Political rivals: ସୁପ୍ରିୟା ସୁଲେଙ୍କ ଝିଅ ବାହାଘର ଭୋଜିରେ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଏକାଠି

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଏନ୍‌ସିପି (ଏସ୍‌ପି) ସାଂସଦ ସୁପ୍ରିୟା ସୁଲେଙ୍କ ଝିଅ ରେବତୀ ସୁଲେଙ୍କର ବାହାଘର ଭୋଜିରେ ପ୍ରାୟ ସବୁ ରାଜନୈତିକ ଦଳର ନେତା ଏକାଠି ହୋଇଛନ୍ତି। ପାୱାର ପରିବାରର ନୂଆଦିଲ୍ଲୀସ୍ଥିତ ୬ ଜନପଥ ବାସଭବନରେ ସୋମବାର ହୋଇଥିବା ରିସେପ୍ସନ୍‌ ପାର୍ଟିରେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଆହୁରି ଅନେକ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଏକାଠି ହୋଇଛନ୍ତି। 

ରେବତୀ ହେଉଛନ୍ତି ସୁପ୍ରିୟା ସୁଲେଙ୍କ ଝିଅ ଏବଂ ସେ ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାରଙ୍କ ନାତୁଣୀ। ଗତ ଜୁନ୍‌ରେ ସେ ମୁମ୍ବାଇର ସାରଙ୍ଗ ଲଖାନିରେ ନାଗପୁରର ଜଣେ ଶିଳ୍ପପତିଙ୍କୁ ବିବାହ କରିଥିଲେ। ସୁପ୍ରିୟା ଝିଅ ବାହାଘର ପରେ ଗତକାଲି ଏକ ବଡ଼ ଭୋଜିର ଆୟୋଜନ କରିଥିଲେ ଏବଂ ଝିଅ ଜ୍ବାଇଁଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରମୁଖ ରାଜନେତାମାନଙ୍କୁ ନିମନ୍ତ୍ରଣ କରିଥିଲେ। ଅମିତ ଶାହଙ୍କୁ ନବଦମ୍ପତିଙ୍କ ସହ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। ସୋନିଆ, ରାହୁଲ ଓ ପ୍ରିୟଙ୍କା ମଧ୍ୟ ସେଠାକୁ ଆସିଥିଲେ। 

Triranga: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ‘ହର୍ ଘର୍ ତ୍ରିରଙ୍ଗା ’ ଅଭିଯାନ ଜନ ଆନ୍ଦୋଳନରେ ପରିଣତ ହୋଇଛି: ମୁଖ୍ୟମନ୍ତ୍ରୀ

ଏହି ଉତ୍ସବର ଏକ ଫଟୋ ଏକ୍ସରେ ପୋଷ୍ଟ୍‌ କରି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଲେଖିଛନ୍ତି ‘ବିବାହ ସମାରୋହ’। ସୁପ୍ରିୟାଙ୍କ ଅତିଥି ତାଲିକାରେ ମଧ୍ୟ ଆର୍‌ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ଏହାଦ୍ବାରା ଦଳମତ ନିର୍ବିଶେଷରେ ସବୁ ରାଜନେତା ଏହି ବିବାହ ଉତ୍ସବରେ ଏକାଠି ହୋଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.