Post-Diploma DNB Seats ୩ ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି ସିଟ୍‌କୁ ଅନୁମୋଦନ

1 hour ago 1
ARTICLE AD BOX

ପ୍ରଥମ ଥର ପାଇଁ ଏହି ସିଟ୍ ଗୁଡିକରେ ଓଡ଼ିଶାରେ ହେବ କାଉନସିଲିଂ 

ଭୁବନେଶ୍ୱର:  ଓଡ଼ିଶାର ୩ଟି ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି (DNB) ସିଟ୍‌କୁ ଅନୁମୋଦନ ମିଳିଛି। ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ , ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ, କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଏହି ସିଟକୁ ମାନ୍ୟତା ପ୍ରଦାନ କରାଯାଇଛି।

MKCG Medical College: ଏମ୍‌କେସିଜି ମେଡିକାଲ୍‌ କଲେଜରେ ପିଜି ପ୍ରଶ୍ନପତ୍ର ଲିକ୍‌: ସ୍ବତନ୍ତ୍ର ଟିମ୍‌ର ତନାଘନା

ନୂଆଦିଲ୍ଲୀସ୍ଥିତ ନେସନାଲ ବୋର୍ଡ ଅଫ ଏଗଜାମଇନନେସନ ଇନ ମେଡ଼ିକାଲ ସାଇନ୍ସ (NBEMS) ପକ୍ଷରୁ ରାଜ୍ୟର ୩ଟି ସରକାରୀ ମେଡିକାଲ କଲେଜରେ ୫ଟି ବ୍ରଡ୍ ସ୍ପେସିଆଲିଟିରେ ମୋଟ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି ସିଟକୁ ମାନ୍ୟତା ପ୍ରଦାନ କରାଯାଇଛି । ଏହି ମାନ୍ୟତାପ୍ରାପ୍ତ ସିଟ୍‌ଗୁଡ଼ିକ ଶିଶୁ ଚିକିତ୍ସା (Paediatrics), ପ୍ରସୂତି ଓ ସ୍ତ୍ରୀରୋଗ (Obstetrics & Gynaecology), ଚକ୍ଷୁ ରୋଗ (Ophthalmology), ଟି.ବି. ଓ ଛାତି ରୋଗ (T.B. & C.D.) ଏବଂ ନିଶ୍ଚେତନ ବିଜ୍ଞାନ (Anaesthesiology) ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅନୁମୋଦନ ମିଳିଛି । 

Phulbani Government Medical College ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାଁରେ ନାମିତ ହେଲା ଫୁଲବାଣୀ ସରକାରୀ ମେଡିକାଲ କଲେଜ

ମୋଟ ୧୧ଟି ସିଟ୍‌ ମଧ୍ୟରୁ ୫ଟି ସିଟ୍‌ ଓଡ଼ିଶାର ଚାକିରିରେ ଥିବା ଡାକ୍ତରମାନଙ୍କ ପାଇଁ ସଂରକ୍ଷିତ ରହିବ ଏବଂ ୬ଟି ସିଟ୍‌ ସର୍ବଭାରତୀୟ କୋଟା ଅଧୀନରେ ଉପଲବ୍ଧ ହେବ।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ଯୋଗୁଁ ଏହା ସମ୍ଭବ ହୋଇଛି । ରାଜ୍ୟରେ ଚିକିତ୍ସା ଶିକ୍ଷାର ବିସ୍ତାର, ଡାକ୍ତରମାନଙ୍କ ପାଇଁ ଅଧିକ ପ୍ରଶିକ୍ଷଣ ସୁଯୋଗ ସୃଷ୍ଟି ଏବଂ ଓଡ଼ିଶାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ସ୍ବାସ୍ଥ୍ୟ କ୍ଷେତ୍ରରେ ନୂତନ କିରଣ ଆଣିଦେଉଛି । 

Read Entire Article
LEFT SIDEBAR AD

Hidden in mobile, Best for skyscrapers.