Rain Havoc ଲଗାଣ ବର୍ଷା: ମୋରଡ଼ା ବ୍ଲକ୍‌ ୬ ଟି ପଞ୍ଚାୟତରେ ବନ୍ୟାସ୍ଥିତି

3 hours ago 2
ARTICLE AD BOX

ଚିତ୍ରଡା: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୋରଡ଼ା ବ୍ଲକ ଓ ଚିତ୍ରଡା ଏନ୍‌ଏସି ର ଦୁଇଟି ପଞ୍ଚାୟତ କୁ ମିଶାଇ ମୋଟ ୬ ଟି ପଞ୍ଚାୟତ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। 

mayurbhanj rain havoc2

ଆଜି (ଗୁରବାର) ପୂର୍ବାହ୍‌ଣରୁ ନଦୀ ଓ କେନାଲ୍‌ଆଦିରେ ବନ୍ୟାଜଳ ପ୍ରବାହିତ ହୋଇଥିଲା।  ତଳିଆ ଅଞ୍ଚଳର ଲୋକଙ୍କ ଘରେ ବନ୍ୟା ଜଳ ପ୍ରବେଶ କରିଥିଲା। ଲୋକଙ୍କ ଘରର ଧାନ,ଚାଉଳ ଠାରୁ ଆରମ୍ଭ କରି ସବୁକିଛି ବନ୍ୟା ଜଳ ରେ ସମ୍ପୂର୍ଣ୍ଣ ଭିଜି ଯାଇଥିବା ବେଳେ ସକାଳୁ ସକାଳୁ ଲୋକେ ନିଜ ର ଗୃହ ପାଳିତ ପଶୁ, ପରିବାର ସଦସ୍ୟ ନଙ୍କୁ ଧରି ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି। 

Heavy Rain in Rourkela ରାଉରକେଲାରେ ପ୍ରବଳ ବର୍ଷା: ଆରଏମ୍‌ସିର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ

ଆଜି ଗଡ଼ିଗାଁ ପଞ୍ଚାୟତ  ହାଣ୍ଡିଭଙ୍ଗା ବନ୍ଧର ଜଳ ଚିତ୍ରଡା ଏନ୍‌ଏ ସି ଅଧୀନ ସମାଇଡ଼ିହି, ଲଦଡ଼ିହି, ମଦନଡ଼ିହି- ତିନିଟି ଗ୍ରାମର ୨୦ ରୁ ଊର୍ଦ୍ଧ୍ବ ଲୋକଙ୍କ ଘର ଭିତରେ ବନ୍ୟା ଜଳ ପ୍ରବେଶ କରିବା ସହ ଲୋକଙ୍କ ଘର ସମ୍ପୂର୍ଣ୍ଣ ରୂପେ ଜଳବନ୍ଦୀ ହୋଇରହିଛି । ସକାଳୁ ସକାଳୁ ହଳଦୀପାଳ ସରପଞ୍ଚ ମାଳତୀ ମାର୍ଣ୍ଡି, ବ୍ଲକ ଉପାଧ୍ୟକ୍ଷା ଜେମାମଣି ମହାନ୍ତ,ଲୋଧା ଉନ୍ନୟନ ସଂସ୍ଥା ର ସ୍ୱତନ୍ତ୍ର ଅଧିକାରୀ ଭବାନୀ ଶଙ୍କର ପାଢ଼ୀ ଏବଂ ଟିମ,ପିଇଓ ଅଭିନନ୍ଦନ ସିଂହ,ଆର ଆଇ ପୂର୍ଣ୍ଣଚନ୍ଦ୍ର ସି ପ୍ରମୁଖ ଉକ୍ତ ଗ୍ରାମ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ କରିଥିଲେ ।

mayurbhanj rain havoc

 ସେହିପରି ବରକନ୍ଦ ପଞ୍ଚାୟତ ତେନ୍ତୁଳିବାଟି, ରତନପୁର, ରେକଣା, ଇଟାମୁଣ୍ଡିଆ-ଭଡରାନଣ୍ଡା, ଘୋଳମୁହାଁ ପଞ୍ଚାୟତର ଗଣ୍ଡାଗୁହାଳୀ, ଘୋଳମୁହାଁ, ଚିତ୍ରଡା ପଞ୍ଚାୟତର ଶୀଳଦା,ମୋରଡ଼ା ପଞ୍ଚାୟତର ପାଞ୍ଚଗୋଛିଆ, ପଟ୍ଟାକୁଣ୍ଡିଆ,ଗଡ଼ିଗାଁ ପଞ୍ଚାୟତର ଡେଙ୍ଗାଶୋଳ ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ଏକାଧିକ ଲୋକଙ୍କ ଘର ଭିତରେ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ପ୍ରଶାସନ ପକ୍ଷରୁ ପୀଡ଼ିତ ପରିବାରକୁ ଉଦ୍ଧାର କରାଯିବା ସହ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦିଆଯାଇଥିବା ଜଣାପଡିଛି।

Mayurbhanj child sale case ୩୦ ହଜାର ଟଙ୍କାରେ ନିଜ ୭ମାସ ପୁଅକୁ ବିକୁଥିଲା ବାପା, ଧରାପଡ଼ିଲା

ଏପର୍ଯ୍ୟନ୍ତ ବର୍ଷା ଲାଗିରହିଥିବା ବେଳେ ଉପର ମୁଣ୍ଡ ରେ ପ୍ରବଳ ବର୍ଷା ହେଉଥିବା ରୁ ଜମ୍ଭୀରା ନଦୀ ଅଧିକ ଫୁଲୁଛି ଜଳ ସ୍ତର ଅଧିକ ବୃଦ୍ଧି ପାଇ ଚାଲିଛି । ଯାହା ଫଳରେ ନଦୀ ଏବଂ ବନ୍ଧ କୂଳ ଗ୍ରାମବାସୀ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ଆଜି ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ୬୦ ରୁ ଊର୍ଦ୍ଧ୍ବ ଲୋକଙ୍କ ଘର ଭାଙ୍ଗିଥିବାର ଖବର ମିଳିଥିବା ବେଳେ ୪୦ ରୁ ଊର୍ଦ୍ଧ୍ବ ଘର ଲଗାଣ ବର୍ଷାରେ ଭାଙ୍ଗିଥିବାର ରାଜସ୍ବ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Heavy rain: ଲଗାଣ ବର୍ଷାରେ ଧୋଇଗଲା ପୋଲ, ରାସଗୋବିନ୍ଦପୁର- ଅମର୍ଦ୍ଦା ଯାତାୟାତ ଠପ
ସେହିପରି ଆଜି ସକାଳୁ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ପାଇଁ ବିଭିନ୍ନ ସ୍ଥାନରେ ରାସ୍ତାରେ ଥିବା ପୋଲ ଉପରେ ୪ ଫୁଟରୁ ଅଧିକ ଉଚ୍ଚରେ ପାଣି ପାର ହେଉଥିବାରୁ ବିଭିନ୍ନ ସ୍ଥାନରେ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇ ପଡ଼ିଛି। ରାଜାବନ୍ଧ ପୋଲ ଉପରେ ପାଣି ପାର ହେଉଥିବାରୁ ବାରିପଦା ଅମର୍ଦା ରାଜ୍ୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ବରମାଇଲ-ଗଡ଼ିଆ ମୁଖ୍ୟ ରାସ୍ତା ର ମୋହନପୁର ପୋଲ ରେ ପାଣି ପାରହେଉଥିବା ରୁ ଉକ୍ତ ରାସ୍ତା ରେ ଯୋଗାଯୋଗ ବିଛିନ୍ନ ହୋଇଛି । ତେବେ ବ୍ଲକ ଓ ତହସିଲଦା ପ୍ରଶାସନ ବନ୍ୟା ପରିସ୍ଥିତିକୁ ମୁକବିଲା କରିବା ପାଇଁ ସଜାଗ ଥିବା ଏବଂ ବିଭିନ୍ନ ସ୍ଥାନରେ ପିଇଓ, ଯୋଗାଣ ସାହାୟକ, ଏଡିଇଓ, ଆର୍‌ଆଇମାନେ ରହି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଥିବା ଏବଂ ରାତିରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଉଥିବାର ବିଡ଼ିଓ ଅଣାକର ନାୟକ ପ୍ରକାଶ କରିଛନ୍ତି । ସେହିପରି ଚିତ୍ରଡା ଦମକଳ ବାହିନୀ ଏବଂ ମୋରଡ଼ା ଥାନା ପୋଲସ ମଧ୍ୟ ବନ୍ୟା ପରିସ୍ଥିତି ମୁକାବିଲାରେ ପ୍ରଶାସନକୁ ସହଯୋଗ କରୁଥିବା ବେଳେ ବିଭିନ୍ନ ବିପଦସଂକୁଳ ସ୍ଥାନ ଏବଂ ପୋଲ ରେ ଯାତାୟତକୁ ପୁଲିସ ପକ୍ଷରୁ ବନ୍ଦ କରାଯାଇଥିବା ଜଣାପଡିଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.