Protest: କଂଗ୍ରେସ କର୍ମୀ-ପୁଲିସ ଧସ୍ତାଧସ୍ତି, ଲୋୟର ପିଏମ୍‌ଜିରେ ପିସିସିର ଧାରଣା

2 days ago 2
ARTICLE AD BOX

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଧ୍ୟାହ୍ନରେ ଏଡିଏମ୍‌ କାର୍ଯ୍ୟାଳୟଠାରୁ ଏକ ବିଶାଳ ଶୋଭାଯାତ୍ରା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ ଆଗକୁ ବଢ଼ିଥିଲା। 

ସେଚ ସଦନ ନିକଟରେ ପୁଲିସ ବ୍ୟାରିକେଡ୍‌ରେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା। ସେଠାରେ କଂଗ୍ରେସ କର୍ମୀ-ପୁଲିସ ଭିତରେ ଧସ୍ତାଧସ୍ତି ହୋଇଥିଲା। ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ବହୁ କର୍ମୀଙ୍କୁ ପୁଲିସ ଅଟକ ରଖିଥିଲା। ଏହି ଅବସରରେ ପିସିସି ସଭାପତି ଭକ୍ତଚରଣ ଦାସ କହିଲେ, ଗତ ୩ବର୍ଷ ହେଲା ‘ଭୋଟ୍‌ ଚୋରି’ ହେଉଥିବା ନେଇ ରାହୁଲ ଗାନ୍ଧୀ କହିଆସୁଛନ୍ତି। ଦେଶର ନିର୍ବାଚନ ପ୍ରକ୍ରିୟାକୁ ‘ଚୋରି’ କରିବାକୁ ମୋଦୀ ସରକାର ନିର୍ବାଚନ ଆୟୋଗକୁ ଅସ୍ତ୍ରଭାବେ ବ୍ୟବହାର କରୁଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ(ସିଇସି) ଜ୍ଞାନେଶ କୁମାର ବିଜେପି ସରକାରର ହାତବାରିସୀ ସାଜି ଦେଶବ୍ୟବାପୀ ତ୍ରୁଟିପୂର୍ଣ୍ଣ ସଘନ ସ୍ବତନ୍ତ୍ର ସଂଶୋଧନ (ଏସ୍‌ଆଇଆର) କରାଇ ଦେଶର ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ହତ୍ୟା କରିବା ପ୍ରମାଣିତ ହୋଇଛି। 

Election: ଶୁଭେନ୍ଦୁ ଅଧିକାରୀ କ୍ଷମତାର ଅପବ୍ୟବହାର କରୁଛନ୍ତି: ଜେଲରେ ଥିବା କଂଗ୍ରେସ ନନ୍ଦିଗ୍ରାମ ପ୍ରାର୍ଥୀଙ୍କ ପତ୍ନୀ

କ୍ୟାବିନେଟ୍ ସଚିବଙ୍କୁ ଲେଖାଯାଇଥିବା ଦୁଇ କମିସନରଙ୍କ ଚିଠିରେ ଅଭିଯୋଗ କରାଯାଇଛି ଯେ ସିଇସି ଲୋକ ପ୍ରତିନିଧିତ୍ୱ ଅଧିନିୟମ, ୧୯୫୦ ଓ ଭୋଟର ପଞ୍ଜୀକରଣ ନିୟମାବଳୀ, ୧୯୬୦ କୁ ଉଲ୍ଲଂଘନ କରିଛନ୍ତି। ସିଇସିଙ୍କୁ ଆଇନ ବିରୋଧରେ କାର୍ଯ୍ୟ କରିବା ପାଇଁ କିଏ ରାଜନୈତିକ ସୁରକ୍ଷା ପ୍ରଦାନ କଲା? ଅତ୍ୟନ୍ତ ହାସ୍ୟାସ୍ପଦ ଭାବେ ନିର୍ବାଚନ ଆୟୋଗ ପକ୍ଷରୁ ସଫେଇ ଦିଆଯାଇଛି। ଆୟୁକ୍ତମାନଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଥିଲେ ମଧ୍ୟ ସର୍ବସମ୍ମତ ମତରେ ନିଷ୍ପତ୍ତିଗୁଡ଼ିକ ନିଆଯାଇଛି ବୋଲି ଆୟୋଗ ସଫେଇ ଦେଇଛନ୍ତି। ଯଦି କ୍ୟାବିନେଟ ସଚିବଙ୍କ ପାଖରେ ଦୁଇ ଆୟୁକ୍ତଙ୍କୁ ଫେରାଦ୍ ହେବାକୁ ପଡ଼ିଲା, ସଂପୃକ୍ତ ନିଷ୍ପତ୍ତି ସର୍ବସମ୍ମତ ହେଲା କିପରି?

ଅପରାହ୍‌ଣରେ ଶ୍ରୀ ଦାସଙ୍କ ନେତୃତ୍ବରେ ଲୋୟର ପିଏମ୍‌ସିରେ ପିସିସି ପକ୍ଷରୁ ଗଣଧାରଣା ଆରମ୍ଭ ହୋଇଥିଲା। ତେବେ ଶ୍ରୀ ଦାସ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି। ତେବେ ସିଇସି ଶ୍ରୀ କୁମାର ବିଦା ନ ହେଲା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଚାଲିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

ବିକ୍ଷୋଭରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ସାଂସଦ ଅନନ୍ତ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ନକୁଳ ନାଏକ, ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ସୁରେଶ ରାଉତରାୟ, ବିଧାୟକ ତାରାପ୍ରସାଦ ବାହିନୀପତି, ସିଏସ ରାଜନ ଏକ୍କା, ଅଶୋକ ଦାସ, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ମିନାକ୍ଷୀ ବାହିନୀପତି, ଅରବିନ୍ଦ ଦାସ, ସିଦ୍ଧାର୍ଥ ଦାସ, ପ୍ରକାଶ ଜେନା, ମାନସ ଆଚାର୍ଯ୍ୟ, ଶୁଭେନ୍ଦୁ ମହାନ୍ତି, ରଞ୍ଜିତ ପାତ୍ର, ବିଭୂତି ଭୂଷଣ ମହାପାତ୍ର, କିଶୋର ଜେନା, ରାଜୀବ ପଟ୍ଟନାୟକ, ବିଶ୍ୱଜିତ ଦାଶ, ରଜନୀ ମହାନ୍ତି, ଶିଳ୍ପୀ ହରିଚନ୍ଦନ, ଶ୍ରୀୟା ପଣ୍ଡା, ଶିବାନନ୍ଦ ରାୟ, ବିଶ୍ୱରଞ୍ଜନ ମହାନ୍ତି, ଜୟଶ୍ରୀ ପାତ୍ର ଓ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.