Robbing An Atm: ଏଟିଏମ୍ ଭିତରେ ଦୁଇ ଚୋରଙ୍କୁ ମାଡ଼ି ବସି ନିସ୍ତୁକ ଛେଚିଲା ପୁଲିସ

40 minutes ago 1
ARTICLE AD BOX

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଚାଞ୍ଚଲ୍ୟକର ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ରାତି ୨ଟା ସମୟରେ କିଛି ଚୋର ଏକ ଏଟିଏମ୍ ରୁମରେ ପ୍ରବେଶ କରି ମେସିନ୍ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି ଏବଂ ସଟର ତଳକୁ ଟାଣି ଦେଉଛନ୍ତି। 

ସୂଚନାଯୋଗ୍ୟ, ରାଜସ୍ଥାନର ନାଗୌର ଅନ୍ତର୍ଗତ ମାରୱାର ମୁଣ୍ଡୱାସ୍ଥିତ ଏକ ୟୁକୋ ବ୍ୟାଙ୍କ ଏଟିଏମ୍‌ରେ ଲୁଟ୍ ଉଦ୍ୟମ ବେଳେ ଭିତରେ ଫସିଯାଇଥିବା ଦୁଇ ଜଣ ଚୋରଙ୍କୁ ପୁଲିସ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ଗିରଫ କରିଛି। ହଠାତ ସିସିଟିଭି ଫୁଟେଜ ଉପରେ ବ୍ୟାଙ୍କ କର୍ମଚାରୀଙ୍କ ନଜର ପଡ଼ିଥିଲା। ସେ ଏଟିଏମ ଭିତରେ ଚାଲିଥିବା କାର୍ଯ୍ୟକଳାପକୁ ସନ୍ଦେହ କରି କରି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏଟିଏମ୍ ବାହାରେ ଛକି ବସିଥିଲା।

ସୋସିଆଲ ମିଡିଆରେ ଏହି ଚୋରି ଘଟଣାର ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି।   ଯେଉଁଥିରେ ଏକ ଏଟିଏମ୍ ବାହାରେ ଲୋକ ଏବଂ ପୁଲିସ ଅଧିକାରୀମାନେ ଛିଡ଼ା ହୋଇଥିବାର ଦେଖିବାକୁ ମିଳୁଛି। ସମୟ ରାତି ୨ଟା ବାଜିଥିବା ବେଳେ ପୁଲିସର ସାଇରନ୍ ବାଜୁଛି। ପ୍ରଥମ ଦୃଷ୍ଟିରେ ମନେହୁଏ ଯେପରି ଚୋରି ହୋଇସାରିଛି, କିନ୍ତୁ ପ୍ରକୃତ ଘଟଣା ହେଉଛି ଦୁଇଜଣ ଚୋର ଏଟିଏମ୍ ଭିତରେ ଫସି ରହିଥିବା ବେଳେ ଏଟିଏମ ବାହାରେ ଦୁଇଚୋରଙ୍କୁ କାବୁ କରିବା ପାଇଁ ପୁଲିସ କିଛି ସମୟ ପାଇଁ ଛକି ବସିଥିଲା।  

ଭିଡିଓରେ ଦେଖିବାକୁ ମିଳୁଛି ଯେ ପୁଲିସ ସଟର ଖୋଲି ଭିତରକୁ ପ୍ରବେଶ କରୁଛି ଏବଂ ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛି। ମୁଖା ପିନ୍ଧିଥିବା ଦୁଇଜଣ ଚୋର ହାତରେ ଉପକରଣ ଧରି ସେଠାରେ ଛିଡ଼ା ହୋଇଛନ୍ତି ଏବଂ ଏଟିଏମ୍ ଖୋଲିବା ପାଇଁ ପ୍ରାୟ ସଫଳ ହୋଇସାରିଛନ୍ତି। ପୁଲିସ ଏହା ଦେଖିବା ମାତ୍ରେ ଦୁଇଚୋରଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିବା ଆରମ୍ଭ କରିଥିଲା।

ପରବର୍ତ୍ତୀ ସମୟରେ ପୁଲିସ ଉଭୟ ଚୋରଙ୍କୁ ହେପାଜତକୁ ନେଇଯାଇଥିଲା। ଚୋରମାନେ ଏଟିଏମ୍ ଭାଙ୍ଗି ଭିତରେ ଥିବା ନଗଦ ଟଙ୍କା ଚୋରି କରିବାକୁ ଯୋଜନା କରିଥିଲେ, କିନ୍ତୁ ବ୍ୟାଙ୍କ କର୍ମଚାରୀଙ୍କ ତୁରନ୍ତ ପଦକ୍ଷେପ ସେମାନଙ୍କ ଯୋଜନାକୁ ବିଫଳ କରିଦେଇଥିଲା।

ତିନି ଶତକ ବଳରେ ଭାରତକୁ ୪୦୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ୱେଷ୍ଟଇଣ୍ଡିଜ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.