Leopard Attack: ଶିଶୁକାନ୍ୟକୁ କଲପତରିଆ ଝାମ୍ପି ନେବା ଘଟଣା: ଶିଶୁକନ୍ୟାର ମୃତଦେହର ଅଂଶ ବିଶେଷ ଉଦ୍ଧାର

17 minutes ago 1
ARTICLE AD BOX

ରାଇଘର (ଦେବେନ୍ଦ୍ର ମିଶ୍ର): ନବରଙ୍ଗପୁରଜିଲ୍ଲା ରାଇଘର ସୀମାନ୍ତ ଯୋଡ଼ିଙ୍ଗା ପଂଚାୟତ ଅନ୍ତର୍ଗତ ଚଡ଼ିଆପାରା ଗ୍ରାମରେ ସୋମବାର ସନ୍ଧ୍ୟା ୭ଟା ସମୟରେ ବିଷ୍ଣୁ ଗଣ୍ଡଙ୍କ ଦୁଇବର୍ଷର ଶିଶୁ କନ୍ୟାକୁ ଏକ କଲରାପତରିଆ ଝାମ୍ପି ନେଇଥିବା ବେଳେ ରାତିରେ ତାର କୌଣସି ପତ୍ତା ମିଳିନଥିଲା l ଆଜି ସକାଳୁ ତଦନ୍ତ ପାଇଁ ସନ୍ଧାନୀ କୁକୁରଙ୍କ  ଦ୍ୱାରା ଉକ୍ତ ଶିଶୁ କନ୍ୟାର ମୃତଦେହର କିଛି ଅଂଶ ଜଙ୍ଗଲରୁ ଉଦ୍ଧାର ହୋଇଛି। 

ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ  ଗ୍ରାମବାସୀ ଓ କୁନ୍ଦେଇ ବନ ବିଭାଗ ମିଳିତ ଭାବେ ଜଙ୍ଗଲରେ ଖୋଜା ଖୋଜି କରିଥିଲେ l କିନ୍ତୁ ଶିଶୁକନ୍ୟାର କୌଣସି ସନ୍ଧାନ ମିଳିପାରି ନଥିଲା l ଜଙ୍ଗଲୀ ଜନ୍ତୁ କଲରାପତରିଆ ବାଘ ଶିଶୁଟିକୁ ଉଠାଇ ନେଇଥିବା ଅଭିଯୋଗ ପରେ ଆଜି ଓଡ଼ିଶା ଏବଂ ଛତିଶଗଡ଼ ବନ ବିଭାଗ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା l ଘଟଣାର ଦୀର୍ଘ ୨୦ ଘଣ୍ଟା ପରେ ଓଡ଼ିଶା ଓ ଛତିଶଗଡ଼ରୁ ଆସିଥିବା ସନ୍ଧାନୀ କୁକୁରଙ୍କ ସହାୟତାରେ ଜଙ୍ଗଲରୁ ଶିଶୁଟିର ମୃତଦେହର  ମୁଣ୍ଡ, ଦୁଇଟି ହାତ, ଦୁଇଟି ଗୋଡ଼ ମିଳିଥିଲାl ପ୍ରାଥମିକ ତଦନ୍ତରୁ କଲରାପତରିଆ ବାଘ ଆକ୍ରମଣରେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବନ ବିଭାଗ ସନ୍ଦେହ କରୁଛି। ତେବେ ଏହାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ରାଇଘର ରେଞ୍ଜର ସୂଚନା ଦେଇଛନ୍ତି l 

Terror in Raighar: ରାଇଘରରେ ଆତଙ୍କ: ଶିଶୁକନ୍ୟାକୁ ଝାମ୍ପିନେଲା ବାଘ

ପ୍ରକାଶ ଥାଉକି ସୂଚନା ଚଡ଼ିଆପାରା ଗ୍ରାମର ବିଷ୍ଣୁ ଗଣ୍ଡ ଏବଂ ତାଙ୍କ ପତ୍ନୀ ସୁମିତ୍ରା ଗଣ୍ଡଙ୍କ ଦ୍ଵିତୀୟ ସନ୍ତାନ ତଥା ଦୁଇ ବର୍ଷର ଝିଅ ବେଦିକା ସନ୍ଧ୍ୟା ୭ଟା ସମୟରେ ନିଜ ଅଗଣାରେ ଥିବା ସମୟରେ ନିକଟସ୍ଥ ଜଙ୍ଗଲରୁ ଏକ କଲରା ପତରିଆ ବାଘ ଆସି ଝାମ୍ପି ନେଇ ଯାଇଥିଲା l ଏହି   ସମୟରେ ତାର ମାଆ ଘର ଭିତରେ ଖାଇବାକୁ ବସିଥିଲେl ବେଦିକାକୁ କୌଣସି ଏକ ବନ୍ୟଜନ୍ତୁ ଉଠେଇ ନେଉଥିବା ତାର ଜେଜେବାପା ପ୍ରଥମେ ଦେଖିଥିଲେ ହେଁ ଅନ୍ଧାର ହୋଇଥିବା ଯୋଗୁଁ କେଉଁ ବନ୍ୟ ଜନ୍ତୁ ତାହା ସ୍ପଷ୍ଟ କରିପାରି ନଥିଲେ l 

ଅନ୍ୟପଟେ ଅଗଣାରେ ବେଦିକାର ମଳ ଏବଂ କିଛି ସ୍ଥାନରେ ରକ୍ତର ଛିଟା ପଡ଼ିଥିବା ଦେଖି l ଗ୍ରାମବାସୀ ଏବଂ କୁନ୍ଦେଇ ବନ ବିଭାଗକୁ ଖବର ଦେଇଥିଲେl ବିଷ୍ଣୁଙ୍କ ଘର ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ସଂରକ୍ଷିତ ଜଙ୍ଗଲଟି ଛତିଶଗଡ଼ ଜଙ୍ଗଲକୁ ଲାଗି ରହିଥିବା ସହ ଛତିଶଗଡ଼ର ଉଦନ୍ତି ଓ ସୀତାନଦୀ ଅଭ୍ୟାରଣ୍ୟ ଲାଗି ରହିଥିବା ଯୋଗୁଁ କଲରା ପତରିଆ ବାଘର ପ୍ରବେଶ ଆଶଙ୍କା କରାଯାଇଥିଲା l ଏଥିସହ ଗତ ଦୁଇ ଦିନ ଧରି କିଛି ଲୋକ ମାରିପାରା ଜଙ୍ଗଲରେ କଲରା ପତରିଆ ବାଘ ଦେଖିଥିଲେl ମାରିପାରା ଗ୍ରାମକୁ ଚଡ଼ିଆପାରା ଗ୍ରାମ ଲାଗିରହିଥିବାରୁ ଶଶୁକନ୍ୟାକୁ ବାଘ ହିଁ ଝାମ୍ପି ନେଇଥିବା ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା l ଅନ୍ୟପଟେ ଶିଶୁକାନ୍ୟ ବେଦିକାର ବିଭତ୍ସ ମରଶରୀର ର ହାତ ଗୋଡ଼ ଓ ମୁଣ୍ଡ ଜଙ୍ଗଲର ବିଭିନ୍ନ ସ୍ଥାନରେ ମିଳିବା ପରେ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି l ଏହି ଖବର ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.