ARTICLE AD BOX
ବାଲିଅନ୍ତା (ନିରଞ୍ଜନ ସେନାପତି): ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ସୁଧଷଡ଼ଙ୍ଗୀ ଗ୍ରାମର ୫0 ବର୍ଷୀୟ ଲଷ୍ମୀଧର ସ୍ୱାଇଁ ଓରଫ ଟୁକୁନାଙ୍କୁ ପ୍ରଣାନ୍ତକ ଆକ୍ରମଣ ମାମଲାରେ ଏହା ମଧ୍ୟରେ ୪ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଏଯାଏ ଗିରଫ କରିନାହିଁl ଗତ ୪ ତାରିଖ ସନ୍ଧ୍ୟାରେ ବ୍ରାହ୍ମଣଷଡ଼ଙ୍ଗୀ କୋଠଘର ନିକଟରର ସୁଧଷଡ଼ଙ୍ଗୀ ଗ୍ରାମର ଲଷ୍ମୀଧରଙ୍କୁ ନିଶାଡି ଯୁବକମାନେ ସଂଘବଦ୍ଧ ଆକ୍ରମଣ କରିଥିଲେl ଫଳରେ ଘଟଣାସ୍ଥଳରେ ଲଷ୍ମୀଧରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲାl ଏବେ ଲଷ୍ମୀଧର ସମ ହସ୍ପିଟାଲରେ କୋମା ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତିl
ଅପରପକ୍ଷରେ ଆକ୍ରମଣକାରୀ ଅଭିଯୁକ୍ତମାନେ ଖୋଲାମେଲାରେ ବୁଲୁଥିଲେ ମଧ୍ୟ ପୁଲିସ ଏଯାଏ କାହାକୁ ଗିରଫ କରି ପାରି ନାହିଁl ଏହାର ପ୍ରତିବାଦରେ ଆଜି ବହୁ ସଂଖ୍ୟାରେ ଗ୍ରାମବାସୀ ଥାନା ଘେରାଉ କରିଛନ୍ତିl ପ୍ରକୃତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ରଶ୍ମିତା ବେହେରା କହିଛନ୍ତିl
/filters:format(webp)/sambad/media/media_files/2026/08/12/bslisnys-police-station-2026-08-12-15-39-34.jpeg)
ବାବ୍ ଏଲ ମାନ୍ଦେବ୍ ଷ୍ଟ୍ରେଟ୍ରେ ଜାହାଜ ଉପରେ ଆକ୍ରମଣ; ୩ କ୍ରୁ ସଦସ୍ୟଙ୍କ ମୃତ୍ୟୁ
ସୂଚନା ଯୋଗ୍ୟ ଗତ ୪ ତାତିଖ ରାତି ସାଢେ ୮ଟା ବେଳେ ଲଷ୍ମୀଧର ବ୍ରାହ୍ମଣ ଷଡ଼ଙ୍ଗୀ ବଜାରକୁ ପରିବାପତ୍ର କିଣିବାକୁ ଯାଉଥିଲେl ସେହି ସମୟରେ ବ୍ରାହ୍ମଣଷଡ଼ଙ୍ଗୀ ଗ୍ରାମର ୪/୫ ଜଣ ଯୁବକ ଭୋଜି କରିବା ପାଇଁ ତାଲା ଭାଙ୍ଗୁଥିଲେl ତାଲା କାହିଁକି ଭାଙ୍ଗୁଛ କହିବାରୁ ଯୁବକମାନେ ତାଙ୍କୁ ଲୁହା ରଡର ଆକ୍ରମଣ କରିଥିଲେl ଫକରେ ଲଷ୍ମୀଧର ଲହୁଲୁହାଣ ହୋଇପଡିଥିଲେ।

1 hour ago
1


