ARTICLE AD BOX
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଜପତିଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠ ପଦ୍ମପୁରସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ସମ୍ବାଦ ସାହିତ୍ୟ ଘର ଓ ପ୍ରଗତି ମହିଳା ସଙ୍ଗଠନର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ ଓ ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ପାରଳା ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରିବା ସହ ଏହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। ବୃକ୍ଷ ଯେପରି ସମସ୍ତଙ୍କୁ ଫଳ, ଫୁଲ ଓ ଛାୟା ପ୍ରଦାନ କରେ, ସେହିପରି ପ୍ରତ୍ୟେକ ଛାତ୍ରଛାତ୍ରୀ ଜୀବନରେ ଏକ ବିରାଟ ବୃକ୍ଷ ଭଳି ହୋଇ ସମାଜକୁ କିଛି ଦେବାର ମନୋଭାବ ରଖିବା ଉଚିତ ବୋଲି ସେ କହିଥିଲେ।
/filters:format(webp)/sambad/media/media_files/2026/08/14/whatsapp-image-2026-08-14-20-51-54.jpeg)
କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସମ୍ବାଦ ସାହିତ୍ୟଘରର ଉପସଭାପତି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା, ଜିଲ୍ଲା ପ୍ରତିନିଧି ସୁଜିତ ବିଷୋୟୀଙ୍କ ସମେତ ଅନ୍ୟ ସହକର୍ମୀ ଉପସ୍ଥିତ ଥିଲେ। ସେହିପରି ପ୍ରଗତି ମହିଳା ସଙ୍ଗଠନର ସଭାପତି ଲୋକନାଥ ମିଶ୍ର, ସମ୍ପାଦିକା ତନୁଜା ଶତପଥୀ, ବରିଷ୍ଠ ସାମ୍ବାଦିକ ଭାଗବତ ପାଢ଼ୀ ଓ ମୁରଲୀଧର ପରିଛା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ଦିଗରେ ସଚେତନ କରିଥିଲେ। ପରେ ମୁଖ୍ୟଅତିଥି, ସମ୍ମାନିତ ଅତିଥି, ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ। ଏଥିସହ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଜାତିର ଚାରା ବଣ୍ଟନ କରାଯାଇଥିଲା।
ଜାତୀୟ ସେବା ଯୋଜନାର ସଂଯୋଜକ ରବୀନ୍ଦ୍ର ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କଲେଜ ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସଂଯୋଜନା କରିଥିଲେ। ଯୁବ ରେଡ୍କ୍ରସର ସଂଯୋଜିକା କଳ୍ପନା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବିନୋଦଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ।

1 hour ago
1


