Raid: ବନ ବିଭାଗ ଦ୍ବାରା ବିପୁଳ କାଠ ଜବତ୍, ୩ ଗିରଫ

1 hour ago 2
ARTICLE AD BOX

ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡା ବନଖଣ୍ଡ ଅଧିକାରୀ ସଚ୍ଚିନ ଆନ୍ନାସାହେବ ଓହୋଲଙ୍କ ନିର୍ଦେଶ କ୍ରମେ ରାୟଗଡା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପାଣିଗ୍ରାହୀ ନେତୃତ୍ବରେ ବନ କର୍ମଚାରୀମାନେ କୋମତାଲପେଟା ସେକ୍ସନ ଅଧିନସ୍ଥ ଡୋକୁଲୁଗୁଡା ଗ୍ରାମରେ ବେଆଇନ ଭାବରେ ଗଚ୍ଛିତ ରଖାଯାଇଥିବା କାଠ ବିଷୟରେ ସୂଚନା ପାଇ କିଛି ଘରେ ଚଢାଉ କରିଥିଲେ। 

ଏହି ଚଢାଉରେ ଡୋକୁଲୁଗୁଡା ଗ୍ରାମର କେ ଶ୍ରୀନିବାସ, ଗୌରୀ ଶଙ୍କର ଚିକାଟୀ ଓ ବିବେକ ରାଓ କାଲାଗାରା ଙ୍କ ଘରେ ଚଢାଉ କରଯାଇଥିଲା। ଏହି ଚଢାଉ ରେ କେ ଶ୍ରୀନିବାସ ଘରେ ବେଆଇନ ଭାବେ ରଖାଯାଇଥିବା ୬୭ ଗୋଟି ଶାଳ ସାଇଜ , ଗୌରୀ ଶଙ୍କର ଚିକ।ଟୀ ଘରେ ୬୬ ଗୋଟି ଶାଳ ସାଇଜ ଓ ପଟ। ଓ ବିବେକ ରାଓ କ।ଲାଗାରା ଙ୍କ ଘରେ ୫୬ ଗୋଟି ଶାଳ, ପିଆଶାଳ ଓ ଶାଗୁଆନ ସାଇଜ ଜବତ କରଯାଇଥିଲା। ସେମାନେ କୌଣସି ବିଭାଗୀୟ କାଗଜ ଦେଖାଇ ପାରିନଥିଲେ ଓ ସେମାନେ ସ୍ଵୀକାର କରିଲେ ଯେ ସେମାନେ ବେଆଇନ ଭାବେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଗଛ କାଟି ଆଣିଥିଲେ। ‌

Pension: ରାୟଗଡା ଜିଲ୍ଲାରେ ୯୪୬୨ ହିତାଧିକାରୀଙ୍କ ଭତ୍ତା ପାଇଁ ଅପେକ୍ଷା

ଚୋରା କାଠ ବୋଲି ସ୍ବିକାର କରିବା ପରେ ସେମାନଙ୍କୁ କୋମଟାଲପେଟା ବନପାଳ ଅନନ୍ତ ହେମ ଚରଣ ବେହେରା  ଗିରଫ କରିଥିଲେ ଓ କାଠ ଗୁଡିକୁ ଜବତ କରିଥିଲେ। ଏହି ଜବତ କାଠର ଆନୁମାନିକ ବଜାରର ମୂଲ୍ୟ ୩ଲକ୍ଷଟଙ୍କା ହେବ। ଏହି ଚଢାଉରେ ରାୟଗଡ଼ା ସେକ୍ସନର ବନପାଳ ଗୌରୀ ଶଙ୍କର ସାହୁ,  ପଦ୍ମାବତୀ ପାଢୀ, ବନପାଳ ଓ ରାୟଗଡ଼ା ବନାଞ୍ଚଳ ର ଅନ୍ୟ କର୍ମଚାରୀ ଯୋଗଦାନ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.