Premi Murder Case: ସରୱାନନ୍ଦ କୌଲ୍ ପ୍ରେମୀ ହତ୍ୟାକାଣ୍ଡ: ୩୬ ବର୍ଷ ପରେ ଏସଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ...

1 hour ago 1
ARTICLE AD BOX

ଶ୍ରୀନଗର: କାଶ୍ମୀରୀ ପଣ୍ଡିତ, ବିଶିଷ୍ଟ କବି ତଥା ସ୍ୱାଧୀନତା ସଂଗ୍ରାମୀ ସରୱାନନ୍ଦ କୌଲ୍ ପ୍ରେମୀ ଓ ତାଙ୍କ ପୁଅ ବୀରେନ୍ଦ୍ର କୌଲଙ୍କ ନିର୍ମମ ହତ୍ୟାକାଣ୍ଡର ପ୍ରାୟ ସାଢ଼େ ତିନି ଦଶନ୍ଧି ବା ୩୬ ବର୍ଷ ପରେ ଷ୍ଟେଟ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ଏସଆଇଏ) କାଶ୍ମୀର ବୁଧବାର ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ସମ୍ପୃକ୍ତ ହତ୍ୟାକାରୀ, ସହଯୋଗୀ ଏବଂ ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ କରିବା ପାଇଁ ଏସ୍ଆଇଏ ପକ୍ଷରୁ ଜାମ୍ମୁ-କାଶ୍ମୀରର ୯ଟି ସ୍ଥାନରେ ଏକକାଳୀନ ବ୍ୟାପକ ଚଢ଼ାଉ ଓ ତଲାସି ଅଭିଯାନ ଚାଲୁ ରହିଛି। ଅନନ୍ତନାଗର ଦୋରୁ ଥାନାରେ ରୁଜୁ ହୋଇଥିବା ପୁରୁଣା ଏଫଆଇଆରକୁ ଏସଆଇଏ ନିଜ ହାତକୁ ନେବା ପରେ ଏହି ସନ୍ଧାନୀ ଅଭିଯାନ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ- Yashwant Varma: ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ବାସଭବନରୁ ବିପୁଳ ଟଙ୍କା ମିଳିବା ଘଟଣା: କୌଣସି ଷଡ଼ଯନ୍ତ୍ରର ସଙ୍କେତ ନାହିଁ

ଜାମ୍ମୁ-କାଶ୍ମୀରର ୯ଟି ସ୍ଥାନରେ ଚଢ଼ାଉ

୧୯୯୦ ମସିହାରେ ଅନନ୍ତନାଗ ଜିଲ୍ଲାର ସୋଫ୍ ଶାଲି ଗ୍ରାମସ୍ଥିତ ନିଜ ବାସଭବନରୁ ସରୱାନନ୍ଦ କୌଲ୍ ପ୍ରେମୀ ଓ ତାଙ୍କ ପୁଅଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେବା ପରେ ଅତ୍ୟାଚାର କରି ଗୁଳି କରି ହତ୍ୟା କରିଥିଲେ। ପରେ ସେମାନଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ଦୀର୍ଘ ଦଶନ୍ଧି ଧରି ଏହି ମାମଲା ଅସମାହିତ ହୋଇ ରହିଥିବା ବେଳେ ଏବେ ଏସଆଇଏ ଏହାର ଷଡ଼ଯନ୍ତ୍ର ଓ ଆତଙ୍କବାଦୀଙ୍କ ମାନସିକତା ପଛର ପର୍ଦ୍ଦାଫାଶ କରିବାକୁ ସକ୍ଷମ ହୋଇଛି। ଏସଆଇଏର ଏହି କାର୍ଯ୍ୟାନୁଷ୍ଠାନକୁ ପ୍ରେମୀଙ୍କ ଅନ୍ୟତମ ପୁଅ ରାଜେନ୍ଦ୍ର କୌଲ୍ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ, ୧୯୯୦ରେ ଘଟିଥିବା ଏହି ନିର୍ଦ୍ଦୟ ହତ୍ୟାକାଣ୍ଡ କେବଳ ଦୁଇଜଣ ବ୍ୟକ୍ତିଙ୍କ ହତ୍ୟା ନଥିଲା, ବରଂ ‘’କାଶ୍ମୀରିୟତ’’ ଏବଂ ଧର୍ମନିରପେକ୍ଷତାର ହତ୍ୟା ଥିଲା। ସମସ୍ତ ପୀଡ଼ିତ କାଶ୍ମୀରୀ ପଣ୍ଡିତ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି ଏବଂ ଏସଆଇଏର ସାମ୍ପ୍ରତିକ ତଦନ୍ତ ଓ ଚଢ଼ାଉ ଦ୍ୱାରା ଦୀର୍ଘ ଦିନରୁ ଅସମାହିତ ରହିଥିବା ଅନେକ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବ ବୋଲି ଆଶା ରଖିଛନ୍ତି।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.