ARTICLE AD BOX
ନାଟକ ପରିବେଷଣ ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ।ତାଙ୍କୁ ଉଦ୍ଧାର କରାଯାଇ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି।
Piyush Tripathi suddenly fell ill and fell on the ground during a play. Photograph: (sambad.in)ଦେବଗଡ: ଯାତ୍ରା ମଞ୍ଚରେ ଅଘଟଣ। ମଞ୍ଚରେ ମୁଣ୍ଡବୁଲାଇବାରୁ ପଡ଼ିଲେ ଯାତ୍ରାଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ ଦେବଗଡ଼ଜିଲ୍ଲା ବାରକୋଟ ବ୍ଲକର ବାସୁପାଲି ଗ୍ରାମରେ ସିଂହବାହିନୀ ଯାତ୍ରା ପାର୍ଟିର ନାଟକ ପରିବେଷଣ ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ।ତାଙ୍କୁ ଉଦ୍ଧାର କରାଯାଇ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି।ସେ ଅସୁସ୍ଥ ହେବାରୁ ଯାତ୍ରା ବନ୍ଦ କରାଯାଇଥିଲା।
ମଞ୍ଚରେ ଲୋକପ୍ରିୟ ନାଟକ ‘ଏଡା’ ମଞ୍ଚସ୍ଥ ହେଉଥିଲା
ଏଭଳି ଅଭାବନୀୟ ଘଟଣା ଭୋର ୪ଟା ବେଳକୁ ଘଟିଥିଲା। ସେହି ମଞ୍ଚରେ ଲୋକପ୍ରିୟ ନାଟକ ‘ଏଡା’ ମଞ୍ଚସ୍ଥ ହେଉଥିଲା। ନାଟକର ଆଉ ମାତ୍ର ତିନିଟି ସିନ୍ ବାକିଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାଯାଇଛି।
Accident: ରାଖୀ ବାନ୍ଧିବା ପୂର୍ବରୁ ଭାଙ୍ଗିଲା ଭାଇର ଗୋଡ଼: ଟ୍ରାକ୍ଟର ଧକ୍କାରେ ଯୁବକ ଗୁରୁତର
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


