ARTICLE AD BOX
ବାଲିଶଙ୍କରା( ପ୍ରଦୀପ ନନ୍ଦ): ବାଲିଶଙ୍କରା ବ୍ଲକ୍ ଦେଓ-ଭୁବନପୁର ପଞ୍ଚାୟତର ଦେଓଭୁବନପୁର ଗ୍ରାମର କ୍ଲବ୍ ଗୃହ ପରିସରରେ ବାଲିଶଙ୍କରା ‘ସମ୍ବାଦ- ସାହିତ୍ୟ ଘର’ ପରିବାର ଓ ଉପାୟ ସଂସ୍ଥାର ମିଳିତ ଆନୁକୂଲ୍ୟରେ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ୩ଶହରୁ ଊର୍ଦ୍ଧ୍ବ ବୃକ୍ଷ ଚାରା ରୋପଣ କରାଯାଇଥିଲା।
ଗ୍ରାମର ସ୍ୱୟଂ ସହାୟକ ଗ୍ରୁପର ମହିଳାମାନଙ୍କୁ ନେଇ ବୈଠକ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବାଲିଶଙ୍କରା ବ୍ଲକ୍ ସମ୍ବାଦ ପ୍ରତିନିଧି ପ୍ରଦୀପ କୁମାର ନନ୍ଦ ଓ ଉପାୟ ସଂସ୍ଥାର ବ୍ଲକ୍ ସଂଯୋଜକ ମନୋଜ କୁମାର ଦାନୀ ପରିଚାଳନା କରିଥିଲେ। ଦେଓଭୁବନପୁର ଗ୍ରାମର ସ୍ୱୟଂ ସହାୟକ ଗ୍ରୁପ ଗଙ୍ଗା, ଯମୁନା, ଶୁଭଶ୍ରୀ, ଲକ୍ଷ୍ମୀବନ୍ତ, ଦିବ୍ୟାସା, ଜୟ ମାତାଜୀ ଗ୍ରୁପର ସଦସ୍ୟାମାନେ ଯୋଗଦେଇ ଚାରା ରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
‘ପୁନଶ୍ଚ ପୃଥିବୀ’ ୩ଦିନିଆ ସମ୍ମିଳନୀ ଉଦ୍ଯାପିତ: ‘ବିକାଶ ଓ ପରିବେଶ ପରିଚାଳନା ଏକ ସଙ୍ଗରେ ଚାଲୁ’
ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଉପାୟ ସଂସ୍ଥାର ନିର୍ଦ୍ଦେଶକ( ଫାଦର ) କେରିୟମ ଯୋଶେବ ଯୋଗଦେଇ ଉଦବୋଧନ ଦେଇ କହିଥିଲେ। ନିଜ ଅଭିଭାଷଣରେ କହିଥିଲେ, ଜଳ, ଜମି, ଜଙ୍ଗଲ, ବନ୍ୟଜନ୍ତୁ ପ୍ରକୃତିର ଅମୁଲ୍ୟ ସମ୍ପଦ ଏବଂ ମାନବ ସଭ୍ୟତାର ମୂଳ ଆଧାର। ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ କ୍ଷୟ ଯୋଗୁଁ ବିଶ୍ୱରେ ଉତ୍ତାପ ବୃଦ୍ଧି ଓ ଜୈବ ବିବିଧତାର ଅବକ୍ଷୟ ଯୋଗୁଁ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି | ସେଥିପାଇଁ ବୃକ୍ଷ ରୋପଣ କେବଳ ଏକ ମାତ୍ର ବିକଳ୍ପ ଅଟେ।
Environmental warrior: ପରିବେଶ ଯୋଦ୍ଧା: ବୃକ୍ଷରୋପଣକୁ ବ୍ରତ କରିଛନ୍ତି ଲକ୍ଷ୍ମୀଧର
ସମ୍ମାନିତ ଅତିଥି ରୂପେ ପ୍ରୋଜେକ୍ଟ ମନିଟର ରାଜେଶ ନନ୍ଦେଟି, ସବଡେ଼ଗା ବ୍ଲକ୍ ସଂଯୋଜକ ଅଷ୍ଟମୀ ପାତ୍ର, ଦୀପିକା ସିଂ, ଯାଜ୍ଞସେନୀ ରାଉତ, ରାଜ କୁମାରୀ ବରୁଆ, ପିଙ୍କି ବରୁଆ, ପାର୍ବତୀ ତିର୍କି, ସରୋଜିନୀ ତିଗ୍ଗା, ଦିପାଞ୍ଜଳି ମିଞ୍ଜ, ଆରତୀ ଲାକ୍ରା ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତବରେ ୬ଟି ସ୍ୱୟଂ ସହାୟକ ଗ୍ରୁପର ୬୦ ଜଣ ମହିଳା ଯୋଗଦେଇ ୩୮୫ଟି ଚାରା ରୋପଣ କରିବା ସହ ଏହାର ସମ୍ପୂର୍ଣ୍ଣ ରକ୍ଷଣାବେକ୍ଷଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ସମସ୍ତେ ନିଜ ନିଜ ଜନ୍ମ ଦିବସ, ବିବାହ ଉତ୍ସବ, ମହୋତ୍ସବରେ ଚାରା ଲଗାଇବା ପାଇଁ ଶପଥ ପାଠ କରିଥିଲେ ।

1 hour ago
1


