Politics: ରାଜନୀତିରେ ପାଦ ଥାପିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ

54 minutes ago 2
ARTICLE AD BOX

ବାରାଣସୀ: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି। ଶନିବାର ବାରାଣସୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଆନୁଷ୍ଠାନିକ ଭାବେ ‘ସର୍ବଜନ ସନାତନ ପାର୍ଟି’ (ଏସ୍‌ଏସ୍‌ପି) ର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। 

ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ପ୍ରଶାସନିକ କ୍ଷେତ୍ରରେ ପ୍ରାୟ ଚାରି ଦଶନ୍ଧି ଧରି ସେବା ପ୍ରଦାନ କରିବା ପରେ ରାଓ ନିଜର ଏହି ନୂତନ ସାମାଜିକ ତଥା ରାଜନୈତିକ ଯାତ୍ରା ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ପ୍ରଶାସନିକ ଅନୁଭୂତିରୁ ସେ ଅନୁଭବ କରିଛନ୍ତି ଯେ କେବଳ ପ୍ରଶାସନିକ ସୁଧାର ଦ୍ୱାରା ଭାରତର ନବନିର୍ମାଣ ସମ୍ଭବ ନୁହେଁ। ଦେଶକୁ ନିଜର ସଭ୍ୟତାର ମୂଳଦୁଆ ସହ ଜଡ଼ିତ ରଖି ଆଧୁନିକ ବିକାଶ ପଥରେ ଆଗକୁ ନେବାକୁ ହେବ।

Divya Mittal: ରାଜନୀତିକୁ ଓହ୍ଲାଇବା ପରେ ପୂର୍ବତନ ଆଇଏଏସ ଦିବ୍ୟା ମିତ୍ତଲଙ୍କୁ ମିଳିବ କି ପେନ୍‌‌ସନ୍‌? ଜାଣନ୍ତୁ କ’ଣ କହୁଛି ନିୟମ

ଏମ୍ ନାଗେଶ୍ୱର ରାଓଙ୍କ ଅନୁଯାୟୀ, ଦଳର ପରିକଳ୍ପନାରେ ରହିଥିବା ‘ସନାତନ’ କେବଳ ଏକ ପୂଜା ପଦ୍ଧତି ନୁହେଁ, ବରଂ ଏହା ସତ୍ୟ, ଧର୍ମ, କର୍ତ୍ତବ୍ୟ, କରୁଣା, ନ୍ୟାୟ, ଆତ୍ମ-ନିୟନ୍ତ୍ରଣ ଏବଂ ଜନକଲ୍ୟାଣ ଉପରେ ଆଧାରିତ ଏକ ଜୀବନଶୈଳୀ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.