ARTICLE AD BOX
ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ଦେଇ ଯାଇଥିବା ୧୮ନଂ ଜାତୀୟ ରାଜପଥର ବୈଶଙ୍ଗା ବଜାର ଠାରୁ କଳମା ଛକ ମଧ୍ୟରେ ଆଲୋକିତ କରିବା ପାଇଁ ଲାଗିଛି ଲାଇଟ୍ ପୋଷ୍ଟ। ତେବେ ଏହା ମଧ୍ୟରୁ ଗୋଟିଏ ଦୁଇଟି ନୁହେଁ, ପ୍ରାୟ ୫୦ରୁ ଅଧିକ ଲାଇଟ୍ ପୋଷ୍ଟ ଏବେ ଜଳୁନାହିଁ। ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ହୋଇପାରୁନି ବିଦ୍ୟୁତ୍ ସଂଯୋଗ।
Shadow Light: ଛାଇ ଆଲୁଅ: ଫେରୁଛି କଳାଧଳା ଫଟୋ
ବୈଶିଙ୍ଗା ଭଳି ଏକ ବ୍ୟସ୍ତ ବଜାର ଅଞ୍ଚଳରେ ରାତି ହେଲେ ଏହି ଅଞ୍ଚଳ ଅନ୍ଧାରରେ ବୁଡ଼ିଯାଉଛି। ଲଗାଣ ବର୍ଷା ପରେ ଅନେକ ସ୍ଥାନରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ରାତିରେ ଯାତାୟାତ ଆହୁରି ବିପଦପୂର୍ଣ୍ଣ ହୋଇଛି। ରାସ୍ତାରେ ଖାଲଖମା ଓ ଅନ୍ଧାର, ଉଭୟ ମିଶି ଦୁର୍ଘଟଣାର ସମ୍ଭାବନାକୁ ଅନେକଗୁଣରେ ବଢାଇ ଦେଇଛି। କେବଳ ଦୁର୍ଘଟଣା ନୁହେଁ, ଅନ୍ଧାରର ସୁଯୋଗ ନେଇ ଅସାମାଜିକ ତତ୍ତ୍ୱଙ୍କ ପ୍ରାଦୁର୍ଭାବ ବଢୁଥିବା ନେଇ ମଧ୍ୟ ଅଞ୍ଚଳବାସୀ ଉଦ୍ବେଗ ପ୍ରକାଶ କରୁଛନ୍ତି।
Village: ଆଲୁଅ ଦେଖାଇ ଅନ୍ଧାର କରିଦେଲେ: ସଞ୍ଜ ନଇଁଲେ ଘରେ ପଡ଼େ ତାଟି କବାଟ
ସବୁଠାରୁ ବଡ଼ ବିଡମ୍ବନା ହେଉଛି, ଲାଇଟ୍ ପୋଷ୍ଟ ଲାଗିବାକୁ ବର୍ଷେରୁ ଅଧିକ ସମୟ ବିତିଗଲାଣି। ଲାଇଟ୍ ପୋଷ୍ଟରେ ଜନପ୍ରତିନିଧିଙ୍କ ଫଟୋ ମଧ୍ୟ ଲାଗିଛି। ହେଲେ ଯେଉଁ ଲାଇଟ୍ ଜଳିବା କଥା, ତାହା ଆଜି ବି ଜଳୁନାହିଁ।
ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ବିଦ୍ୟୁତ୍ ସଂଯୋଗ କରି ଲାଇଟ୍ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ସହ ରାଜପଥର ଶୋଚନୀୟ ସ୍ଥିତିର ସ୍ଥାୟୀ ସମାଧାନ କରିବା ଜରୁରୀ। ନଚେତ୍ ଆଜିର ଏହି ଅନ୍ଧାର ଆସନ୍ତାକାଲି କାହାର ଜୀବନରେ ଅନ୍ଧାର ଆଣିବ, ତାହା କହିହେବ ନାହିଁ।

1 day ago
4


