ARTICLE AD BOX
ନୂଆଦିଲ୍ଲୀ: ଟାଟା ମୋଟର୍ସ ଓ ହୁଣ୍ଡାଇ ମୋଟର୍ସର କାର୍ ଦାମ ଡିସେମ୍ବର ପହିଲାରୁ ମହଙ୍ଗା ହେବ। ଏହି ଦୁଇ କମ୍ପାନି ଆଜି ମୂଲ୍ୟବୃଦ୍ଧି ଘୋଷଣା କରିଛନ୍ତି। ଟାଟା ମୋଟର୍ସର କାର୍ଗୁଡ଼ିକର ମୂଲ୍ୟ ହାରାହାରି ୦.୫ ପ୍ରତିଶତ ବୃଦ୍ଧି ପାଇବ। ମଡେଲ ଓ ଭାରିଆଣ୍ଟ ଅନୁସାରେ ଦରବୃଦ୍ଧି ଭିନ୍ନ ଭିନ୍ନ ମାତ୍ରାର ରହିବ। କାର୍ ନିର୍ମାଣରେ ପ୍ରସ୍ତୁତ ସାମଗ୍ରୀ, ପରିବହନ ଖର୍ଚ୍ଚ ଆଦି ବୃଦ୍ଧି ଯୋଗୁ କମ୍ପାନି ଏହାର କିଛି ବୋଝ ଗ୍ରାହକଙ୍କ ଉପରେ ଲଦିବ।
ଟାଟା ମୋଟର୍ସର ଉଭୟ ଆଇସିଇ ମଡେଲ ଓ ଇଲେକ୍ଟ୍ରିକ ଯାନଗୁଡ଼ିକର ଦାମ ବଢ଼ିବ ବୋଲି କମ୍ପାନି ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦିଆଯାଇଛି। ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ଡିସେମ୍ବର ପହିଲାରୁ ଏହାର କେତେକ ନିର୍ଦ୍ଦିଷ୍ଟ ମଡେଲ ଓ ଭାରିଆଣ୍ଟ ଗାଡ଼ିର ଦାମ ୮୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବ। ମଡେଲ ଓ ଭାରିଆଣ୍ଟ ଅନୁସାରେ ମୂଲ୍ୟବୃଦ୍ଧି ହେବାକୁ ଥିବାବେଳେ ସର୍ବାଧିକ ମୂଲ୍ୟବୃଦ୍ଧି ୮୦୦୦ ଟଙ୍କାରେ ରହିବ ବୋଲି କମ୍ପାନି ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦେଇଛି। ଗାଡ଼ି ନିର୍ମାଣରେ ବ୍ୟବହୃତ ସାମଗ୍ରୀ ଦର ବଢ଼ିଯାଇଛି। ଏଥିପାଇଁ ଗ୍ରାହକଙ୍କ ଉପରେ ଏହାର କିଛିଟା ବୋଝ କମ୍ପାନି ଲଦିଛି।
ଉଲ୍ଲେଖଯୋଗ୍ୟ, ରବିବାର ଦିନ ଦେଶର ସର୍ବବୃହତ୍ କାର୍ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଏହାର କେତେକ ମଡେଲର ମୂଲ୍ୟବୃଦ୍ଧି ଘୋଷଣା କରିଛି। ହାରାହାରି ମୂଲ୍ୟବୃଦ୍ଧି ୦.୩୧ ପ୍ରତିଶତ ରହିଥିବାବେଳେ କମ୍ପାନି ତତ୍କାଳ ନଭେମ୍ବର ୨୨ରୁ ଏହାକୁ ଲାଗୁ କରିଛି। ଚଳିତବର୍ଷ କାର୍ ନିର୍ମାତାମାନେ ପୂର୍ବରୁ ଏକାଧିକ ଥର ଦାମ୍ ବଢ଼ାଇଛନ୍ତି।
Obstructing police: ପୁଲିସକୁ ବାଧା ଦେଇ ଦୁଇ ଆନ୍ଧ୍ର ଏଜେଣ୍ଟ ଗିରଫ: ମହଙ୍ଗା ପଡ଼ିଲା କୋଟିଆରେ ବିଶୃଙ୍ଖଳା

27 minutes ago
1


