ARTICLE AD BOX
ଭୁବନେଶ୍ୱର: ଆଳୁ ପ୍ରାୟତଃ ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ବ୍ୟବହାର ହୋଇଥାଏ। ତରକାରୀ, ପରଟା, କଟଲେଟ୍ କିମ୍ବା ଫ୍ରାଇଜ୍ ପ୍ରସ୍ତୁତ କରିବା ପାଇଁ ଅନେକ ସମୟରେ ଆମେ ଆଳୁକୁ ପୂର୍ବରୁ ଚୋପା ବାହାର କରି ଏବଂ କାଟି ରଖିଦେଇଥାଉ। ମାତ୍ର କିଛି ସମୟ ପରେ କଟା ଆଳୁର ରଙ୍ଗ ବଦଳିବାକୁ ଲାଗେ ଏବଂ ଫ୍ରିଜ୍ରେ ରଖିଲେ ମଧ୍ୟ ଏହା ଉପରେ କଳା କିମ୍ବା ବାଦାମୀ ଦାଗ ଦେଖାଯାଏ।
ଆହୁରି ପଢନ୍ତୁ :statewide cyber awareness ସାଇବର ସଚେତନତା ଅଭିଯାନରେ ଯୋଗ ଦେଲେ ୪୦ଲକ୍ଷ ଛାତ୍ରଛାତ୍ରୀ
ଆଳୁ କାହିଁକି କଳା ପଡ଼ିଯାଏ?
କଟା ଆଳୁର ରଙ୍ଗ ବଦଳିବା ଏକ ସାଧାରଣ ପ୍ରକ୍ରିୟା, ଯାହାକୁ ଅକ୍ସିଡେସନ୍ କୁହାଯାଏ। ଆଳୁ କାଟିବା ପରେ ଏହାର ଭିତର ଭାଗ ବାୟୁ ସଂସ୍ପର୍ଶରେ ଆସେ। ଆଳୁରେ ଥିବା ଷ୍ଟାର୍ଚ ଏବଂ ଅନ୍ୟାନ୍ୟ ଉପାଦାନ ଅମ୍ଳଜାନ ସଂସ୍ପର୍ଶରେ ଆସିବା ଯୋଗୁଁ ରଙ୍ଗ ପରିବର୍ତ୍ତନ ହୋଇଥାଏ। କେବଳ ଅକ୍ସିଡେସନ୍ ଯୋଗୁଁ ରଙ୍ଗ ବଦଳିଥିଲେ ବି ଏହି ଆଳୁ ଖାଇବା ସମ୍ପୂର୍ଣ୍ଣ ସୁରକ୍ଷିତ। ଏହାଦ୍ୱାରା ଆଳୁର ସ୍ୱାଦ କିମ୍ବା ଗୁଣବତ୍ତା ଉପରେ ବିଶେଷ ପ୍ରଭାବ ପଡ଼ିନଥାଏ। ତେବେ ଦେଖିବାକୁ ଭଲ ଦେଖାଯାଉନଥିବାରୁ ଲୋକେ ଏହାକୁ ବ୍ୟବହାର କରିବାକୁ ପସନ୍ଦ କରନ୍ତି ନାହିଁ।
ଆହୁରି ପଢନ୍ତୁ :Rajasthan Police: ଜୟପୁରରେ ସ୍କୁଲ କ୍ୟାଣ୍ଟିନରୁ ବାସି ଆଳୁ ପେଟିସ୍ ଖାଇବା ପରେ କିଶୋରଙ୍କ ମୃତ୍ୟୁ
କଟା ଆଳୁକୁ କଳା ପଡ଼ିବାରୁ ରୋକିବାର ସହଜ ଉପାୟ
ରୋଷେଇ ସମୟରେ ହିଁ କାଟନ୍ତୁ:
ଖାଦ୍ୟ ରାନ୍ଧିବାର ଅନେକ ସମୟ ପୂର୍ବରୁ ଆଳୁ କାଟି ଖୋଲାରେ ରଖନ୍ତୁ ନାହିଁ। ରୋଷେଇ କରିବା ସମୟରେ ହିଁ ଆଳୁ କାଟିବା ସବୁଠାରୁ ଭଲ।
ଆହୁରି ପଢନ୍ତୁ :Bribery Case ୫ହଜାର ଟଙ୍କା ଲାଞ୍ଚ ନେଇଥିଲେ, ବିଡିଏର ପୂର୍ବତନ ସେକ୍ସନ୍ ଅଫିସରଙ୍କୁ ୩ବର୍ଷ କାରାଦଣ୍ଡ
ଥଣ୍ଡା ପାଣିରେ ବୁଡ଼ାଇ ଫ୍ରିଜ୍ରେ ରଖନ୍ତୁ:
ଯଦି ଆଳୁ ଆଗରୁ କାଟି ରଖିବାକୁ ଚାହୁଁଛନ୍ତି, ତେବେ ଏକ ପାତ୍ରରେ ଥଣ୍ଡା ପାଣି ନେଇ କଟା ଆଳୁଗୁଡ଼ିକୁ ସେଥିରେ ସମ୍ପୂର୍ଣ୍ଣ ବୁଡ଼ାଇ ଫ୍ରିଜ୍ରେ ରଖନ୍ତୁ। ପାଣିରେ ବୁଡ଼ି ରହିବା ଦ୍ୱାରା ଆଳୁ ବାୟୁସଂସ୍ପର୍ଶରେ ଆସିପାରେ ନାହିଁ। ହଁ, ଧ୍ୟାନ ରଖନ୍ତୁ, କେବଳ ଥଣ୍ଡା ପାଣି ବ୍ୟବହାର କରିବେ, ଗରମ ପାଣି ବ୍ୟବହାର କରନ୍ତୁ ନାହିଁ।
ଆହୁରି ପଢନ୍ତୁ :Health: ଆପୋଲୋ ହସ୍ପିଟାଲ୍ରେ ବିଶ୍ବ ଅଙ୍ଗଦାନ ଦିବସ
ଲେମ୍ବୁ ରସ କିମ୍ବା ଭିନେଗାର୍ ମିଶାନ୍ତୁ:
ପାଣିରେ କଟା ଆଳୁ ରଖିବା ସହ ସେଥିରେ ଅଳ୍ପ ଲେମ୍ବୁ ରସ କିମ୍ବା ଧଳା ଭିନେଗାର୍ ମିଶାଇ ଦିଅନ୍ତୁ। ଏଥିରେ ଥିବା ଏସିଡିକ୍ ଗୁଣ ଅକ୍ସିଡେସନ୍ ପ୍ରକ୍ରିୟାକୁ ଧୀମା କରିଦିଏ। ଆଲୁମିନିୟମ୍ କିମ୍ବା ଅନ୍ୟ କେତେକ ଧାତୁର ପାତ୍ର କଟା ଆଳୁ ସହ ପ୍ରତିକ୍ରିୟା କରି ରଙ୍ଗ ଶୀଘ୍ର ବଦଳାଇ ଦେଇଥାଏ। ତେଣୁ ଆଳୁକୁ ପାଣି ସହ କାଚ ପାତ୍ରରେ ରଖିବା ସବୁଠାରୁ ନିରାପଦ।

23 hours ago
3


