Public road: ଜାମ୍‌ କରିଦେଲେ ଜନପଥ: ଟେର୍‌ ପାଇଲାନି ଗୁଇନ୍ଦା

50 minutes ago 1
ARTICLE AD BOX

ଭୁବନେଶ୍ବର: ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ସ୍ମାର୍ଟ ଜନପଥରେ ଯାନବାହନ ଚଳାଚଳ ସ୍ବାଭାବିକ ଥିଲା। ୧୧.୧୫ ବାଜୁ ନ ବାଜୁଣୁ ହଠାତ୍‌ ଶହଶହ ଅଟୋ ଓ କାର୍‌ ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ମାଡ଼ିଆସିଲା। କମିସନରେଟ୍‌ ପୁଲିସ କିଛି ବୁଝିବା ପୂର୍ବରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଜାମ୍‌ ହୋଇଗଲା। ପଛକୁ ପଛ ପୂରା ଜନପଥରେ ସବୁ ଗାଡ଼ି ଅଟକି ରହିଗଲା। ଭୁବନେଶ୍ବର ରେଳଷ୍ଟେସନରୁ ଯାତ୍ରୀମାନେ ବାହାରିପାରିଲେନି କି ଭିତରକୁ ଯାଇପାରିଲେନି। ଶହଶହ ଅନ୍‌ଲାଇନ୍‌ ଗାଡ଼ି ଚାଳକ ରାସ୍ତା ଅବରୋଧ କରି ନାରାବାଜି କଲେ। ପୁଲିସର ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ବୁଝାସୁଝା କରି ବିଫଳ ହେଲେ। ଏହାପରେ ଆରମ୍ଭ ହେଲା ଖଣ୍ଡଯୁଦ୍ଧ। ଚାଳକମାନଙ୍କୁ ଘଉଡ଼ାଇବାକୁ ପୁଲିସ ପାଣି ମାଡ଼ କଲା। ଜବାବୀ ହମଲ୍‌ କଲେ ଚାଳକମାନେ। ପୁଲିସ କର୍ମଚାରୀଙ୍କୁ ପିଟିଲେ, ଢେଲାମାଡ଼ କରି ଘାଇଲା କଲେ। ପୁଲିସ ଭ୍ୟାନ୍‌, ଆମ ବସ୍‌ ଆଦି ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କଲେ। ପୁଲିସ ବି ପାଲଟା ଆକ୍ରମଣ କରିବାକୁ ଯାଇ ଲାଠି ଚାର୍ଜ କଲା। ପୁଲିସ ମାଡ଼ ଦେଖି ଚାଳକମାନେ ଛତ୍ରଭଙ୍ଗ ଦେଲେ। ପୁଲିସ ସେମାନଙ୍କୁ ଖୋଜିଖୋଜି ବାହାର କଲା ଏବଂ ଅଟକ ରଖିଲା। ଏମିତି ଚାଲିଲା ପ୍ରାୟ ଅପରାହ୍ଣ ୧ଟା ପର୍ଯ୍ୟନ୍ତ। ଏତେସବୁ କାଣ୍ଡ ହୋଇଯିବ ବୋଲି ପୁଲିସର ଗୁଇନ୍ଦା ବିଭାଗ କିନ୍ତୁ ପୂର୍ବରୁ ଟେର୍‌ ପାଇଲା ନାହିଁ। 

Education: ନିଶାରେ ଚୁର ରହୁଛନ୍ତି ଏହି ସ୍କୁଲର ଏମଏଲଇ ଶିକ୍ଷକ! ବିଇଓ କହିଲେ— ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଢେଲାମାଡ଼ ପୂର୍ବ ପ୍ରସ୍ତୁତି ଥିଲା: ଡିସିପି
ଆନ୍ଦୋଳନକାରୀମାନେ ପୁଲିସକୁ ଢେଲାମାଡ଼ କରିବେ ବୋଲି ପୂର୍ବ ପ୍ରସ୍ତୁତି କରି ଗାଡ଼ିରେ ପଥର ନେଇ ଆସିଥିଲେ ବୋଲି ଡିସିିପି ଜଗମୋହନ ମୀନା କହିଛନ୍ତି। ପୁଲିସ ଉପରକୁ ଯେଉଁ ଢେଲା ମାଡ଼ ହୋଇଥିଲା, ସେଭଳି ପଥର ଖଣ୍ଡ ମାଷ୍ଟରକ୍ୟାଣ୍ଟିନ୍‌ ଛକର ଆଖପାଖରେ ନାହିଁ। ପୁଲିସ ଆଲୋଚନା କରୁଥିବା ବେ‌ଳେ ଆନ୍ଦୋଳନକାରୀମାନେ ପଥରମାଡ଼ କରିଥିଲେ। ଚାଳକମାନେ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲ, ଏୟାରପୋର୍ଟ, ରାଜମହଲରେ ମଧ୍ୟ ଏଭଳି ଅପରାଧିକ କାର୍ଯ୍ୟକଳାପ ଚଳାଇ ଆସିଥିଲେ। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ। ରହିଛି। ଏହି ଆନ୍ଦୋଳନ ଯୋଗୁ କେହି ବି କ୍ଷତିଗ୍ରସ୍ତ ବ୍ୟକ୍ତି ପୁଲିସରେ ଅଭିଯୋଗ କରନ୍ତୁ ବୋଲି ଡିସିପି କହିଛନ୍ତି।

ଗାଡ଼ି ଠେଲିଠେଲି ରାସ୍ତାରୁ ଜାମ୍‌ ହଟାଇଲା ପୁଲିସ
ଚାଳକମାନେ ପ୍ରାୟ ୪୦୦ରୁ ଅଧିକ ଗାଡ଼ି ରାସ୍ତାରେ ରଖି ଅବରୋଧ କରିଥିଲେ। ସେହି ଗାଡ଼ିଗୁଡ଼ିକକୁ ଉଠାଇବାକୁ କମିସନରେଟ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଗାଡ଼ିଗୁଡ଼ିକର ଚାବି ନଥିବାରୁ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ସେଗୁଡ଼ିକୁ ଠେଲିଠେଲି ରାସ୍ତା କ୍ଲିଅର୍‌ କରିଥିଲେ। ଏଥିପାଇଁ ରାତି ଅଧ ହୋଇଯାଇଥିଲା।

Flood in Odisha: ବିପଦ ସଙ୍କେତ ତଳେ ସାଳନ୍ଦୀ, ବୈତରଣୀର ଜଳସ୍ତର

୧୧୩ ଚାଳକ ଗିରଫ
ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଆଜି ପ୍ରାୟ ୪୦୦ ଗାଡ଼ି ରାସ୍ତା ଅବରୋଧରେ ବ୍ୟବହାର ହୋଇଥିଲା। ପୁଲିସ ୧୧୩ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ସେମାନଙ୍କୁ ରାତାରାତି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଆନ୍ଦୋଳନକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ଅଟକ ଆନ୍ଦୋଳନକାରୀମାନଙ୍କ ମୋବାଇଲ ଜବତ କରି ହ୍ବାଟସ୍‌ଆପ୍‌ ଯାଞ୍ଚ କରାଯାଉଛି।

୧୪ ପୁଲିସ ଆହତ
ଚାଳକମାନଙ୍କ ଆକ୍ରମଣରେ କ୍ୟାପିଟାଲ ଥାନା ଆଇଆଇସିଙ୍କ ସମେତ ୧୪ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛି। ୩ ଜଣ ଗୁରୁତର ହୋଇଛନ୍ତି। କ୍ୟାପିଟାଲ ଥାନା ଅଧିକାରୀଙ୍କ ହାତରେ ପଥର ମାଡ଼ ହୋଇଛି।   

ICICI: ମହିଳାଙ୍କ ପାଇଁ ‘ଆଇସିଆଇସିଆଇ ପ୍ରୁ ଆଇପ୍ରୋଟେକ୍ଟ ସ୍ମାର୍ଟ ହର୍‌

ଆମ ବସ ଭଙ୍ଗାରୁଜାକୁ କ୍ରୁଟ୍‌ର ନିନ୍ଦା
ଆନ୍ଦୋଳନକାରୀମାନେ ୧୫ରୁ ଅଧିକ ଆମ ବସ୍‌ ଭଙ୍ଗାରୁଜା କରିଛନ୍ତି। ଅନୁମାନିକ ୧୦ ଲକ୍ଷ ଟଙ୍କାର କ୍ଷତି ହୋଇଛି ବୋଲି କ୍ରୁଟ୍‌ ପକ୍ଷରୁ ଆକଳନ କରାଯାଇଛି। ଏଭଳି ଭଙ୍ଗାରୁଜାକୁ କ୍ରୁଟ୍‌ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି।

ଆମ୍ବୁଲାନ୍ସ ବି ଅଟକିଲା, ସାଧାରଣ ଲୋକ ହନ୍ତସନ୍ତ
ଚାଳକମାନେ ନିଜନିଜ ଗାଡ଼ିଗୁଡ଼ିକୁ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ରଖିଦେବାରୁ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିଲା। ଫଳରେ ଆମ୍ବୁଲାନ୍‌ସ ବି ବାଟ ପାଇନଥିଲା। କିନ୍ତୁ ଟ୍ରାଫିକ୍‌ ପୁଲିସ ପକ୍ଷରୁ ତ୍ବରିତ ପଦକ୍ଷେପ ନେଇ ଜରୁରିକାଳୀନ ପରିବହନ ସେବା ଯୋଗାଉଥିବା ଗାଡ଼ିଗୁଡ଼ିକୁ ରାସ୍ତା ଦେଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.