Puri Hospital: ପୁରୀ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଭୁଲ ରକ୍ତ: ଗୁରୁତର ମହିଳାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

2 hours ago 2
ARTICLE AD BOX

ପୁରୀ:ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ପୁଣି ଥରେ ରୋଗୀଙ୍କୁ ନେଇ ଖେଳ ଖେଳାଯାଇଛି। ଜଟିଳ ଲିକୋମିଆ ରୋଗରେ ପୀଡ଼ିତ ଜଣେ ମହିଳା ରୋଗୀଙ୍କୁ A+ ବ୍ଲଡ ବଦଳରେ ଦିଆଯାଇଛି B+ ବ୍ଲଡl ଏହି ଭୁଲ ରକ୍ତ ନେବା ପରେ ମହିଳା ରୋଗୀ ଜଣଙ୍କ ଆହୁରି ଗୁରୁତର ହୋଇପଡ଼ିଥିଲେ। ତାଙ୍କର ରକ୍ତ ବାନ୍ତି ହେବାରୁ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୁରୀ ସଦର ଚନ୍ଦନପୁର ଅଞ୍ଚଳର ମାନସ ପ୍ରଧାନଙ୍କ ସ୍ତ୍ରୀ ୫୨ ବର୍ଷୀୟା ପ୍ରଦର୍ଶନୀ ପ୍ରଧାନ ଜଟିଳ ଲିକୋମିଆ ରୋଗରେ ଆକ୍ରାନ୍ତ। ତାଙ୍କ ରକ୍ତ କମିଯିବାରୁ ତାଙ୍କୁ ଗତ ୭ ତାରିଖରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ମହିଳା ଭେଷଜ ବିଭାଗରେ ଭର୍ତ୍ତି କରାଯାଇଥିଲା l

ରୋଗୀ ଜଣଙ୍କ ଆହୁରି ଗୁରୁତର

ରକ୍ତ ପରୀକ୍ଷା କରାଯାଇ ଡାକ୍ତର ତାଙ୍କର ବ୍ଲଡ ଗ୍ରୁପ୍ A+ବୋଲି ଉଲ୍ଲେଖ କରି ତୁରନ୍ତ ତାଙ୍କୁ ବ୍ଲଡ ଦେବା ପାଇଁ ପରାମର୍ଶ ଦେଇଥିଲେ। ସେଦିନ ତାଙ୍କର ହିମୋଗ୍ଲୋବିନ୍ ଥିଲା ମାତ୍ର ୩.୯। ପରିବାର ଲୋକେ ରକ୍ତ ବିନିମୟରେ ପୁରୀ ବ୍ଲଡ ବ୍ୟାଙ୍କରୁ A+ବ୍ଲଡ ଆଣି ଦେଇଥିଲେ। ୮ ତାରିଖ ଦିନ କୌଣସି ବ୍ଲଡ ଦିଆଯାଇ ନଥିଲା। ସେଦିନ ତାଙ୍କର ହିମୋଗ୍ଲୋବିନ୍ ଥିଲା ମାତ୍ର ୪.୯। ପୁନଶ୍ଚ ୯ ତାରିଖ ଅର୍ଥାତ୍ ଗତକାଲି ଘଟିଥିଲା ଅଭାବନୀୟ ଘଟଣା। ମହିଳା ରୋଗୀଙ୍କୁ A+ ବ୍ଲଡ ବଦଳରେ ଦିଆଯାଇଥିଲା B+ ବ୍ଲଡ। ଏହି ଭୁଲ ରକ୍ତ ନେବା ପରେ ମହିଳା ରୋଗୀ ଜଣଙ୍କ ଆହୁରି ଗୁରୁତର ହୋଇପଡ଼ିଥିଲେ।

Death: ମେଡିକାଲ ନେବା ବାଟରେ ୧୦୮ ଆମ୍ବୁଲାନ୍ସ ଖରାପ, ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

ଆଉ ଆଜି ତାଙ୍କର ରକ୍ତ ବାନ୍ତି ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ତେବେ ଏହି ପ୍ରଶ୍ନ ଉଠୁଛି ବ୍ଲଡ ବ୍ୟାଙ୍କ କର୍ମଚାରୀ କିଭଳି ଭୁଲ୍ ବ୍ଲଡ ଗ୍ରୁପ୍ ରକ୍ତ ଦେଲେ? ୱାର୍ଡରେ ନର୍ସ କିଭଳି ଏହାକୁ ଯାଞ୍ଚ ନ କରି ଭୁଲ୍ ବ୍ଲଡ ଗ୍ରୁପ୍ ରକ୍ତ ଲଗାଇଲେ? ଯଦି ୭ ତାରିଖରେ ବ୍ଲଡ ବ୍ୟାଙ୍କ କର୍ମଚାରୀ A+ ବ୍ଲଡ ଦେଇଥିଲେ ତେବେ  ୯ ତାରିଖରେ କିଭଳି B+ ବ୍ଲଡ ଦେଲେ? ମହିଳାଙ୍କ କୌଣସି ଅସୁବିଧା ହେଲେ ଏଥିପାଇଁ କିଏ ଦାୟୀ ରହିବ? ଭୁଲ୍ ରକ୍ତ ଦେବା ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଏହାର କୌଣସି ଚିକିତ୍ସା ଉପଲବ୍ଧ ନାହିଁ କାହିଁକି? ପରିବାର ଲୋକେ ଅଭିଯୋଗ କରିବା ପରେ ସିଡିଏମଓ କହିଛନ୍ତି ସେ ଏହାର ତଦନ୍ତ କରି ପଦକ୍ଷେପ ନେବେ। ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସହ ଏଭଳି ଖେଳ କାହିଁକି?

Read Entire Article
LEFT SIDEBAR AD

Hidden in mobile, Best for skyscrapers.