ARTICLE AD BOX
ରଘୁନାଥପୁର: ନିଜର ସହକର୍ମୀ ଅଧ୍ୟାପିକା, ଅଧ୍ୟାପକ ଓ କଲେଜ ଶିକ୍ଷାକର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ହଇରାଣ କରିବା ସହ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ରଘୁନାଥପୁର ବ୍ଲକ କୁର୍ତ୍ତାଙ୍ଗ ସ୍ଥିତ ସ୍ବାମୀ ଅରୁପାନନ୍ଦ ଡିଗ୍ରି କଲେଜର ଅଧ୍ୟକ୍ଷ ଦୟାନିଧି ରାଉତରାୟଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଚାକିରି ନିୟମାନୁସାରେ ତାଙ୍କୁ ନିଲମ୍ବିତ କରାଯାଇଛି।
ନିଲମ୍ବନ ସହିତ ଗିରଫ କରାଯାଇଛି। ଜଗତସିଂହପୁର ଉପଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଥିବା ବେଳେ ରଘୁନାଥପୁର ପୁଲିସ ଶ୍ରୀ ରାଉତରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୧୧ ତାରିଖ ଦିନ ଏକ ପୁରୁଣା ରିଜୋଲ୍ୟୁସନକୁ ରିନ୍ୟୁଆଲ କରିବା ନେଇ ଅଧ୍ୟକ୍ଷ ରାଉତରାୟ ସହକର୍ମୀ ଅଧ୍ୟାପିକା ଓ ଅଧ୍ୟାପକଙ୍କ ଉପରେ ଚାପ ପକାଇଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏହି ସମୟରେ ଅଧ୍ୟକ୍ଷ ରାଉତରାୟ ସହକର୍ମୀଙ୍କୁ ଗାଲିଗୁଲଜ କରିଥିଲେ। ଏମିତିକି ତାଙ୍କର ପାଦଧୁଳି ନେବା ପାଇଁ କହିଥିଲେ। ଯାହାକି ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହୋଇଥିଲା।
ସେହିପରି କଲେଜର କିରାଣୀଙ୍କୁ ଏକ ବିଲ୍ରେ ଦସ୍ତଖତ କରିବାକୁ ସେ ଚାପ ପ୍ରୟୋଗ କରିଥିଲେ। କଲେଜ ଅଧ୍ୟକ୍ଷଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇ ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷା କର୍ମଚାରୀମାନେ ରଘୁନାଥପୁର ଥାନାରେ ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ କରି ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଶ୍ରୀ ରାଉତରାୟଙ୍କୁ ଆଜି ନିଲମ୍ବନ କରିଛନ୍ତି। ରଘୁନାଥପୁର ପୁଲିସ ମାମଲା ରୁଜୁ କରି ସଂପୃକ୍ତ ଅଧ୍ୟକ୍ଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସ୍ଆଇ ଯୋଗେଶ୍ୱର ବେହେରା ସୂଚନା ଦେଇଛନ୍ତି।

1 hour ago
1


