Principal and Vice-Principal Recruitment: ପ୍ରିନ୍ସିପାଲ ଏବଂ ଭାଇସ୍ ପ୍ରିନ୍ସିପାଲର ୮୨୮ଟି ପଦବି ହେବ ପୁରଣ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି) ପ୍ରିନ୍ସିପାଲ ଏବଂ ଭାଇସ୍ ପ୍ରିନ୍ସିପାଲ ନିଯୁକ୍ତି ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପଦବି ପାଇଁ ଆବେଦନ କରିବାକୁ ଆଗ୍ରହୀ ପ୍ରାର୍ଥୀମାନେ ୟୁପିଏସସିର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଖୁବ୍ ଶୀଘ୍ର ଆବେଦନ କରିପାରିବେ। ଏହି ପଦବି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଜୁଲାଇ ୨୫ ତାରିଖରୁ ଆରମ୍ଭ ହେବ।

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୨୦୨୬ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ଫର୍ମ ପୁରଣ କରିପାରିବେ। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୮୨୮ଜଣ ପ୍ରାର୍ଥୀଙ୍କୁ ଚୟନ କରାଯିବ, ଯେଉଁଥିରେ ୭୦୪ ପଦବି ଭାଇସ୍ ପ୍ରିନ୍ସିପାଲ ପାଇଁ ଏବଂ ୧୨୪ ପଦବି ପ୍ରିନ୍ସିପାଲ ପାଇଁ ସଂରକ୍ଷିତ ରହିଛି।

ବୟସ ସୀମା

ପ୍ରିନ୍ସିପାଲ ପଦବି ପାଇଁ ଆବେଦନ କରିବାର ସର୍ବାଧିକ ବୟସ ସୀମା ସାଧାରଣ ଏବଂ ଇଡବ୍ଲୁଏସ ପ୍ରାର୍ଥୀଙ୍କ ପାଇଁ ୫୦ ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ ୫୩ ବର୍ଷ,  ଏସସି ଏବଂ ଏସଟି ପ୍ରାର୍ଥୀଙ୍କ ପାଇଁ ୫୫ବର୍ଷ ଧାର୍ଯ୍ୟ କରାଯାଇଛି। ଏହା ସହିତ, ଭାଇସ୍ ପ୍ରିନ୍ସିପାଲ ପଦବି ପାଇଁ ଆବେଦନ କରିବାର ବୟସ ସୀମା ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୩୫ ବର୍ଷ, ଓବିସିଙ୍କ ପାଇଁ ୩୮ ବର୍ଷ ଏବଂ ଏସସି ଏବଂ ଏସଟି ପ୍ରାର୍ଥୀଙ୍କ ପାଇଁ ୪୦ ବର୍ଷ ଧାର୍ଯ୍ୟ କରାଯାଇଛି। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ଼ କରାଯାଇଛି।


ପଦ ବିବରଣୀ

ମୋଟ ୧୨୪ଟି ପ୍ରିନ୍ସିପାଲ ପଦବି ପୁରଣ ହେବାକୁ ଯାଉଛି। ଏଥିମଧ୍ୟରୁ ୬୯ଟି ପଦବି ସାଧାରଣ ପ୍ରାର୍ଥୀଙ୍କ ପାଇଁ, ୧୧ଟି ଇଡବ୍ଲୁଏସ ପ୍ରାର୍ଥୀଙ୍କ ପାଇଁ, ୧୮ଟି ଓବିସି ପାଇଁ, ଏସସି ପାଇଁ ୧୬ଟି ଏବଂ ଏସଟି ପାଇଁ ୧୦ଟି ସଂରକ୍ଷିତ। ଏହା ବ୍ୟତୀତ, ମୋଟ ୭୦୪ଟି ଭାଇସ୍ ପ୍ରିନ୍ସିପାଲ ପଦବି ପୂରଣ ହେବ । ଏଥିରେ ସାଧାରଣ ପ୍ରାର୍ଥୀଙ୍କ ପାଇଁ ୨୮୭ଟି, ଇଡବ୍ଲୁଏସ ପ୍ରାର୍ଥୀଙ୍କ ପାଇଁ ୭୧ଟି, ଓବିସି ପାଇଁ ୧୮୯ଟି, ଏସସି ପାଇଁ ୧୦୩ଟି ଏବଂ ଏସଟି ପାଇଁ ୫୪ଟି ପଦବି ଅନ୍ତର୍ଭୁକ୍ତ।

ମୁଟୁରୁମୁଣ୍ଡା ଆଶ୍ରମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ


ୟୁପିଏସସି ଖୁବ୍ ଶୀଘ୍ର ପ୍ରିନ୍ସିପାଲ ଏବଂ ଭାଇସ୍ ପ୍ରିନ୍ସିପାଲ ପଦବି ପାଇଁ ଆବେଦନ ଖୋଲିବ। ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ। ଆବେଦନ କରିବାକୁ, ପ୍ରଥମେ ଅଫିସିଆଲ୍ ୱେବସାଇଟ୍, upsc.gov.inକୁ ଯିବାକୁ ହେବ। ୱେବସାଇଟରେ ହୋମପେଜରେ ଥିବା ପଞ୍ଜିକରଣ ଲିଙ୍କ୍ ଉପରେ କ୍ଲିକ୍ କରିବେ
ଲିଙ୍କ୍ ଉପରେ କ୍ଲିକ୍ କରିବା ପରେ, ଅନୁରୋଧ କରାଯାଇଥିବା ସମସ୍ତ ବିବରଣୀକୁ ସତର୍କତାର ସହ ପ୍ରବେଶ କରିବେଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକର ସ୍କାନ କପି ଏବଂ ପଞ୍ଜୀକରଣ ଫି ପ୍ରଦାନ କରିବେ। ଶେଷରେ, ଆବେଦନ ଫର୍ମର ଏକ ପ୍ରିଣ୍ଟଆଉଟ୍ ବାହାର କରି ନିଜ ପାଖରେ ରଖିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.