ARTICLE AD BOX
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ବିଶିବାହାଲ ଗାଁରୁ ଏକ ୧୦ ଫୁଟର ଅଜଗର ଉଦ୍ଧାର କରା ଯାଇଛି l
Advertisment
ସୂଚନାନୁସାରେ, ଆଜି ପୂର୍ବାହ୍ଣରେ ବିଶିବାହାଲ ଗାଁର ଧନୁର୍ଯ୍ୟ ପ୍ରଧାନଙ୍କ କୁକୁଡ଼ା ଫାର୍ମରେ ଏକ ବିରାଟ ଅଜଗର ପଶି ଯାଇ ଥିଲା। ଫାର୍ମର ୧୦ ଗୋଟି କୁକୁଡ଼ାକୁ ମଧ୍ୟ ଖାଇ ଦେଇ ଥିଲା l ପରେ କୁକୁଡ଼ା ଫାର୍ମ ମାଲିକ ସ୍ଥାନୀୟ ସାପ ଧରାଳି ସୁରେଶ କୁମାର ମଲ୍ଲିକ, କମଲ ପାଣ୍ଡେ ଓ ତୋଫାନ ମଲ୍ଲିକଙ୍କୁ ଯୋଗାଯୋଗ କରିଥିଲେ l
/filters:format(webp)/sambad/media/media_files/2026/07/06/ajagara-snake-2026-07-06-19-29-36.jpeg)
ତିନିହେଁ ପହଞ୍ଚି ଅଜଗରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ l ଉଦ୍ଧାର ହୋଇଥିବା ଅଜଗରକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦିଆଯାଇଛି ବୋଲି ସ୍ଥାନୀୟ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

1 hour ago
1


