ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ପାକିସ୍ତାନର ଆଇଏସ୍ଆଇର ଏଜେଣ୍ଟ ଶହଜାଦ୍ ଭଚ୍ଚି ନେଟୱର୍କର ଦୁଇଟି ପୃଥକ୍ ପୃଥକ୍ ମଡ୍ୟୁଲର ପର୍ଦ୍ଦାଫାସ କରି ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗୋଟିଏ ଗୋଷ୍ଠୀ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ଥିବାବେଳେ ଅନ୍ୟଟି ଅବୈଧ ଅସ୍ତ୍ରଶସ୍ତ୍ର ତସ୍କରୀ ମାମଲାରେ ସାମିଲ ଥିଲା। ଦିଲ୍ଲୀ ପୁଲିସ ଏକ ବଡ଼ ଅପରେସନ ପରେ ଏହି ସଫଳତା ପାଇଥିଲା ଓ ଦିଲ୍ଲୀ ଏବଂ ପଞ୍ଜାବରୁ ୬ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଏମାନେ ଦୁଇଟି ପୃଥକ୍ ନେଟୱର୍କରେ କାମ କରୁଥିଲେ। ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଅନେକ ପିସ୍ତଲ ଓ ପେଟ୍ରୋଲ ବୋମା ଜବତ କରିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ନେଟୱର୍କ ସଙ୍ଗଠିତ ଭାବେ କାମ କରୁଥିଲେ। ଅଭିଯୁକ୍ତମାନଙ୍କର ବିଭିନ୍ନ ରାଜ୍ୟରେ ନେଟୱର୍କ ରହିଥିବା ଦିଲ୍ଲୀ ପୁଲିସ କହିଛି।
ଆହୁରି ପଢନ୍ତୁ: Literature: ଗଳ୍ପ ଝଗଡ଼ା କରୁଥିବା ଲୋକ: ପ୍ରଦୀପ ନାୟକଙ୍କ କଲମରୁ ନିଃସୃତ...
ସୂଚନାଯୋଗ୍ୟ, ଏହାପୂର୍ବରୁ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସମର୍ଥିତ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର ନେଟୱର୍କର ପର୍ଦ୍ଦାଫାସ କରି ୪ ଜଣଙ୍କୁ ଗିରଫ କରିଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପଞ୍ଜାବ ଓ ଜଣଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିଲା। ସନ୍ଦିଗ୍ଧମାନଙ୍କୁ ଆଇଏସ୍ଆଇ ପକ୍ଷରୁ ଦିଲ୍ଲୀରେ ବିଭିନ୍ନ ଧାର୍ମିକ ସ୍ଥଳ ଓ ପୁଲିସ ପ୍ରତିଷ୍ଠାନ ବୁଲି ତଥ୍ୟ ସଂଗ୍ରହ କରିବାକୁ ଦାୟିତ୍ବ ଦିଆଯାଇଥିଲା।

1 hour ago
1


