Priyanka Gandhi BJP remarks: ବିଜେପି-ଆରଏସ୍ଏସ୍ ବିରୋଧରେ ବର୍ଷିଲେ ପ୍ରିୟଙ୍କା ଗାନ୍ଧୀ

2 hours ago 2
ARTICLE AD BOX

ନୂଆଦିଲ୍ଲୀ: ନିକଟରେ ପ୍ରକାଶିତ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ''ବିଲଙ୍ଗିଙ୍ଗ୍: ଏ ଜର୍ଣ୍ଣି ଅଫ୍ ଲଭ୍'' କୁ ନେଇ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ରାଜନୈତିକ ବାକଯୁଦ୍ଧ ତୀବ୍ର ହୋଇଛି। ଗୁରୁବାର କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଜେପି ଏବଂ ଆରଏସ୍ଏସ୍ କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଏହି ସଂଗଠନଗୁଡ଼ିକ ତାଙ୍କ ମାଆଙ୍କ ବିଷୟରେ ଦୀର୍ଘ ବର୍ଷ ଧରି ମିଥ୍ୟା କାହାଣୀ ପ୍ରଚାର କରିଆସୁଥିଲେ ଏବଂ ଏବେ ଯେତେବେଳେ ସେ ନିଜ ପୁସ୍ତକ ମାଧ୍ୟମରେ ସତ୍ୟ କହୁଛନ୍ତି, ସେତେବେଳେ ସେମାନେ ତାହାକୁ ମିଛ ବୋଲି ଆଖ୍ୟା ଦେଉଛନ୍ତି।

ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଭାରତରେ ତାଙ୍କ ମାଆଙ୍କ ଅଧିକାଂଶ ଜୀବନକାଳ ମଧ୍ୟରେ ବିଜେପି, ଆରଏସ୍ଏସ୍ ଏବଂ ଅନ୍ୟମାନେ ତାଙ୍କ ବିରୋଧରେ ମନଗଢ଼ା କାହାଣୀ ସୃଷ୍ଟି କରିଥିଲେ ମଧ୍ୟ ସେ ନୀରବ ରହିଥିଲେ। ବର୍ତ୍ତମାନ ନିଜର କାହାଣୀ କହିବାର ତାଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି। ଦୀର୍ଘ ଦିନ ଧରି ମିଛ କହିଆସୁଥିବା ଲୋକମାନେ ଏବେ ସତ୍ୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୋଲି ସେ କଟାକ୍ଷ କରିବା ସହ ଶାସକ ଦଳର ନେତାମାନେ ଏହି ପୁସ୍ତକ ପଢ଼ୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ୱ ଦୃଷ୍ଟିକୋଣ ଏବଂ କାହାଣୀ ଥାଏ ଏବଂ ସୋନିଆ ଗାନ୍ଧୀ ନିଜ ପୁସ୍ତକରେ କେବଳ ନିଜର ପକ୍ଷ ରଖିଛନ୍ତି ବୋଲି ପ୍ରିୟଙ୍କା ସ୍ପଷ୍ଟ କରିଛନ୍ତି।

Sonia Gandhi: ସୋନିଆଙ୍କ ଆତ୍ମଜୀବନୀ ପ୍ରକାଶ ପାଇଲା: ପ୍ରଧାନମନ୍ତ୍ରୀ ପଦକୁ ନା, ପ୍ରଣବଙ୍କ ଆକାଂକ୍ଷାଠାରୁ ମୋଦୀଙ୍କ ସହ ଦୂରତା

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ସୋନିଆ ଗାନ୍ଧୀଙ୍କ ଏହି ଆତ୍ମଜୀବନୀ ଉନ୍ମୋଚିତ ହେବା ପରଠାରୁ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ଅଭିଯୋଗ କରିଥିଲା ଯେ ସୋନିଆ ଗାନ୍ଧୀ ନିଜ ପୁସ୍ତକ ମାଧ୍ୟମରେ ୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତିକୁ ଯଥାର୍ଥ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଏବଂ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ''କ୍ଲିନ୍ ଚିଟ୍'' ଦେଇଛନ୍ତି। ଏହି ପୁସ୍ତକର ନାମ ''ବିଲଙ୍ଗିଙ୍ଗ୍'' ବଦଳରେ ''ହ୍ୱାଇଟ୍ ୱାଶିଂ'' ରଖାଯିବା ଉଚିତ୍ ଥିଲା ବୋଲି ବିଜେପି ସମାଲୋଚନା କରିବା ସହ କେବଳ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ତାଙ୍କ ଆଖିରୁ ଲୁହ ଝରୁଥିବା ଭଳି ଗୁରୁତର ଆକ୍ଷେପ କରିଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.