Protest: ଜନ୍ତରମନ୍ତର ଆନ୍ଦୋଳନସ୍ଥଳରେ ପହଞ୍ଚିଲେ ଶରଦ, ସୁପ୍ରିୟା, କେଜ୍ରିୱାଲ

3 hours ago 2
ARTICLE AD BOX

ନୂଆଦିଲ୍ଲୀ: ନିଟ୍‌ ପେପର ଲିକ୍‌ ଘଟଣାରେ ସିଜେପି (କକ୍ରୋଚ୍ ଜନତା ପାର୍ଟି) ଆନ୍ଦୋଳନର ସମର୍ଥନରେ ଆଜି ଏକାଧିକ ବିରୋଧୀ ଦଳ ଏକଜୁଟ୍‌ ହୋଇଛନ୍ତି। ଆଜି ବିରୋଧୀ ଦଳର ବରିଷ୍ଠ ନେତାମାନେ ଜନ୍ତରମନ୍ତରରେ ସିଜେପି ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ଆତିଶୀ ସିଜେପି ଆନ୍ଦୋଳନରେ ଯୋଗ ଦେଇଛନ୍ତି। ସେହିପରି ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାର ଓ ଲୋକସଭା ସାଂସଦ ସୁପ୍ରିୟା ସୁଲେ ମଧ୍ୟ ଆନ୍ଦୋଳକାରୀଙ୍କ ସହ ଜନ୍ତରମନ୍ତରରେ ଯୋଗ ଦେଇଛନ୍ତି।

ଯଦି ଆବଶ୍ୟକ ପଡ଼େ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆନ୍ଦୋଳନରେ ଯୋଗ ଦେବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ମମତା କହିଛନ୍ତି, ଆମେ ଆରମ୍ଭରୁ ସିଜେପିକୁ ସମର୍ଥନ କରୁଛୁ ଏବଂ ଯଦି ଆବଶ୍ୟକ ପଡ଼ିବ ତେବେ ମୁଁ ଦିଲ୍ଲୀ ଯାଇ ଆନ୍ଦୋଳନରେ ଯୋଗ ଦେବି। ମମତା କହିଛନ୍ତି, ଏବେ ଇଣ୍ଡି ମେଣ୍ଟ ଅଧୀନରେ ବିଜେପି ବିରୋଧରେ ଏକଜୁଟ ହେବାର ସମୟ ଆସିଛି।

CJP's 'Sansad Chalo' campaign: ସିଜେପିର ‘ସଂସଦ ଚଲୋ’ ଅଭିଯାନ: ରଣକ୍ଷେତ୍ର ପାଲଟିଲା ଦିଲ୍ଲୀ, ଆନ୍ଦୋଳନକାରୀଙ୍କୁ ଲାଠିମାଡ଼

ମୁଁ ସମଗ୍ର ଦେଶରେ ସମସ୍ତ ରାଜନୈତିକ ଦଳ ଓ ପଶ୍ଚିମବଙ୍ଗରେ ମଧ୍ୟ ସମସ୍ତ ବିରୋଧୀ ଦଳକୁ ବିଜେପି ବିରୋଧରେ ଏକଜୁଟ୍‌ ହେବାପାଇଁ ଅନୁରୋଧ କରୁଛି। ଅନ୍ୟପକ୍ଷେ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ ସୋମବାର ଆନ୍ଦୋଳନ ସ୍ଥଳରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏକ୍ସ‌ରେ ଏକ ପୋଷ୍ଟ୍‌ କରି ଶରଦ ପାୱାର କହିଛନ୍ତି, ଜନ୍ତରମନ୍ତରରେ ଆନ୍ଦୋଳନକାରୀଙ୍କ ପ୍ରତି ଗତକାଲି ଯେଉଁ ବ୍ୟବହାର ଦେଖାଯାଇଥିଲା ତାହା ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଅନୁପଯୁକ୍ତ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.