ARTICLE AD BOX
ଗୁଡାରି ( ମକରଧ୍ଵଜ କାଦମ୍ବାଲୁ ): ଲଗାଣ ବର୍ଷା ଯୋଗୁଁ ଗୁଡ଼ାରି ଦେଇ ପ୍ରବାହିତ ବଂଶଧାରା ନଦୀର ଜଳସ୍ରୋତ ବଢ଼ିବାରେ ଲାଗିଛି। ଗୁରୁବାର ରାତିଠାରୁ ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ନଦୀକୂଳିଆ ଅଞ୍ଚଳବାସୀ ଓ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଉପରମୁଣ୍ଡରେ ଲଗାତାର ପ୍ରବଳ ବର୍ଷା ଜାରି ରହିଲେ ବଂଶଧାରା ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇବା ସହ ନଦୀକୂଳରେ ଥିବା ଗାଁ ଓ ଚାଷଜମି ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।
Heavy Rain: ଜାରି ରହିଛି ଲଗାଣ ବର୍ଷା, ବଂଶଧାରା ନଦୀର ଜଳସ୍ତର ବିପଦ ସଙ୍କେତଠୁ ଅଳ୍ପ ଦୂରରେ
ନଦୀକୂଳରେ ବହୁ ଧାନଜମି ଓ କାଜୁ ବାଡ଼, ପନି ପରିବା ଜମି, ମକା ବାଡ଼ ରହିଥିବାରୁ ବର୍ଷାକୁ ଦେଖି ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଅଧିକ ବର୍ଷା ହେଲେ ନଦୀର ପାଣି ଜମିରେ ପଶିବାର ଭୟ ଥିବା ବେଳେ ବର୍ଷା ନହେଲେ ମଧ୍ୟ ଚାଷ ପାଇଁ ଆବଶ୍ୟକ ଜଳକୁ ନେଇ ଚିନ୍ତା ରହୁଛି ବୋଲି ଚାଷୀମାନେ କହିଛନ୍ତି। ଅନ୍ୟପକ୍ଷରେ, ପାଣିପାଗ ବିଭାଗର ଗୁଡ଼ାରି କାର୍ଯ୍ୟାଳୟରେ ବର୍ତ୍ତମାନ କୌଣସି କର୍ମଚାରୀ ନଥିବାରୁ ଅଞ୍ଚଳରେ କେତେ ପରିମାଣର ବର୍ଷା ହେଉଛି, ତାହାର ସଠିକ୍ ତଥ୍ୟ ମିଳିପାରୁନାହିଁ। ପୂର୍ବରୁ ନଦୀର ଜଳସ୍ତର ବଢ଼ିଲେ ଏଠାରୁ ସତର୍କ ସୂଚନା ଦିଆଯାଉଥିଲା। କିନ୍ତୁ ପାଣିପାଗ ବିଭାଗ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ବର୍ଷାର ପରିମାଣ ଓ ନଦୀରେ କେତେ ପାଣି ପ୍ରବାହିତ ହେଉଛି, ସେନେଇ ସଠିକ୍ ଭାବେ ଆକଳନ କରିବା ସମ୍ଭବ ହେଉନାହିଁ।
Gunapur: ବଂଶଧାରା ବଞ୍ଚାଅ ଆନ୍ଦୋଳନ ତେଜୁଛି; ଗୁଣପୁରରୁ ଆରମ୍ଭ ହେବ ଗଣଆନ୍ଦୋଳନ
ଗୁଡ଼ାରି ସହରର ଡ୍ରେନେଜ ବ୍ୟବସ୍ଥାକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ପ୍ରବଳ ବର୍ଷା ହେଲେ ସହରର ଅଧିକାଂଶ ସ୍ଥାନରେ ଜଳ ନିଷ୍କାସନ ହୋଇନପାରି ପାଣି ଜମି ରହୁଛି। ଫଳରେ ସହରରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି।

16 minutes ago
1


