Protein-rich biscuits: ପ୍ଲାଷ୍ଟିକ୍ ଆବର୍ଜନାରୁ ପ୍ରୋଟିନ୍‌ଯୁକ୍ତ ବିସ୍କୁଟ୍‌

1 month ago 10
ARTICLE AD BOX

ପ୍ଲାଷ୍ଟିକ୍ ଆବର୍ଜନାରୁ ସ୍ବାସ୍ଥ୍ୟପ୍ରଦ ବିସ୍କୁଟ୍‌ ପ୍ରସ୍ତୁତି! ଶୁଣିବାକୁ ଅବାସ୍ତବ ଲାଗୁଥିଲେ ମଧ୍ୟ ବୈଜ୍ଞାନିକମାନେ ଏହାକୁ ସମ୍ଭବ କରି ଦେଖାଇଛନ୍ତି। ପୁରୁଣା ପ୍ଲାଷ୍ଟିକ୍‌କୁ ପ୍ରକ୍ରିୟାକରଣ କରି ପ୍ରୋଟିନ୍‌ଯୁକ୍ତ ଜୈବ ପଦାର୍ଥରେ ପରିଣତ କରିବା ପରେ ସେଥିରୁ ୩-ଡି ପ୍ରିଣ୍ଟିଂ ମାଧ୍ୟମରେ ବିସ୍କୁଟ୍‌ ତିଆରି କରାଯାଇଛି। ଏହି ପ୍ରକ୍ରିୟାରେ ପାଣି ବୋତଲ ଆଦିରେ ବ୍ୟବହୃତ ପିଇଟି ପ୍ଲାଷ୍ଟିକ୍‌କୁ ପ୍ରଥମେ ଉଚ୍ଚ ତାପମାତ୍ରା ଓ ଚାପରେ ବିଘଟିତ କରିଦିଆଯାଏ।

Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ପରେ ସ୍ୱତନ୍ତ୍ର ବ୍ୟାକ୍ଟେରିଆ କିମ୍ବା ଇଷ୍ଟ ଏହି ପ୍ଲାଷ୍ଟିକ୍‌ର ପ୍ରକ୍ରିୟାକରଣ କରି ପ୍ରୋଟିନ୍‌ ବା ପୁଷ୍ଟିସାର, ଚର୍ବି ଓ ଅନ୍ୟ ପୋଷକତତ୍ତ୍ୱଯୁକ୍ତ ଜୈବ ପଦାର୍ଥ ଉତ୍ପନ୍ନ କରିଥାଏ। ଶେଷରେ ଏହାକୁ ୩-ଡି ପ୍ରିଣ୍ଟର୍‌ ଦ୍ବାରା ବିସ୍କୁଟ୍‌ର ଆକାର ଦିଆଯାଏ। ତେବେ ଏହାକୁ ମଣିଷ ଖାଇବା ପାଇଁ ଏପର୍ଯ୍ୟନ୍ତ ଅନୁମୋଦନ ମିଳିନାହିଁ। ଭବିଷ୍ୟତର ଦୀର୍ଘ ମହାକାଶ ଅଭିଯାନରେ ମହାକାଶଯାତ୍ରୀଙ୍କ ଖାଦ୍ୟ ସମସ୍ୟାର ସମାଧାନ ପାଇଁ ଏହି ପ୍ରଯୁକ୍ତି ସହାୟକ ହେବ ବୋଲି କୁହାଯାଉଛି।

Health: ତାଳଚେରରେ ଆମ୍ବୁଲାନ୍ସ ସେବା; ଜୀବନ ବଞ୍ଚାଇବାକୁ ଦୌଡୁଥିବା ଗାଡ଼ି ନିଜେ ଅସୁରକ୍ଷିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.