ARTICLE AD BOX
ଗୁଆହାଟୀ: ଗୁଆହାଟୀର ବରସାପାରା ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ର ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଖେଳାଯାଉଛି। ଭାରତୀୟ ଅଧିନାୟକ ଶୁଭମନ ଗିଲ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହି ମୁକାବିଲା ପାଇଁ ଆକିବ ନବୀଙ୍କୁ ସାମିଲ କରାଯାଇଛି। ୱେଷ୍ଟଇଣ୍ଡିଜର ୩ଜଣ ଖେଳାଳି ଶତକ ହାସଲ କରିଛନ୍ତି। ତିନିଟି ଶତକ ବଳରେ ଅତିଥି ଦଳ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ୱିକେଟ୍ ହରାଇ ୪୦୫ ରନ୍ ସଂଗ୍ରହ କରିଛି। ଫଳରେ ଭାରତୀୟ ଟିମ୍କୁ ୩୦୬ ରନ୍ର ବିଜୟ ଲକ୍ଷ୍ୟ ଦେଇଛି।
ଶୁଭମନ ଗିଲଙ୍କ ନିଷ୍ପତ୍ତି ଭାରତୀୟ ଦଳ ପାଇଁ ମହଙ୍ଗା ପଡ଼ିଲା ଭଳି ଲାଗୁଛି। ଜନ୍ କ୍ୟାମ୍ପବେଲ, ସାଇ ହୋପ ଏବଂ ଅମିର ଜାଙ୍ଗୋ ଶତକ ହାସଲ କରିଛନ୍ତି। କ୍ୟାମ୍ପବେଲ ୬୮ଟି ବଲ୍ ଖେଳି ୯ଟି ଚୌକା ଏବଂ ୫ଟି ଛକା ବଳରେ ୧୦୧ ରନ୍ ସଂଗ୍ରହ କରିଥିଲେ। ବିସ୍ଫୋରକ ବ୍ୟାଟର ହୋପ୍ ବ୍ୟକ୍ତିଗତ ଭାବେ ୧୦୪ ରନ୍ ସଂଗ୍ରହ କରିଥିଲେ। ସେ ୯୪ଟି ବଲ୍ ଖେଳି ୮ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ସେହିପରି ଅମିର ଜାଙ୍ଗୋ ୧୩ଟି ଚୌକା ଏବଂ ୩ଟି ଛକା ସହାୟତାରେ ୧୧୪ ରନ୍ ସଂଗ୍ରହ କରିଥିଲେ। ଏଥି ପାଇଁ ସେ ୭୭ଟି ବଲ୍ ଖେଳିଥିଲେ।
Asian Games: ଏସୀୟ କ୍ରୀଡ଼ା କ୍ରିକେଟ୍ ସେମିଫାଇନାଲ୍ରେ ଭାରତ, ପାକିସ୍ତାନ
ୱେଷ୍ଟଇଣ୍ଡିଜର ପ୍ରାରମ୍ଭିକ ବ୍ୟାଟିଂ ଉନ୍ନତ ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦଳର ଖେଳାଳିମାନେ ଭଲ ସ୍କୋର କରିଥିଲେ। ୩୭ ରନ୍ରେ ଦଳ ପ୍ରଥମ ୱିକେଟ୍ ହରାଇଥିଲା। କିନ୍ତୁ ଦ୍ବିତୀୟ ୱିକେଟ୍ରେ ଦଳ ୧୧୦ ରନ୍ ଭାଗିଦାରୀ କରିପାରିଥିଲା। ସେହିପରି ତୃତୀୟ ୱିକେଟରେ ୧୮୨ ରନ୍ ଏବଂ ତୃତୀୟ ଚତୁର୍ଥ ୱିକେଟ୍ରେ ୧୦୧ ରନ୍ର ଭାଗିଦାରୀ ବିଶାଳ ସ୍କୋର କରିବାରେ ସହାୟକ ହୋଇଥିଲା।

48 minutes ago
1


