Rain: ଅବିଶ୍ରାନ୍ତ ବର୍ଷା: ଜଳାର୍ଣ୍ଣବ ସ୍ମାର୍ଟସିଟି, କଲୋନୀ ଓ ବସ୍ତିରେ ଅଧିକାଂଶ ଘରେ ପାଣି

2 days ago 3
ARTICLE AD BOX

ରାଉରକେଲା : ଆଜି ସକାଳୁ ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷାରେ ସ୍ମାର୍ଟସିଟିଜଳାର୍ଣ୍ଣବ ହୋଇ ଯାଇଛି l ରାଉରକେଲା ଷ୍ଟେସନ ଦ୍ଵିତୀୟ ପ୍ରବେଶ ପଥ ସମ୍ପୂର୍ଣ୍ଣ ବୁଡି ଯାଇଛି l ବେଦବ୍ୟାସ ବିଶ୍ଵକର୍ମା ବିହାର, ଦାଣ୍ଡିଆପାଲିର ତଳ ମହଲା ଘର ଗୁଡିକ ବୁଡି ଯାଇଛି l ଉଦିତନଗର ଶୀତଳପଡ଼ା, ଲାଲବିଲ୍ଡିଂର ତେଲଗୁବସ୍ତିର ପ୍ରାୟ ସମସ୍ତ ଘରେ ବର୍ଷା ପାଣି ଲହଡି ମାରୁଛି l ବେଦବ୍ୟାସରୁ ଟିସିଆଇକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ବୁଡି ଯାଇଛି l ଏହି ରାସ୍ତାରେ ଯାତାୟାତ ଠପ ହୋଇଯାଇଛି l ବର୍ଷା ଯୋଗୁ ସ୍କୁଲଗୁଡିକ ଛୁଟି କରି ଦିଆଯାଇଛି | ଇନ୍ଦିରା ନଗର, ମଛଲି ମାର୍କେଟ ବସ୍ତି, ମାଲଗୋଦାମ, ତେଲୁଗୁପଡା, ବନ୍ଧମୁଣ୍ଡା ତିଲକାନଗର, ରେଳ ଷ୍ଟେସନ ଦ୍ଵିତୀୟ ପ୍ରବେଶପଥ ପାର୍କିଂ ବି ବୁଡ଼ିଯାଇଛି।

ଆହୁରି ପଢନ୍ତୁ: Car: ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ

ଅନ୍ୟପଟେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁଁ ଆଜି ହେବାକୁ ଥିବା +୩ କଳା ଏନଇପି ଦ୍ଵିତୀୟ ସେମିଷ୍ଟର ଓ ସିବିସିଏସ ବ୍ୟାକ ପେପର ପରୀକ୍ଷାକୁ ବାତିଲ କରାଯାଇଛି । ଏହି ପରୀକ୍ଷାର ପରବର୍ତ୍ତୀ ତାରିଖ ପରେ ଜଣାଇ ଦିଆଯିବ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.