Protest: ଲାଠିଚାର୍ଜକୁ ନେଇ କେନ୍ଦ୍ର ସରକାରକୁ କେଜ୍ରିୱାଲଙ୍କ ଟାର୍ଗେଟ୍‌

3 hours ago 2
ARTICLE AD BOX

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ‘ଚଲୋ ସଂସଦ’ ପଦଯାତ୍ରା ସମୟରେ ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା ପୁଲିସ ଲାଠିମାଡ଼କୁ ନେଇ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେହିପରି ଆହତ ଓ ଅଟକ ରଖାଯାଇଥିବା ଆନ୍ଦୋଳନକାରୀଙ୍କୁ ଆଇନଗତ ଓ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଦଳ ପକ୍ଷରୁ ଏକ ହେଲ୍ପଲାଇନ୍‌ ନମ୍ବର (୮୫୮୮୮୩୩୫୪୮) ଜାରି କରାଯାଇଛି।

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି, ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଯୁବକ ଓ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ଯେପରି ଲାଠିମାଡ଼ କରିଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ସେ ଅଭିଯୋଗ କରିଛନ୍ତି ଯେ, ଏଭଳି ବ୍ୟବହାର ବ୍ରିଟିସ ଶାସନ ସମୟର ଦମନନୀତିକୁ ମଧ୍ୟ ଟପିଯାଇଛି। ସାମାଜିକ ଗଣମାଧ୍ୟମରେ ସାମ୍ନାକୁ ଆସିଥିବା ଭିଡିଓରେ ଛାତ୍ରଛାତ୍ରୀ ଓ ମହିଳା ଆନ୍ଦୋଳନକାରୀଙ୍କୁ ପିଟାଯାଉଥିବା ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି।

Protest: ଜନ୍ତରମନ୍ତର ଆନ୍ଦୋଳନସ୍ଥଳରେ ପହଞ୍ଚିଲେ ଶରଦ, ସୁପ୍ରିୟା, କେଜ୍ରିୱାଲ

କେଜ୍ରିୱାଲ କହିଛନ୍ତି, ଯେଉଁ ଛାତ୍ରଛାତ୍ରୀଙ୍କୁ ପୁଲିସ ଅଟକ ରଖିଛି କିମ୍ବା ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କ ପରିବାର ଆଦୌ ଭୟଭୀତ ନ ହୁଅନ୍ତୁ। ହେଲ୍ପଲାଇନ୍‌ ନମ୍ବରକୁ ସନ୍ଦେଶ ପଠାଇଲେ ଦଳ ପକ୍ଷରୁ ସେମାନଙ୍କ ସହ ଯୋଗାଯୋଗ କରାଯିବ। ଆବଶ୍ୟକ ପଡ଼ିଲେ ଆଇନଗତ ସହାୟତା ସହ ଆହତମାନଙ୍କ ପାଇଁ ଚିକିତ୍ସା ସହଯୋଗ ମଧ୍ୟ ଯୋଗାଇ ଦିଆଯିବ। କେଜ୍ରିୱାଲ କହିଛନ୍ତି, ବ୍ୟକ୍ତିଗତ କାରଣରୁ ସେ ପ୍ରତିବାଦରେ ସାମିଲ ହୋଇପାରି ନ ଥିଲେ ମଧ୍ୟ ତାଙ୍କର ଦୁଇ ସନ୍ତାନ ପଦଯାତ୍ରାରେ ଯୋଗ ଦେଇଥିଲେ। ସେ କେନ୍ଦ୍ର ସରକାରଙ୍କୁ ଯୁବପିଢ଼ିର କଥା ଶୁଣିବାକୁ ପରାମର୍ଶ ଦେବା ସହ ପ୍ରଶ୍ନପତ୍ର ଲିକ୍‌ ପରି ଘଟଣା ରୋକିବାରେ ବିଫଳ ହୋଇ ଆନ୍ଦୋଳନକାରୀଙ୍କ ଉପରେ ବଳପ୍ରୟୋଗ କରିବା ଉଚିତ ନୁହେଁ ବୋଲି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.