Puri Water Treatment Plant ଶ୍ରୀକ୍ଷେତ୍ର ରଥଯାତ୍ରା ପ୍ରସ୍ତୁତି: ୪୨ ଏମ୍‌ଏଲ୍‌ଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

1 hour ago 1
ARTICLE AD BOX

ପୁରୀ:  ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଯେପରି ପାନୀୟ ଜଳର ସମସ୍ୟା ସୃଷ୍ଟି ହେବନାହିଁ ସେଥିପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ୪୨ଏମ୍‌ଏଲ୍‌ଡିର ଜଳ ବିଶୋଧନ କାରଖାନା ନିର୍ମାଣ କରାଯାଉଛି। ଆଜି (‌ସୋମବାର) ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର ପୁରୀ ଗସ୍ତ କରିବା ସହ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। 

puri rath yatra-2026 ଅଧିକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବ ଚଳିତ ଘୋଷଯାତ୍ରା

ଆଜିର ଅନୁଷ୍ଠିତ  ବୈଠକରେ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି, ବିଭାଗୀୟ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଓ ପ୍ରକଳ୍ପ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ରଥଯାତ୍ରା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଓ ସ୍ୱତନ୍ତ୍ର ବ୍ୟବସ୍ଥା ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

Puri Water1

କ୍ଷେତ୍ର ପରିଦର୍ଶନ ସମୟରେ  ଡଃ ମହାପାତ୍ର ୪୨ ଏମ୍‌ଏଲ୍‌ଡି ଜଳ ବିଶୋଧନ କାରଖାନାର ପ୍ରମୁଖ ଅଂଶ ଯେପରିକି କ୍ଲାରିଫାୟର୍, ଫିଲ୍ଟ୍ରେସନ୍ ୟୁନିଟ୍, ଯନ୍ତ୍ରପାତି ସ୍ଥାପନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିର ଅଗ୍ରଗତି ପରିଦର୍ଶନ କରିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ଚାରିପାଖ, ସେବାୟତ ଓ ତୀର୍ଥଯାତ୍ରୀଙ୍କ ରହଣି ସ୍ଥଳ, ଅସ୍ଥାୟୀ ଶିବିର ଏବଂ ସହରର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ୨୪  ଘଣ୍ଟିଆ ଜଳ ଯୋଗାଣ ପାଇଁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଜଳ ଯୋଗାଣ  ନେଟୱାର୍କର କ୍ରମାଗତ ନିରୀକ୍ଷଣ କରିବା ସହ ପାୱାର ବ୍ୟାକଅପ୍ ବ୍ୟବସ୍ଥା ଏବଂ ଜରୁରୀକାଳୀନ ପଦକ୍ଷେପ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Puri Rath Jatra: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୪୦୦ ବସ୍‌; ଅନ୍ୟ ରୁଟ୍ ବସ୍‌କୁ ମିଳିବ ଅସ୍ଥାୟୀ ପରମିଟ୍‌

ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଜଳ ଯୋଗାଣରେ କୌଣସି ଅପ୍ରତ୍ୟାଶିତ ବାଧା ଦୂର କରିବା ପାଇଁ ୱାଟକୋ ପକ୍ଷରୁ ଭ୍ରାମ୍ୟମାଣ ପାଣି ଟାଙ୍କି, ଅସ୍ଥାୟୀ ଜଳ ବଣ୍ଟନ କେନ୍ଦ୍ର ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ଦଳକୁ ପ୍ରସ୍ତୁତ ରଖାଯାଇଛି । ତୁରନ୍ତ ସେବା ଏବଂ ନିରବଚ୍ଛିନ୍ନ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ରଥଯାତ୍ରା ସମୟରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟା କାର୍ଯ୍ୟ କରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.