Japanese couple: ଛାଡ଼ପତ୍ର ପରେ ପୁନର୍ମିଳନ: ହିନ୍ଦୁ ପରମ୍ପରା ଅନୁସାରେ ବିବାହ କଲେ ଜାପାନୀ ଦମ୍ପତି

14 minutes ago 1
ARTICLE AD BOX

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅନନ୍ୟ ଆନ୍ତର୍ଜାତୀୟ ବିବାହ ଚର୍ଚ୍ଚାର ବିଷୟ ପାଲଟିଛି। ଜାପାନରୁ ଆସିଥିବା ହିରୋ ଚିହାରା ଏବଂ ଶିସୁ, ଗୋମତୀ ନଗରସ୍ଥିତ ରାଧା-କୃଷ୍ଣ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ଉକ୍ତ ଦମ୍ପତି ପୂର୍ବରୁ ବିବାହିତ। ଦୁହିଁଙ୍କ ୨୦୨୨ ମସିହାରେ ଛାଡ଼ପତ୍ର ହୋଇଥିଲା।  କିନ୍ତୁ ଗୋଟିଏ ବର୍ଷ ପରେ ଦୁହେଁ ପୁଣି ଏକାଠି ହୋଇଯାଇଥିଲେ। ଦମ୍ପତି ଏକାଠି ହେବା ଖୁସିରେ ପୁନର୍ବାର ବିବାହ କରିବା ପାଇଁ ସ୍ଥିର କରିଥିଲେ। ତେବେ ଦ୍ବିତୀୟଥର ବିବାହକୁ ଦୁହେଁ ହିନ୍ଦୁ ରୀତିନୀତି‌ରେ କରିବାକୁ ଆଗ୍ରହ ପ୍ରକାଶ କରି ଭାରତ ଚାଲି ଆସିଥିଲେ।  ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାରବର୍ଗ, ବନ୍ଧୁବାନ୍ଧବ ଏବଂ ପିଲାମାନେ ମଧ୍ୟ ଉପସ୍ଥିତ ଥିଲେ।

#WATCH | Lucknow, Uttar Pradesh: A Japanese couple tied the knot at the Radha-Krishna Temple in Gomti Nagar in the presence of their children, friends and family. (23.11) pic.twitter.com/C1W503Dky9

— ANI (@ANI) November 23, 2026

ଜାପାନୀ ବର ହିରୋ ଚିହାରା ନିଜର ବିବାହକୁ ନେଇ କହିଛନ୍ତି, ‘ସେ ଏବଂ ଶିସୁ ୨୦୨୨ ମସିହାରେ ଛାଡ଼ପତ୍ର ନେଇଥିଲେ। ତେବେ ୨୦୨୩ ମସିହାରେ, ସେମାନେ ନିଜ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଲେ ଏବଂ ପୁନର୍ବାର ଏକାଠି ହେଲେ। ସେମାନଙ୍କୁ ପୁନର୍ବାର ନିକଟତର କରିବାରେ ସେମାନଙ୍କ ଭାରତୀୟ ବନ୍ଧୁମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ବନ୍ଧୁମାନଙ୍କ ସହଯୋଗ ଓ ମାର୍ଗଦର୍ଶନ ସେମାନଙ୍କ ସମ୍ପର୍କକୁ ଏକ ନୂତନ ଦିଗ ପ୍ରଦାନ କରିଥିଲା। 

ଜୀବନର ନୂତନ ଆରମ୍ଭ ପାଇଁ  ଭାରତକୁ ବାଛିଲେ ଜାପାନ ଦମ୍ପତି

ଜୀବନର ଏହି ନୂତନ ଆରମ୍ଭ ପାଇଁ ଜାପାନ ଦମ୍ପତି ଭାରତକୁ ବାଛିଥିଲେ। ଗୋମତୀ ନଗର ସ୍ଥିତ ରାଧା-କୃଷ୍ଣ ମନ୍ଦିରରେ ପାରମ୍ପରିକ ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ହିନ୍ଦୁ ରୀତିନୀତି ମଧ୍ୟରେ ସେମାନେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।  ଏହି ଉତ୍ସବରେ ପରିବାର ସଦସ୍ୟ, ପିଲାମାନେ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ। ହିରୋ ଚିହାରା ‘ଭାରତୀୟ ସଂସ୍କୃତି ପ୍ରତି ନିଜର ଗଭୀର ସମ୍ମାନ ଓ ପ୍ରଶଂସା ବ୍ୟକ୍ତ କରି କହିଛନ୍ତି ଯେ, ଭାରତରେ ବିବାହ କରିବା ତାଙ୍କର ବହୁ ଦିନର ଇଚ୍ଛା ଥିଲା।’ 

"ହ୍ୟାପି ନ୍ୟୁ ଇୟର ୨.୦" ନାମରେ ନୂତନ ରିଚାର୍ଜ ଅଫର୍ ଆଣିଲା ରିଲାଏନ୍ସ ଜିଓ

Read Entire Article
LEFT SIDEBAR AD

Hidden in mobile, Best for skyscrapers.