Women Warriors: ଇତିହାସରେ ଅବହେଳିତ ବୀରାଙ୍ଗନାଙ୍କୁ ମିଳୁଛି ସମ୍ମାନ, ସମତାମୂଳକ ସମାଜ ଗଠନ ଉପରେ ଗୁରୁତ୍ୱ

30 minutes ago 1
ARTICLE AD BOX

ଲକ୍ଷ୍ନୌ: ଭାରତର ସ୍ୱାଧୀନତା ସଂଗ୍ରାମରେ ଅନେକ ମହିଳା ବୀରାଙ୍ଗନା ନିଜର ସାହସ ଓ ବଳିଦାନର ପରିଚୟ ଦେଇଛନ୍ତି। କିନ୍ତୁ ଇତିହାସର ପୃଷ୍ଠାରେ ସେମାନଙ୍କ ଅବଦାନକୁ ଆବଶ୍ୟକ ସ୍ଥାନ ମିଳିନାହିଁ। ଆଜି ଉତ୍ତରପ୍ରଦେଶ ଯେଉଁ ନୂତନ ସାମାଜିକ ଜାଗୃତି ଏବଂ ସାଂସ୍କୃତିକ ଚେତନା ଦେଇ ଗତି କରୁଛି ଏଥିରେ କେବଳ ବୀରାଙ୍ଗନା ମାନଙ୍କ ପୂନଃସ୍ଥାପନ ଦ୍ବାରା ଅତୀତକୁ ମନେକରିବା ନୁହଁ ବରଂ ଭବିଷ୍ୟ ପାଇଁ ଏକ ସମତାପୂର୍ଣ୍ଣ ସମାଜ ସ୍ଥାପନ ପାଇଁ ନୂଆ ଦିଗ ଦର୍ଶାଉଛି। ଏହା ଏକ ନିରାଟ ସତ୍ୟ ଯେ, ଯେଉଁ ଯୋଦ୍ଧାମାନଙ୍କ ପାଖରେ ଐତିହ୍ୟରେ କେବଳ ଅଦମ୍ୟ ସାହସ ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ଅତୁଟ ଅଭିଳାଷା ଥିଲା ସେମାନଙ୍କ ଭାଗରେ ଲୋକଗୀତ, ସ୍ମୃତି ଏବଂ କିମ୍ବଦନ୍ତିମାନ ହିଁ ଆସିଛି। 

ଏପରି ଅନେକ ଲୋକଙ୍କର ତ୍ୟାଗ, ସଂଘର୍ଷ ଓ ଅବଦାନ ଥିଲେ ମଧ୍ୟ ତାହା ଇତିହାସରେ ଯଥେଷ୍ଟ ଭାବେ ଲିପିବଦ୍ଧ ହୋଇପାରିଲା ନାହିଁ। ଊଦା ଦେବୀ ପାସୀ, ଝଲକାରୀ ବାଇ କୋରୀ ଓ ରାଣୀ ଅବନ୍ତୀବାଇ ଲୋଧୀଙ୍କ ଭଳି ବୀରାଙ୍ଗନାଙ୍କ ଗାଥାକୁ ପୁନର୍ବାର ସମ୍ମାନ ଦେବା ଦିଗରେ ଉତ୍ତରପ୍ରଦେଶ ସରକାରଙ୍କ ପଦକ୍ଷେପ ଏବେ ଚର୍ଚ୍ଚାରେ ରହିଛି। ଏହା କେବଳ ଅତୀତର ବୀରତ୍ୱକୁ ମନେ ପକାଇବା ନୁହେଁ, ବରଂ ସମତାମୂଳକ ସମାଜ ଗଠନର ଏକ ପ୍ରୟାସ ବୋଲି ଲେଖିକା ଡ. ଦୀପ୍ତି ତନେଜା ନିଜ ଲେଖାରେ ଉଲ୍ଲେଖ କରିଛନ୍ତି।

ଇଂରେଜ ଶାସନ ବିରୋଧରେ ଲଢ଼େଇ
୧୮୫୭ ମସିହାରେ ଲକ୍ଷ୍ନୌର ସିକନ୍ଦରବାଗ ଯୁଦ୍ଧରେ ଊଦା ଦେବୀଙ୍କ ସାହସିକତା ଆଜି ମଧ୍ୟ ସ୍ମରଣୀୟ। ସେ ଏକ ଅଶ୍ୱତ୍ଥ ଗଛ ଉପରେ ଚଢ଼ି ପୁରୁଷ ବେଶରେ ବ୍ରିଟିଶ ସୈନିକଙ୍କୁ ଟାର୍ଗେଟ କରିଥିଲେ। ସେହିପରି ଝାନ୍ସୀର ରାଣୀ ଲକ୍ଷ୍ମୀବାଇଙ୍କୁ ସୁରକ୍ଷିତ ଭାବେ ବାହାରିବାର ସୁଯୋଗ ଦେବା ପାଇଁ ଝଲକାରୀ ବାଇ ରାଣୀଙ୍କ ବେଶ ଧାରଣ କରିଥିଲେ। ଅନ୍ୟପକ୍ଷରେ ରାଣୀ ଅବନ୍ତୀବାଇ ଲୋଧୀ ନିଜ ରାଜ୍ୟ ଓ ସ୍ୱାଭିମାନର ସୁରକ୍ଷା ପାଇଁ ଇଂରେଜ ଶାସନ ବିରୋଧରେ ଲଢ଼େଇ କରିଥିଲେ। ଏହି ବୀରାଙ୍ଗନାଙ୍କୁ ସମ୍ମାନ ଜଣାଇ ଉତ୍ତରପ୍ରଦେଶର ପ୍ରାଦେଶିକ ସଶସ୍ତ୍ର ପୁଲିସ (ପିଏସି) ବଳରେ ମହିଳାଙ୍କ ପାଇଁ ତିନୋଟି ନୂଆ ବାଟାଲିୟନ୍ ଗଠନ କରାଯାଇଛି। ଏହି ବାଟାଲିୟନ୍‌ଗୁଡ଼ିକର ନାମ ଊଦା ଦେବୀ, ଝଲକାରୀ ବାଇ ଓ ଅବନ୍ତୀବାଇ ଲୋଧୀଙ୍କ ନାମରେ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ବୀରାଙ୍ଗନାମାନଙ୍କୁ ମହିଳା ସାହସ ଓ ବୀରତ୍ୱର ପ୍ରତୀକ ଭାବେ ଗ୍ରହଣ କରିଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ସେମାନଙ୍କ ନାମ ଓ ଅବଦାନକୁ ସରକାରୀ ସ୍ତରରେ ସ୍ଥାୟୀ ସ୍ୱୀକୃତି ଦେବାର ଉଦ୍ୟମ ହୋଇଛି।

ଆଗକୁ ବଢ଼ିବାକୁ ପାଇବେ ପ୍ରେରଣା
ମହିଳା ସଶକ୍ତିକରଣ ପାଇଁ ଉତ୍ତରପ୍ରଦେଶରେ ଅନେକ ପଦକ୍ଷେପ ନିଆଯାଉଥିବା ଲେଖାରେ କୁହାଯାଇଛି। ପୁଲିସ ବଳରେ ମହିଳାଙ୍କ ପାଇଁ ସଂରକ୍ଷଣ, ମିଶନ ଶକ୍ତି ଅଧୀନରେ ଥାନାଗୁଡ଼ିକରେ ମହିଳା ସହାୟତା ଡେସ୍କ, ସ୍କୁଲରେ ଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିସି ସଖୀ ଯୋଜନା ମାଧ୍ୟମରେ ଗ୍ରାମୀଣ ମହିଳାଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ଭଳି ପଦକ୍ଷେପ ଏହାର ଅଂଶ। ଏହାଦ୍ୱାରା ମହିଳାମାନେ ଶିକ୍ଷା, ନିଯୁକ୍ତି ଓ ସାମାଜିକ କ୍ଷେତ୍ରରେ ଆଗକୁ ବଢ଼ିବାକୁ ପ୍ରେରଣା ପାଇବେ। ସାମାଜିକ ସମାନତା ଓ ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ସମାଜର ପ୍ରତ୍ୟେକ ବର୍ଗକୁ ନିଜ ଇତିହାସ ଓ ଗୌରବଗାଥା ଉପରେ ସମାନ ଅଧିକାର ମିଳିବା ଆବଶ୍ୟକ।

Voyager-1: ଐତିହାସିକ ସଫଳତା ହାସଲ କଲା ଭଏଜର୍‌-୧, ପୃଥିବୀଠାରୁ ଏକ ଆଲୋକ ଦିବସ ଦୂରତା ଅତିକ୍ରମ କଲା

ସମ୍ବିଧାନ ପ୍ରଣେତା ଡ. ବି.ଆର୍. ଆମ୍ବେଦକରଙ୍କ ସାମାଜିକ ଗଣତନ୍ତ୍ରର ଧାରଣାକୁ ଆଧାର କରି ଦଳିତ, ପଛୁଆ ଓ ଅବହେଳିତ ବର୍ଗର ମହିଳାଙ୍କୁ ଜାତୀୟ ନାୟିକା ଭାବେ ପ୍ରତିଷ୍ଠିତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଲେଖିକା ମତ ଦେଇଛନ୍ତି। 

women

ଊଦା ଦେବୀ, ଝଲକାରୀ ବାଇ ଓ ରାଣୀ ଅବନ୍ତୀବାଇଙ୍କ ଭଳି ବୀରାଙ୍ଗନାଙ୍କ ଜୀବନୀ ଆଜିର ଯୁବପିଢ଼ି, ବିଶେଷକରି ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ। ସେମାନଙ୍କ ସାହସ, ଦେଶପ୍ରେମ ଓ ବଳିଦାନକୁ ସମ୍ମାନ ଦେବା ସହ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଆବଶ୍ୟକ। ଏହାଦ୍ୱାରା ସମାଜର ପ୍ରତ୍ୟେକ ବର୍ଗର ମହିଳା ନିଜକୁ ସଶକ୍ତ ଓ ସମ୍ମାନିତ ମନେ କରିବା ସହ ସମାନତା ଆଧାରିତ ସମାଜ ଗଠନରେ ଯୋଗଦାନ କରିପାରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.