Police detain journalist : ଝାଡ଼ଖଣ୍ଡ: ଆନ୍ଦୋଳନର ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଅଟକ ରଖିଲା ପୁଲିସ

1 month ago 14
ARTICLE AD BOX

ରାଞ୍ଚି: ଝାଡ଼ଖଣ୍ଡ ଲୋକସେବା ଆୟୋଗ ତଥା କର୍ମଚାରୀ ଚୟନ ଆୟୋଗ ଦ୍ବାରା କରାଯାଉଥିବା ବିଭିନ୍ନ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଜୋରଦାର ଆନ୍ଦୋଳନ ଚାଲିଥିବାବେଳେ ବରିଷ୍ଠ ସାମ୍ବାଦିକ ଅମନ ଚୋପ୍ରାଙ୍କୁ ଝାଡ଼ଖଣ୍ଡ ପୁଲିସ କିଛି ସମୟ ପାଇଁ ଅଟକ ରଖିବା ସହିତ ତାଙ୍କ ନାଁରେ ଏତଲା ରୁଜୁ କରିଛି। ଚୋପ୍ରା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ବିଧାନସଭା ଘେରାଉ ବେଳେ ଖବର ସଂଗ୍ରହ କରୁଥିବା ଅନେକ ସାମ୍ବାଦିକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। 

ଆହୁରି ପଢନ୍ତୁ :Surat: ସୁରତ ମେଡିକାଲ କଲେଜ ହଷ୍ଟେଲରେ ଡାକ୍ତରଙ୍କ ଆତ୍ମହତ୍ୟା ହଇରାଣ କରିବା ଅଭିଯୋଗରେ ୪ ବରିଷ୍ଠ ଡାକ୍ତର ନିଲମ୍ବିତ

ହେମନ୍ତ ସୋରେନ ସରକାର ଛାତ୍ର ଆନ୍ଦୋଳନ ସହ ଜଡିତ ଘଟଣାବଳୀର ରିପୋର୍ଟ ସଂଗ୍ରହ କରିବାରୁ ସାମ୍ବାଦିକମାନଙ୍କୁ ବାରଣ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଥିଲେ। ଝାଡ଼ଖଣ୍ଡ ସରକାର ଚିନ୍ତିତ ଯେ ସତ୍ୟ ପ୍ରକାଶିତ ହେବ। ସେଥିପାଇଁ ଏହା ସାମ୍ବାଦିକମାନଙ୍କୁ ସେମାନଙ୍କର କାମ କରିବାରୁ ବାଧା ଦେଉଛି ଏବଂ ଏତଲା ରୁଜୁ କରାଯାଉଛି ବୋଲି ସେ ଭିଡିଓ ବାର୍ତ୍ତାରେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.