Power plant in Cuttack: କଟକରେ ପାୱାର ପ୍ଲାଣ୍ଟ କରିବ ଆଦାନୀ: ୩୦ହଜାର କୋଟି ନିବେଶ ଯୋଜନା

53 minutes ago 1
ARTICLE AD BOX

ଭୁବନେଶ୍ୱର: କଟକରେ ଏକ ୨,୪୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ କରିବାକୁ ଆଦାନୀ ପାୱାର ଲିମିଟେଡ୍‌ ଲକ୍ଷ୍ୟ ରଖିଛି। ଏଥିରେ ୮୦୦ ମେଗାୱାଟ୍‌ ବିଶିଷ୍ଟ ଦୁଇଟି ୟୁନିଟ୍‌ ରହିବ। ପ୍ରକଳ୍ପକୁ ରାହାଙ୍ଗୋଲ ଓ କନ୍ଦରେଇ ଗ୍ରାମରେ ସ୍ଥାପନ କରାଯିବ। ଏହି ସ୍ଥାନ ମହାନଦୀଠାରୁ ପ୍ରାୟ ୯ କିଲୋମିଟର ଦୂରରେ ଅବସ୍ଥିତ। ଏଥିପାଇଁ କମ୍ପାନି ୩୦,୧୮୧ କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପ ପରିବେଶ ମଞ୍ଜୁରି ପ୍ରକ୍ରିୟାରେ ପ୍ରବେଶ କରିଛି। ଏହି ପ୍ରସ୍ତାବିତ ପ୍ରକଳ୍ପର ନାମ ନୀଳାଞ୍ଚଳ ଅଲ୍‌ଟ୍ରା ସୁପର କ୍ରିଟିକାଲ୍ ଥର୍ମାଲ୍ ପାୱାର ପ୍ଲାଣ୍ଟ (ୟୁଏସ୍‌ସିଟିପିପି) ରଖାଯାଇଛି। 

Education: ସ୍କୁଲକୁ ପିଲା ଆସିଲେ କିନ୍ତୁ ଛାଡିନି ବନ୍ୟାର ଚିହ୍ନ, ଖରାରେ ଶୁଖୁଛି ବହି ଓ ଖାତା

ପ୍ରକଳ୍ପ ପାଇଁ ମୋଟ ୩୩୧.୪୯ ହେକ୍ଟର ଜମି ଆବଶ୍ୟକ ହେବ। ଏଥିରୁ ୩୧୫.୫୧ ହେକ୍ଟର ଅଣଜଙ୍ଗଲ ଜମି ହୋଇଥିବା ବେଳେ ୧୫.୯୮୪ ହେକ୍ଟର ଜଙ୍ଗଲ ଜମି ରହିଛି। ପ୍ରକଳ୍ପରେ ବାର୍ଷିକ ପ୍ରାୟ ୯୬.୭ ଲକ୍ଷ ଟନ୍‌ କୋଇଲା ଆବଶ୍ୟକ ହେବ। ବିଦ୍ୟୁତ୍ ପ୍ରକଳ୍ପ ପାଇଁ ବର୍ଷକୁ ପ୍ରାୟ ୪୨ ନିୟୁତ ଘନମିଟର ପାଣି ଆବଶ୍ୟକ ହେବ। ଏଥିପାଇଁ ମହାନଦୀରୁ ଜଳ ନେବାକୁ କମ୍ପାନି ରାଜ୍ୟ ଜଳସମ୍ପଦ ବିଭାଗରେ ଆବେଦନ କରିଛି। ଅନ୍ୟପକ୍ଷରେ, ପ୍ରକଳ୍ପ ପାଇଁ ପରିବେଶ ଉପରେ ପଡ଼ିବାକୁ ଥିବା ପ୍ରଭାବର ଆକଳନ ରିପୋର୍ଟ (ଇଆଇଏ) ପ୍ରସ୍ତୁତ ହୋଇଛି। ମହାନଦୀରୁ ଆବଶ୍ୟକ ପରିମାଣର ଜଳ ନେବା ଦୀର୍ଘକାଳୀନ ଭାବେ ସମ୍ଭବ କି ନାହିଁ, ସେନେଇ ମଧ୍ୟ ଅଧିକ ଅଧ୍ୟୟନ କରାଯାଉଛି। ପ୍ରକଳ୍ପର ପରିବେଶ ସୁରକ୍ଷା ଓ ପରିଚାଳନା ପାଇଁ ୧,୯୦୮ କୋଟି ଟଙ୍କାର ପୁଞ୍ଜି ବ୍ୟୟ ବରାଦ ରଖାଯାଇଛି। ଏଥିସହ ପରିବେଶ ପରିଚାଳନା ବ୍ୟବସ୍ଥାର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ୮୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରହିଛି।

Snakes: ଜାଣନ୍ତୁ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ, ବିନା ଖାଦ୍ୟରେ ବର୍ଷେ ପର୍ଯ୍ୟନ୍ତ ବଞ୍ଚିପାରନ୍ତି ସାପ, ଜିଭ ଜିପିଏସ ଭଳି କରେ କାମ

ପ୍ରକଳ୍ପ ସମ୍ପର୍କରେ ଜନସାଧାରଣଙ୍କ ମତାମତ, ଆପତ୍ତି ଓ ପରାମର୍ଶ ଗ୍ରହଣ କରିବା ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜନଶୁଣାଣି ନୋଟିସ୍‌ ଜାରି କରାଯାଇଛି। ଆସନ୍ତା ଡିସେମ୍ବର ୧୮ରେ ଏହି ଜନଶୁଣାଣି ହେବ। ଜନଶୁଣାଣି ଓ ପରିବେଶ ମୂଲ୍ୟାଙ୍କନ ପରେ ପରବର୍ତ୍ତୀ ଆଇନଗତ ଓ ନିୟାମକ ପ୍ରକ୍ରିୟା ଆଗକୁ ବଢ଼ାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.