Punjab: ପଞ୍ଜାବ କଂଗ୍ରେସରେ ବଢ଼ିଲା ଅନ୍ତର୍ଦ୍ୱନ୍ଦ୍ୱ, ନେତୃତ୍ୱ ପରିବର୍ତ୍ତନକୁ ନେଇ ଅସନ୍ତୋଷ

1 hour ago 1
ARTICLE AD BOX

ଚଣ୍ଡୀଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ପୁଣି ତୀବ୍ର ହୋଇଛି। ଦଳର ଏକ ଆଭ୍ୟନ୍ତରୀଣ କମିଟି ପଞ୍ଜାବର ବର୍ତ୍ତମାନ ରାଜନୈତିକ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବା ପରେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ପରିବର୍ତ୍ତନ କରିବା ନେଇ ଆଲୋଚନା ଜୋର ଧରିଥିଲା। ତେବେ କଂଗ୍ରେସ ହାଇକମାଣ୍ଡ ବର୍ତ୍ତମାନର ପ୍ରଦେଶ ସଭାପତି ଅମରିନ୍ଦର ସିଂହ ରାଜା ୱାରିଙ୍ଗଙ୍କୁ ପଦରେ ବଜାୟ ରଖିବା ପରେ ଦଳ ଭିତରେ ଅସନ୍ତୋଷ ଆହୁରି ବଢ଼ିଛି।

ସୂଚନା ଅନୁସାରେ, ଜୁନ୍‌ ୧୧ରେ ଅଜୟ ମାକେନ୍‌, ମୀନାକ୍ଷୀ ନଟରାଜନ ଓ ଭଜନଲାଲ ଜାଟବଙ୍କୁ ନେଇ ଗଠିତ ତିନି ସଦସ୍ୟ ବିଶିଷ୍ଟ କମିଟି ପଞ୍ଜାବର ବର୍ତ୍ତମାନ ରାଜନୈତିକ ସ୍ଥିତିର ସମୀକ୍ଷା କରିଥିଲା। କମିଟି ବର୍ତ୍ତମାନ ଓ ପୂର୍ବତନ ବିଧାୟକଙ୍କ ସହ ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଥିଲା। ରିପୋର୍ଟରେ ଦଳର ନିର୍ବାଚନ ଜିତିବାର ସମ୍ଭାବନା ଥିବା କୁହାଯାଇଥିଲେ ମଧ୍ୟ ରାଜ୍ୟ ନେତୃତ୍ୱରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଅନେକ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସପକ୍ଷରେ ମତ ଦେଇଥିଲେ।

ଆହୁରି ପଢନ୍ତୁ: Earthquake: ମେକ୍ସିକୋ, ଚୋଙ୍ଗକିଙ୍ଗରେ ଭୂସ୍ଖଳନ, ୮ଜଣଙ୍କ ମୃତ୍ୟୁ

କିନ୍ତୁ ହାଇକମାଣ୍ଡ ରାଜା ୱାରିଙ୍ଗଙ୍କୁ ହିଁ ପ୍ରଦେଶ ସଭାପତି ଭାବେ ବଜାୟ ରଖିବାରୁ ଚନ୍ନି ଶିବିରର ଅସନ୍ତୋଷ ବଢ଼ିଛି। ଚନ୍ନି, ସୁଖଜିନ୍ଦର ସିଂହ ରନ୍ଧାୱା ଓ ସେମାନଙ୍କ ସମର୍ଥକମାନେ ୱାରିଙ୍ଗଙ୍କୁ ହଟାଇବା ଦାବିରେ ଅଡ଼ି ବସିଛନ୍ତି। ଏହି ପ୍ରସଙ୍ଗରେ ପଞ୍ଜାବ କଂଗ୍ରେସ ପ୍ରଭାରୀ ଭୂପେଶ ବାଘେଲ ଉଭୟ ପକ୍ଷ ସହ ବୈଠକ କରିଥିଲେ ମଧ୍ୟ ଅଚଳାବସ୍ଥା ଦୂର ହୋଇନାହିଁ।

ଆହୁରି ପଢନ୍ତୁ: Pakistan: ପାକିସ୍ତାନ-କୁଏତ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ଆଲୋଚନା: ପଶ୍ଚିମ ଏସିଆରେ ବଦଳୁଛି ସୁରକ୍ଷା ସମୀକରଣ

ଅନ୍ୟପକ୍ଷରେ, କଂଗ୍ରେସ ନେତୃତ୍ୱର ମତ ହେଉଛି, ନିର୍ବାଚନ ପୂର୍ବରୁ ପୁଣି ଥରେ ନେତୃତ୍ୱ ବଦଳାଇଲେ ଭୁଲ ବାର୍ତ୍ତା ଯିବ ଏବଂ ଏହା ଅନ୍ୟ ରାଜ୍ୟରେ ମଧ୍ୟ ସମାନ ଦାବିକୁ ପ୍ରୋତ୍ସାହନ ଦେଇପାରେ। ସେଥିପାଇଁ ୱାରିଙ୍ଗଙ୍କୁ ପଦରେ ବଜାୟ ରଖି ସମସ୍ତ ଗୋଷ୍ଠୀକୁ ସାଙ୍ଗରେ ନେଇ ନିର୍ବାଚନ ଲଢ଼ିବାକୁ ହାଇକମାଣ୍ଡ ଚାହୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.