ARTICLE AD BOX
/sambad/media/media_files/2026/08/12/12bbs_33_12082026_112-2026-08-12-17-02-15.jpg)
ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଚଳିତ ସିଙ୍କଫିଲ୍ଡ କପ୍ ଚେସ୍ ପ୍ରତିଯୋଗିତାରେ ପ୍ରଥମ ବିଜୟ ପାଇଛନ୍ତି। ଦ୍ବିତୀୟ ରାଊଣ୍ଡରେ ସେ ବିଶ୍ବ ପ୍ରତିଯୋଗିତା ଚ୍ୟାଲେଞ୍ଜର ଜାଭୋଖିର ସିନ୍ଦାରୋଭଙ୍କୁ ପରାସ୍ତ କରିଛନ୍ତି। ୬ ଘଣ୍ଟାର ମାରାଥନ୍ ଗେମ୍ରେ ପ୍ରଜ୍ଞାାନନ୍ଦ ୯୫ ମୁଭ୍ ପରେ ବିଜୟୀ ହୋଇଥିଲେ। ୮୨ତମ ମୁଭ୍ରେ ଉଜବେକିସ୍ତାନର ସିନ୍ଦାରୋଭ ବିଜୟର ନିକଟତର ହୋଇଥିଲେ। ହେଲେ ପ୍ରଜ୍ଞାନନ୍ଦ ଏଥିରେ ବିରତି ଆଉ ୧୩ ମୁଭ୍ ଖେଳିବା ସହ ସିନ୍ଦାରୋଭଙ୍କୁ ହରାଇଥିଲେ। ଏହି ବିଜୟ ସହ ପ୍ରଜ୍ଞାନନ୍ଦଙ୍କ ପଏଣ୍ଟ୍ ସଂଖ୍ୟା ୧.୫ରେ ପହଞ୍ଚିଛି। ଏଥିସହ ସେ ଟେବୁଲରେ ୱେସ୍ଲେ ସୋ, ଫାବିଆନୋ କରୁଆନା ଓ ଲେଭନ ଆରୋନିଆନ୍ଙ୍କ ସହ ମିଳିତ ଭାବେ ଶୀର୍ଷରେ ରହିଛନ୍ତି। ବୁଧବାର ପରବର୍ତ୍ତୀ ରାଉଣ୍ଡରେ ସେ ଭିନସେଣ୍ଟ୍ କେମରଙ୍କୁ ଭେଟିବେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


