ARTICLE AD BOX
ଭୁବନେଶ୍ବର (ପ୍ରଭାତ ପଟ୍ଟନାୟକ): ଦିନେ ଦୁଇଦିନ କିମ୍ବା ସପ୍ତାହେ କି ଦୁଇ ସପ୍ତାହ ନୁହେଁ। ମାସ ମାସ ଧରି କନ୍ଦାଉଛି ଦରବୃଦ୍ଧି। ଓଡ଼ିଆ ପରିବାରଗୁଡ଼ିକ ମହଙ୍ଗା ବଜାର କବଳରୁ ମୁକୁଳିପାରୁନାହାନ୍ତି। ରାଜ୍ୟରେ ଦରଦାମ୍ ଉପରେ ଲଗାମ କଷିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି। ଚଳିତ ବର୍ଷ ଜାନୁଆରିରୁ ଦରବୃଦ୍ଧିର ଯେଉଁ ଧାରା ଆରମ୍ଭ ହୋଇଥିଲା ତାହା ମାସ ପରେ ମାସ ତୀବ୍ର ହେବାରେ ଲାଗିଛି। ଚଳିତ ବର୍ଷ ଜାନୁଆରିରୁ ଜୁଲାଇ ପର୍ଯ୍ୟନ୍ତ ୭ ମାସ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ଜିନିଷ ଦରରେ ଯେଉଁ ବୃଦ୍ଧି ଘଟିଛି ତାହା ସାରା ଦେଶରେ ସର୍ବାଧିକ। ଏଭଳି ବୃଦ୍ଧି ଅନ୍ୟ କୌଣସି ରାଜ୍ୟରେ ଘଟିନାହିଁ।
IBM Indulge Programme: ଟ୍ରାଇଡେଣ୍ଟରେ ଆଇବିଏମ୍ର ଇଣ୍ଡଲଜ୍ କାର୍ଯ୍ୟକ୍ରମ
ଅଗଷ୍ଟ ମାସରେ ଲଗାଣ ବର୍ଷା ଓ ଯୋଗାଣରେ ସମସ୍ୟା କାରଣରୁ ପନିପରିବା, ଖାଇବା ତେଲ, ଚିନି ଆଦି ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଦାମ୍ରେ ଅହେତୁକ ବୃଦ୍ଧି ହୋଇଛି। ତେଣୁ ଆଗାମୀ ମାସଗୁଡ଼ିକରେ ମଧ୍ୟ ରାଜ୍ୟବାସୀ ଏହାର ପ୍ରଭାବରେ ସନ୍ତୁଳି ହେବା ଆଶଙ୍କା କରାଯାଉଛି। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷର ଜୁଲାଇ ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳରେ ଏହି ହାର ଆହୁରି ଖରାପ ୫.୧୨ ପ୍ରତିଶତ ଓ ସହରାଞ୍ଚଳରେ ୪.୦୨ ରହିଛି। ଜାତୀୟ ହାର ୪.୪୫ ପ୍ରତିଶତଠାରୁ ଓଡ଼ିଶାର ସ୍ଥିତି ଖରାପ ଅଛି।
ଚଳିତ ବର୍ଷ ଜାନୁଆରିରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ମାତ୍ର ୨.୯୫ ପ୍ରତିଶତ ଥିଲା, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୪ ପ୍ରତିଶତ ସୀମାଠାରୁ ଯଥେଷ୍ଟ ତଳେ ରହିଥିଲା। କିନ୍ତୁ ଫେବ୍ରୁଆରି ଶେଷ ସପ୍ତାହରୁ ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ କରିବା ପରେ ସ୍ଥିତି ଆହୁରି ଖରାପ ହୋଇଥିଲା। ଜାନୁଆରିରୁ ଜୁଲାଇ ମଧ୍ୟରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତିରେ ପ୍ରାୟ ୩ ପ୍ରତିଶତ (୨.୯୫ ପ୍ରତିଶତ)ର ବୃଦ୍ଧି ହୋଇଛି। ଦେଶର ଅନ୍ୟ କୌଣସି ରାଜ୍ୟରେ ଏହି ସମୟରେ ଏଭଳି ବୃଦ୍ଧି ହୋଇନାହିଁ। ଓଡ଼ିଶା ବ୍ୟତୀତ ଆନ୍ଧ୍ରରେ ଏହି ସମୟରେ ମୁଦ୍ରାସ୍ଫୀତିରେ ୨.୯ ପ୍ରତିଶତ ବୃଦ୍ଧି ଘଟିଥିଲା। ତେଲେଙ୍ଗାନାରେ ଏହି ବୃଦ୍ଧି ୧.୪ ପ୍ରତିଶତ ଏବଂ ଜମ୍ମୁକାଶ୍ମୀରରେ ୨.୫୩ ପ୍ରତିଶତର ବୃଦ୍ଧି ହୋଇଥିଲା।
DGP selection: ଡିଜିପି ଚୟନ ବୈଠକ ଆଜି: କିଏ ମୁଖିଆ ହେବେ ଚିତ୍ର ସ୍ପଷ୍ଟ ହେବ, ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି
ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ତେଲେଙ୍ଗାନାରେ ସର୍ବାଧିକ ୬.୩୨ ପ୍ରତିଶତ ରହିଛି। ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶରେ ତାହା ୫.୭୨ ପ୍ରତିଶତ, ତାମିଲନାଡ଼ୁରେ ୫.୪୪ ପ୍ରତିଶତ, ପୁଡୁଚେରିରେ ୫.୪୧ ପ୍ରତିଶତ, ମଧ୍ୟପ୍ରଦେଶରେ ୪.୯୧ ପ୍ରତିଶତ ଓ କର୍ଣ୍ଣାଟକରେ ୪.୮୯ ପ୍ରତିଶତ ରହିଛି। ଏହି ମାସରେ ମଧ୍ୟ ଓଡ଼ିଶା ଦେଶର ସପ୍ତମ ମହଙ୍ଗା ବଜାର ହୋଇରହିଛି। ଗତ ଜୁଲାଇ ମାସର ତଥ୍ୟରୁ ଜଣାପଡ଼ିଛି ଯେ ଏହି ମାସରେ ରୁପା ଅଳଙ୍କାର, ସୁନା, ହୀରା, ପ୍ଲାଟିନମ୍ ଗହଣା ଏବଂ ପିଆଜ, ଅଦା, ରସୁଣ ପ୍ରଭୃତି ମହଙ୍ଗା ହୋଇଥିଲା। ଆଳୁ, ଭେଣ୍ଡି, ମଟର ଛୁଇଁ, ଟମାଟୋ ଦାମ୍ କମିଥିଲା। ଜାତୀୟ ବଜାରରେ ମଧ୍ୟ ଲଗାତାର ସପ୍ତମ ମାସରେ ମୁଦ୍ରାସ୍ଫୀତି ବଢ଼ିଛି। ଗତ ଜୁନରେ ଦେଶର ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତ ଥିଲା। ଗ୍ରାମାଞ୍ଚଳରେ ତାହା ୪.୮୪ ପ୍ରତିଶତ ଓ ସହରାଞ୍ଚଳରେ ୩.୯୬ ପ୍ରତିଶତ ରହିଥିଲା। ଜୁଲାଇରେ ଲଗାତାର ଦ୍ବିତୀୟ ମାସରେ ଏହି ହାର ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ସୀମା ୪ ପ୍ରତିଶତଠାରୁ ଉପରେ ରହିଛି।

2 days ago
3


