ARTICLE AD BOX
ସୁନ୍ଦରଗଡ଼ରେ ଭାରତୀୟ ନ୍ଯାୟସଂହିତା ଧାରାରେ ପ୍ରଥମ ରାୟ
ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ତଳସରା ଥାନା ଅଞ୍ଚଳରେ ୨୧ ଅପ୍ରିଲ୍୨୦୨୫ରେ ଘଟିଥିବା ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲାର ଶୁଣାଣି କରି ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଧାରାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ଜ୍ଞାନରଞ୍ଜନ ପଟ୍ଟନାୟକ ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କୁ ଆଜୀବନ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଲେଖାଏ ଜରିମାନା ଆଦେଶ କରିଛନ୍ତି।
ଫୁଲବାଣୀ: ନାବାଳିକା ଦୁଷ୍କମକାରୀକୁ ୨୫ ବର୍ଷ ଜେଲଦଣ୍ଡ। ଫୁଲବାଣୀ ପକ୍ସୋ କୋର୍ଟରେ ଶୁଣାଣି। ୨୦୧୯ ମସିହାରେ ସଦର ଥାନା ଅଞ୍ଚଳରେ ଘଟିଥିଲା ଘଟଣା।
ଦଣ୍ତିତ ଅପରାଧୀମାନେ ହେଲେ ଥାନା ଅଞ୍ଚଳର ଅଙ୍କିତ ଆପଟ ଓ ଲୁଲେନ୍ଦୁ ନାଏକ (ଲୁଲୁ)। ମାମଲାର ଅନ୍ଯ ଜଣେ ନାବାଳକ ଅଭିଯୁକ୍ତଙ୍କ ବିଚାର ବାକି ରହିଛି। ଅନ୍ଯପଟେ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ଆଦେଶ ଦେଇଛନ୍ତି। ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ଭାରତୀୟ ନ୍ଯାୟ ସଂହିତା ଧାରାରେ ଏହା ପ୍ରଥମ ରାୟ ହୋଇଥିବା ସୂଚନା ମିଳିଛି।
Minor Rape Attempt Case: ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲା: ଦୋଷୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଜରିମାନା
ମାମଲାର ବିବରଣୀ ଅନୁସାରେ, ୨୧ ଅପ୍ରିଲ୍ ରାତି ୨ଟାରେ ଏକୋଇଶିଆ ଭୋଜି ଖାଇ ନାବାଳିକା ଜଣକ ଅନ୍ଯ ସାଙ୍ଗମାନଙ୍କ ସହ ଚାଲି ଚାଲି ଘରକୁ ଫେରୁଥିଲେ। ଏହି ସମୟରେ ଏକ ବଲେରୋରେ ଅଭିଯୁକ୍ତମାନେ ରାସ୍ତା ଉପରୁ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ନାବାଳିକାଙ୍କ ଅନ୍ଯ ସାଙ୍ଗମାନେ ଭୟରେ ଦୌଡ଼ି ପଳାଇଗଲେ। ନାବାଳିକାଙ୍କୁ ବଲେରୋ ଭିତରେ ୨ ଯୁବକ ଦୁଷ୍କର୍ମ କରିବା ପରେ ଜଙ୍ଗଲକୁ ନେଇ ଯାଇ ପୁଣି ଦୁଷ୍କର୍ମ କରିଥିଲେ। କୌଣସି ମତେ ନାବାଳିକ ଜଣକ ସେମାନଙ୍କଠାରୁ ଖସି ଆସିଥିଲେ ଓ ଥାନାରେ ଅଭିଯୋଗ କରିଥିଲେ। ଏସ୍ଆଇ ସୁପ୍ରଭା ଶୁଭଦର୍ଶିନୀ ବେହେରା ତଦନ୍ତ କରି ବଲେରୋକୁ ଓ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ୩ ଅଭିଯୁକ୍ତଙ୍କ ଅଟକ ରଖିଥିଲେ। ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଜଣେ ନାବାଳକଙ୍କୁ ରାଉରକେଲା ବାଳ ସୁଧାର ଗୃହକୁ ପଠାଇଥିଲେ। ଟିଆଇ ପରେଡ଼ରେ ନାବାଳିକା ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ।
POCSO Case ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ଓ ଜରିମାନା
ତଦନ୍ତଅଧିକାରିଣୀ ଶ୍ରୀମତୀ ବେହେରା ନିର୍ଦ୍ଧାରିତ ଷାଠିଏ ଦିନରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ସାଇଣ୍ଟିଫିକ ଟିମ ସମସ୍ତ ପ୍ରମାଣ ସଂଗ୍ରହ କରି ପୀଡ଼ିତା ଓ ଅଭିଯୁକ୍ତଙ୍କ ଡିଏନ୍ଏ ପରୀକ୍ଷା କରି କୋର୍ଟରେ ପ୍ରମାଣ ଦାଖଲ କରିଥିଲେ। କୋର୍ଟ ପୁଲିସର ଅଭିଯୋଗ ଫର୍ଦ, ଡାକ୍ତରୀ, ସାଇଣ୍ଟିଫିକ ଟିମ୍ ରିପୋର୍ଟ ଓ ୨୮ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଦଣ୍ଡାଦେଶ କରିଛନ୍ତି। ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲ ପ୍ରଭାତ କୁମାର ନନ୍ଦ ପରିଚାଳନା କରିଥିଲେ।

49 minutes ago
1


