Question paper leak: ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷା ବାତିଲ ଯୋଗୁ ମନୋବଳ ଭାଙ୍ଗି ଯାଇଥିଲା: ନିଟ୍‌ ଟପ୍ପର୍‌

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ୍‌ ଓ ପୁନଃପରୀକ୍ଷା ଏବଂ ଅନ୍ୟ ପରୀକ୍ଷାରେ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କ ବିରୋଧରେ ତୀବ୍ର ପ୍ରତିବାଦ କରୁଛନ୍ତି। କକ୍ରୋଚ ଜନତା ପାର୍ଟି (ସିଜେପି) ଛାତ୍ରଙ୍କ ସପକ୍ଷରେ ଦୀର୍ଘ ଦିନ ହେଲା ଜନ୍ତର ମନ୍ତରଠାରେ ଆନ୍ଦୋଳନ କରୁଛି। ଚଳିତ ବର୍ଷ ନିଟ୍‌ ୟୁଜି ପୁନଃପରୀକ୍ଷା ଜୁନ୍‌ ୨୧ ତାରିଖରେ ଅନୁଷ୍ଠିତ ହୋଇଥିବାବେଳେ ଆର୍ୟନ ଗୁପ୍ତା ସର୍ବଭାରତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆର୍ୟନ କହିଛନ୍ତି, ପରୀକ୍ଷା ବାତିଲ ହେବା ପରେ ସେ ମଧ୍ୟ ଭାରାକ୍ରାନ୍ତ ହୋଇପଡ଼ିଥିଲେ।

ପରୀକ୍ଷା ବାତିଲ ହେବା ପରବର୍ତ୍ତୀ ସମୟ କଥା ମନେ ପକାଇ ଗୁପ୍ତା କହିଛନ୍ତି ଯେ, ମେ ୩‌ ତାରିଖରେ ହୋଇଥିବା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଓ ପରୀକ୍ଷା ବାତିଲ ହେବା କଥା ଶୁଣି ପ୍ରକୃତରେ ତାଙ୍କ ମନୋବଳ ଭାଙ୍ଗି ଯାଇଥିଲା ଓ ପୁଣି ଥରେ ପରୀକ୍ଷା ଦେବାକୁ ପ୍ରସ୍ତୁତି ଆରମ୍ଭ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ସେ ବହୁତ କାନ୍ଦିଥିଲେ। ପରୀକ୍ଷା ବାତିଲ ହେବା କଥା ଗ୍ରହଣ କରିବାକୁ ସେ ଦୀର୍ଘ ସମୟ ସଂଘର୍ଷ କରିଥିଲେ। ନିରାଶ ହୋଇ ଖୁବ୍‌ କାନ୍ଦିଥିଲେ। ପୁଣି ଭାବିଥିଲେ ଯେ ଏହା କେବଳ ତାଙ୍କ ସହିତ ଘଟିନାହିଁ।

ବୃଦ୍ଧି ପାଉଛି ରକ୍ତ କର୍କଟ ରୋଗ: ଶରୀରରେ ଏସବୁ ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ନିଅନ୍ତୁ ପରାମର୍ଶ

ଦେଶର ଅନ୍ୟ ୨୨ ଲକ୍ଷ ପିଲା ମଧ୍ୟ ତାଙ୍କ ପରି ପୁଣି ଥ‌‌ରେ ପରୀକ୍ଷା ଦେବେ। ସେ ନିଜକୁ କୌଣସି ମତେ ବୁଝେଇ ପରଦିନଠାରୁ ପଢ଼ିବା ଆରମ୍ଭ କରିଥିଲେ। ପୁଣି କଠିନ ପରିଶ୍ରମ କରିଥିଲେ, ଯାହାର ଫଳ ‌ତାଙ୍କୁ ମିଳିଛି ବୋଲି ଆର୍ୟନ ଗୁପ୍ତା କହିଛନ୍ତି। ଜୀବନର ସେହି କଠିନ ସମୟର ଦୃଢ଼ ମୁକାବିଲା କରିବାକୁ ତାଙ୍କ ପରିବାର ଓ ଶିକ୍ଷକ ସାହାଯ୍ୟ କରିଥିଲେ। ସେମାନଙ୍କ ମାର୍ଗଦର୍ଶନ ଓ ଭାବପ୍ରବଣ ସମର୍ଥନ ତାଙ୍କୁ ଦୃଢ଼ କରିଥିଲା ବୋଲି ନିଟ୍‌ ଟପ୍ପର୍‌ କହିଥିଲେ।

ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପଂଶୁଲ ବଂଶଲ କହିଛନ୍ତି, ସେ ପ୍ରତିବାଦ କରିବା ଅପେକ୍ଷା ପୁଣି ଥରେ ଭଲ କରି ନିଜକୁ ପ୍ରସ୍ତୁତ କରିବାକୁ ପସନ୍ଦ କରିଥିଲେ। ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ପ୍ରତିବାଦରେ କକ୍ରୋଚ ଜନତା ପାର୍ଟି ପକ୍ଷରୁ ‘ସଂସଦ ଚଲୋ’ ଡାକରାରେ ୫୦୦୦୦ ଲୋକ ଅଂଶଗ୍ରହଣ କରିଥିଲେ ବୋଲି କୁହାଯାଇଛି। ଆନ୍ଦୋଳନବେଳେ ପୁଲିସ ଓ ପ୍ରତିବାଦକାରୀଙ୍କ ମଧ୍ୟରେ ତୀବ୍ର ଆକ୍ରମଣ ପ୍ରତିଆକ୍ରମଣ ହୋଇ କେତେକ ଛାତ୍ରଛାତ୍ରୀ ଓ ପୁଲିସ ଆହତ ହୋଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.