ARTICLE AD BOX
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ବୁଧବାର ସନ୍ଧ୍ୟାରେ ଗାଜିଆବାଦର ଦସ୍ନା ଜେଲ୍ରୁ ମୁକୁଳିଛନ୍ତି। ଏକ ମନିଲଣ୍ଡରିଂ ମାମଲାରେ ଅନ୍ତରୀଣ ଜାମିନ ମିଳିବା ପରେ ସେ ଜେଲ୍ରୁ ବାହାରି ନିଜ ଘର ରାମପୁରକୁ ଫେରିଛନ୍ତି। ତାଙ୍କୁ ଜେଲ୍ରୁ ଆଣିବା ପାଇଁ ପୁଅ ଅବଦୁଲ୍ଲା ଆଜମ୍ ଜେଲ୍ ବାହାରେ ଉପସ୍ଥିତ ଥିଲେ।
ଆହୁରି ପଢନ୍ତୁ :Encounter: ଲସ୍କରରେ ଯୋଗଦେବାର ଠିକ୍ ବର୍ଷକ ପରେ ନିପାତ ହେଲା ଆତଙ୍କବାଦୀ ଲତିଫ୍ ଭଟ୍ଟ
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩୧ରେ ଦୁଇଟି ପ୍ୟାନ୍ କାର୍ଡ ମାମଲାରେ ଜାମିନ ପାଇବା ପରେ ଆଜମ ଖାନ୍ ରାମପୁର ଜିଲ୍ଲା ଜେଲ୍ରୁ ମୁକୁଳିଥିଲେ। କିନ୍ତୁ ସେହିଦିନ ହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଏକ ମନିଲଣ୍ଡରିଂ ମାମଲାରେ ଗିରଫ କରିଥିଲା। ଏହାପରେ ଗାଜିଆବାଦ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ଦସ୍ନା ଜେଲ୍କୁ ନିଆଯାଇଥିଲା।

42 minutes ago
1


