ARTICLE AD BOX
ଛତ୍ରପୁର(ବସନ୍ତ କୁମାର ମହାରଣା): ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ଗାଁ ସାଥୀ (ମେଟ)ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାଜ୍ୟ ଗାଁ ସାଥୀ (ମେଟ) ମହାସଂଘର ଗଞ୍ଜାମ ଶାଖା ପକ୍ଷରୁ ଆଜି (ଶୁକ୍ରବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ମହାସଂଘର ଶତାଧିକ ସଦସ୍ୟ ବର୍ଷାକୁ ଖାତିର ନକରି ଛତ୍ରପୁର ଉପର ବସଷ୍ଟାଣ୍ଡଠାରୁ ଏକ ଶୋଭାଯାତ୍ରାରେ ବାହାରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇ ଦଫା ଦାବି ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା।
ମହାସଂଘର ଦାବି ଅନୁଯାୟୀ, ୨୦୦୮ ମସିହାରୁ ନିଯୁକ୍ତ ହୋଇ କାର୍ଯ୍ୟରତ ଗାଁ ସାଥୀ (ମେଟ)ମାନଙ୍କୁ ମାସିକ ସର୍ବନିମ୍ନ ୧୫ ହଜାର ଟଙ୍କା ବେତନ ପ୍ରଦାନ ସହ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉ। ଏଥିସହ ଗାଁ ସାଥୀମାନଙ୍କୁ ନିୟମିତ ଭାବେ ଦୈନିକ କାମ ଯୋଗାଇବା ସହ ସେମି-ସ୍କିଲ୍ଡ ପେମେଣ୍ଟ ହାରରେ ପାରିଶ୍ରମିକ ପ୍ରଦାନ କରିବାକୁ ମହାସଂଘ ଦାବି କରିଛି।
ବିଧାନସଭା ଶୂନ୍ୟକାଳରେ ଉଠିଲା ଗାଁ ସାଥୀ ପ୍ରସଙ୍ଗ: ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ କଥାକୁ ସମର୍ଥନ କଲେ ନରସିଂହ ମିଶ୍ର
ଦାବିପତ୍ର ପ୍ରଦାନ ସମୟରେ ଗଞ୍ଜାମ ଜିଲ୍ଲା ଶାଖା ସଭାପତି ରବୀନ୍ଦ୍ର କୁମାର ଗୌଡ଼, ସମ୍ପାଦକ ସୁଧାଂଶୁ ଶେଖର ଶତପଥି, ହେମନ୍ତ କୁମାର ନାହାକ, ଅଶୋକ କୁମାର ପୋଲାଈ, ବସନ୍ତ ରାଉଳ, ବସନ୍ତ ଚାନ୍ଦ, ଚରଣ ନାୟକ, ଉଦୟ ନାରାୟଣ ଦାଶ, ଜିତୁ ସେଠି ଓ ପ୍ରମୋଦ ମହାରଣାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଶତାଧିକ ଗାଁ ସାଥୀ ଉପସ୍ଥିତ ଥିଲେ।

28 minutes ago
1


