଇଛି। ଅଗଷ୍ଟ ଶେଷ ସପ୍ତାହ (ବିଶେଷ କରି ଅଗଷ୍ଟ ୨୫ରୁ ୨୮ ମଧ୍ୟରେ) ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ, ଲଘୁଚାପ ସୃଷ୍ଟି ହେବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ତାରିଖର ୪ ଦିନ ପୂର୍ବରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଚିନ୍ତାର କାରଣ ପାଲଟିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ୧୫ ତାରିଖରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହୋଇପାରେ। ପ୍ରଭାବରେ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ସମେତ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ। ସ୍ଥଳବିଶେଷରେ ପବନର ବେଗ ଘଣ୍ଟାପ୍ରତି ୬୦ କିମି ଛୁଇଁବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ବାରଣ ହୋଇଛି।

ଉତ୍ତର ଓଡ଼ିଶାକୁ ବଡ଼ ବନ୍ୟା ଭୟ
ପ୍ରଶାସନକୁ ସଜାଗ କଲା ଆଇଏମ୍‌ଡି
ଶେଷ ସପ୍ତାହରେ ପୁଣି ଲଘୁଚାପ

ଆସନ୍ତା ୧୮ ତାରିଖ ପୂର୍ବାହ୍ଣ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଏବଂ ସ୍ଥାନେ ସ୍ଥାନେ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ୪ଟି ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି ହୋଇଛି। ଏହାବ୍ୟତୀତ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ ପଶ୍ଚିମ ଆଡ଼କୁ ଯିବାକୁ ଥିବାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ତେବେ ଏହି ଦୁଇ ଦିନ ଓଡ଼ିଶାର ସମସ୍ତ ଜିଲ୍ଲାରେ ମଧ୍ୟମଧରଣର ବର୍ଷା ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ ଗତି କରିବ। ପ୍ରଭାବରେ ଅଗଷ୍ଟ ୧୬ରୁ ୧୯ ମଧ୍ୟରେ ଉପକୂଳ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଅଗଷ୍ଟ ୨୦ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ନାହିଁ। ପୂର୍ବରୁ ୧୮ରୁ ୨୦ ତାରିଖ ମଧ୍ୟରେ ଯେଉଁ ଲଘୁଚାପର ଆକଳନ କରାଯାଉଥିଲା, ତାହା ବାୟୁମଣ୍ଡଳୀୟ ଦ୍ରୁତ ପରିବର୍ତ୍ତନ ହେତୁ ଆଗୁଆ ସୃଷ୍ଟି ହୋଇସାରିଛି। ତେଣୁ ଅଗଷ୍ଟ ୨୦ରୁ ୨୨ ମଧ୍ୟରେ ରାଜ୍ୟରେ ବର୍ଷାରୁ ସାମୟିକ ବିରାମ ମିଳିବ। ଅଗଷ୍ଟ ୨୫ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ଏବଂ ୨୬/୨୭ ବେଳକୁ ଲଘୁଚାପ ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ପ୍ରଣାଳୀ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗକୁ ଗତି କରିବାର ପ୍ରାରମ୍ଭିକ ସଙ୍କେତ ରହିଛି, ଯାହା ଉତ୍ତର-କେନ୍ଦ୍ରୀୟ ଓଡ଼ିଶା ଓ ସଂଲଗ୍ନ ଉପକୂଳ ଅଞ୍ଚଳକୁ ମୁଖ୍ୟତଃ ପ୍ରଭାବିତ କରିପାରେ ବୋଲି ସେ କହିଛନ୍ତି।

୪୯ ବ୍ଲକ୍‌, ୫ ସହର ପ୍ରଭାବିତ, ଆଜି ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସଙ୍ଗିନ ରୂପ ଧାରଣ କରୁଛି। ଆହୁରି ଦୁଇ ଦିନ ବର୍ଷା ଥିବାରୁ ପରିସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ୪୯ଟି ବ୍ଲକ୍‌ର ୩୩୧ ପଞ୍ଚାୟତର ୯୯୭ଟି ଗାଁ ଏବଂ ପାଞ୍ଚଟି ସହରାଞ୍ଚଳ ପ୍ରଭାବିତ ହୋଇଛି। ମୋଟ୍‌ ଉପରେ ୫.୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ୨.୩୭ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୨୯୩ଟି ରିଲିଫ୍‌ କ୍ୟାମ୍ପ ଖୋଲାଯାଇଛି। ୩୬ଟି ଓଡ୍ରାଫ୍‌ ଟିମ୍‌, ୭ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ୪୩ଟି ଅଗ୍ନିଶମ ସେବା ଟିମ୍‌ ବିଭିନ୍ନ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆଜି ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବନ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା ବେଳେ ଏହି ସୂଚନା ଦିଆଯାଇଛି। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହୋଇଥିଲା ବେଳେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

ଆଜି ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ
ଜିଲ୍ଲା ଗଲେ ୩ ବରିଷ୍ଠ ଆଇଏଏସ୍‌
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

Horoscope 2026 August 16: ଜାଣନ୍ତୁ ଆଜିର ରାଶିଫଳ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଭଦ୍ରକ ଓ ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଯେଉଁମାନେ ପୂର୍ବରୁ ଛୁଟି ନେଇଛନ୍ତି ସେମାନଙ୍କ ଛୁଟି ବାତିଲ୍‌ କରାଯାଇଛି। ବନ୍ୟା ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ତିନିଟି ଜିଲ୍ଲାରେ ରିଲିଫ୍‌ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ତିନି ଜଣ ଆଇଏଏସ୍‌ ଅଧିକାରୀଙ୍କୁ ପଠାଯାଇଛି। କେନ୍ଦ୍ରାଞ୍ଚଳ ଆରଡିସି ସୁଧାଂଶୁ ସାମଲଙ୍କୁ ଭଦ୍ରକ, ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ବର ଏବଂ ଅବକାରୀ କମିସନର ପି ଅନ୍ବେଷା ରେଡ୍ଡୀଙ୍କୁ ଯାଜପୁର ପଠାଯାଇଛି। ସେମାନେ ଜିଲ୍ଲାରେ ରହି ବନ୍ୟା ମୁକାବିଲା ପ୍ରସ୍ତୁତି, ରିଲିଫ୍‌ ଓ ଥଇଥାନ କାର୍ଯ୍ୟର ତଦାରଖ କରିବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶ ଜାରି ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳର ବହୁ ଜନବସତିରେ ପାଣି ପଶିଥିବାରୁ ୭୫ ହଜାର ବିଜୁଳି ଉପଭୋକ୍ତାଙ୍କୁ ବିଜୁଳି ସରବରାହ ବନ୍ଦ ଅଛି। ଯେଉଁ ସବୁ ଅଞ୍ଚଳରେ ପାଣି କମୁଛି, ସେଠାରେ ପରିସ୍ଥିତି ଦେଖି ବିଦ୍ୟୁତ୍‌ ସଂଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.